Posted inଜାତୀୟ

ଅର୍ଥାଭାବରୁ ପ୍ରବାସୀ ଶ୍ରମିକ ରେଳ ଯାତ୍ରାରୁ ବଞ୍ଚିତ ନ ହୁଅନ୍ତୁ : କର୍ନାଟକ ହାଇକୋର୍ଟ

ନୂଆଦିଲ୍ଲୀ,୧୫।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏପରି କି କାମଧନ୍ଦା ପାଉ ନ ଥିବାରୁ ଅନେକ ପ୍ରବାସୀ ଶ୍ରମିକ ଅର୍ଥାଭାବ ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ଅଧିକାଂଶ ନିଜ ଭିଟାମାଟିକୁ ଫେରି ଯିବାକୁ ଚେଷ୍ଟା କରୁଛନ୍ତି। ଇତିମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ସରକାର ସ୍ବତନ୍ତ୍ର ଟ୍ରେନ୍‌ ସେବା ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ଯେଉଁମାନଙ୍କ ନିକଟରେ ରେଳ ଭଡ଼ା ଦେବାକୁ ଟଙ୍କା ନାହିଁ ସେମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଅନେକ ପ୍ରବାସୀ ଶ୍ରମିକଙ୍କ ନିକଟରେ ରେଳ ଭଡ଼ା ଦେବାକୁ ଅର୍ଥ ନ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁ ନାହାନ୍ତି। ଏହି କ୍ରମରେ ଏକ ଆବେଦନର ଶୁଣାଣି କରି କର୍ନାଟକ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକଙ୍କ ନିକଟରେ ଟ୍ରେନ୍‌ ଟିକେଟ ପାଇଁ ଅର୍ଥ ନାହିଁ ସେମାନଙ୍କୁ ରେଳ ଯାତ୍ରାରୁ ବଞ୍ଚତ୍ତ କରା ନ ଯାଉ ବୋଲି ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ବିଚାରପତି ବି.ଭି. ନାଗରଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ସାମ୍ବିଧାନିକ ଅଧିକାରକୁ ଧ୍ୟାନରେ ରଖି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। କାୈଣସି ପ୍ରବାସୀ ଯେପରି ନିଜ ରାଜ୍ୟକୁ ଫେରିବାରୁ ବଞ୍ଚତ୍ତ ନ ହୁଅନ୍ତୁ, ସେମାନଙ୍କ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
ଦେଶର ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶରେ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଉଭୟ ସରକାରୀ ଓ ଘରୋଇ ପ୍ରକଳ୍ପରେ ପ୍ରବାସୀ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି। ଦେଶର ବିକାଶରେ ସେମାନଙ୍କ ଯୋଗଦାନକୁ ଅଣଦେଖା କରାଯାଇ ନ ପାରେ। ଲକ୍‌ଡାଉନ ସମୟରେ ସେମାନେ ବହୁତ ଅସୁବିଧାର ସମ୍ମୁଖhନ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ସରକାର ସହଯୋଗର ହାତ ବଢ଼ାଇ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ। କୌଣସି ବି ପ୍ରବାସୀ ଶ୍ରମିକ ଯେପରି ନିଜ ଭିଟାମାଟିକୁ ଫେରିବାରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ସରକାର ଯତ୍ନବାନ ହେବା ଆବଶ୍ୟକ। ପ୍ରବାସୀ ଶ୍ରମିକମାନେ ଏବେ ଟ୍ରେନ୍‌ ଭଡ଼ା ଦେଇ ଯାତାୟାତ କରିବା ଅବସ୍ଥାରେ ନାହାନ୍ତି। ତେଣୁ ଗତ ୨ତାରିଖରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ ରାଜ୍ୟ ସରକାର ନିଜ ବ୍ୟବସ୍ଥାରେ ଶ୍ରମିକ ଏକ୍ସପ୍ରେସ ଚଳାଇବା ସହ ଏହାର ଟିକେଟ ମୂଲ୍ୟ ବହନ କରିବାକୁ କୁହାଯାଇଥିଲା। ଏପରି କି ସରକାର ଏହାର କିଛିଟା ସମାଧାନର ବାଟ ବାହାର କରିବା ଆବଶ୍ୟକ। ଟ୍ରେଡ ୟୁନିୟନ୍‌, କର୍ମସଂସ୍ଥା ମାଲିକ ସଂଗଠନ ଏବଂ ଏନ୍‌ଜିଓକୁ ନେଇ ରାଜ୍ୟ ସରକାର ତୁରନ୍ତ ଏକ ବୈଠକ ଡକାଇ ଯେଉଁ ପ୍ରବାସୀ ଶ୍ରମିକମାନେ ରେଳ ଭଡ଼ା ଦେବାକୁ ସକ୍ଷମ ନାହାନ୍ତି, ସେମାନଙ୍କୁ ସହଯୋଗ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri