Posted inଜାତୀୟ

ଅର୍ଥାଭାବରୁ ପ୍ରବାସୀ ଶ୍ରମିକ ରେଳ ଯାତ୍ରାରୁ ବଞ୍ଚିତ ନ ହୁଅନ୍ତୁ : କର୍ନାଟକ ହାଇକୋର୍ଟ

ନୂଆଦିଲ୍ଲୀ,୧୫।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏପରି କି କାମଧନ୍ଦା ପାଉ ନ ଥିବାରୁ ଅନେକ ପ୍ରବାସୀ ଶ୍ରମିକ ଅର୍ଥାଭାବ ମଧ୍ୟ ଦେଇ ଗତି କରୁଛନ୍ତି। ତେଣୁ ଅଧିକାଂଶ ନିଜ ଭିଟାମାଟିକୁ ଫେରି ଯିବାକୁ ଚେଷ୍ଟା କରୁଛନ୍ତି। ଇତିମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ସରକାର ସ୍ବତନ୍ତ୍ର ଟ୍ରେନ୍‌ ସେବା ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ଯେଉଁମାନଙ୍କ ନିକଟରେ ରେଳ ଭଡ଼ା ଦେବାକୁ ଟଙ୍କା ନାହିଁ ସେମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଅନେକ ପ୍ରବାସୀ ଶ୍ରମିକଙ୍କ ନିକଟରେ ରେଳ ଭଡ଼ା ଦେବାକୁ ଅର୍ଥ ନ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁ ନାହାନ୍ତି। ଏହି କ୍ରମରେ ଏକ ଆବେଦନର ଶୁଣାଣି କରି କର୍ନାଟକ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକଙ୍କ ନିକଟରେ ଟ୍ରେନ୍‌ ଟିକେଟ ପାଇଁ ଅର୍ଥ ନାହିଁ ସେମାନଙ୍କୁ ରେଳ ଯାତ୍ରାରୁ ବଞ୍ଚତ୍ତ କରା ନ ଯାଉ ବୋଲି ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ବିଚାରପତି ବି.ଭି. ନାଗରଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ସାମ୍ବିଧାନିକ ଅଧିକାରକୁ ଧ୍ୟାନରେ ରଖି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। କାୈଣସି ପ୍ରବାସୀ ଯେପରି ନିଜ ରାଜ୍ୟକୁ ଫେରିବାରୁ ବଞ୍ଚତ୍ତ ନ ହୁଅନ୍ତୁ, ସେମାନଙ୍କ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
ଦେଶର ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶରେ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଉଭୟ ସରକାରୀ ଓ ଘରୋଇ ପ୍ରକଳ୍ପରେ ପ୍ରବାସୀ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି। ଦେଶର ବିକାଶରେ ସେମାନଙ୍କ ଯୋଗଦାନକୁ ଅଣଦେଖା କରାଯାଇ ନ ପାରେ। ଲକ୍‌ଡାଉନ ସମୟରେ ସେମାନେ ବହୁତ ଅସୁବିଧାର ସମ୍ମୁଖhନ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ସରକାର ସହଯୋଗର ହାତ ବଢ଼ାଇ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ। କୌଣସି ବି ପ୍ରବାସୀ ଶ୍ରମିକ ଯେପରି ନିଜ ଭିଟାମାଟିକୁ ଫେରିବାରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ସରକାର ଯତ୍ନବାନ ହେବା ଆବଶ୍ୟକ। ପ୍ରବାସୀ ଶ୍ରମିକମାନେ ଏବେ ଟ୍ରେନ୍‌ ଭଡ଼ା ଦେଇ ଯାତାୟାତ କରିବା ଅବସ୍ଥାରେ ନାହାନ୍ତି। ତେଣୁ ଗତ ୨ତାରିଖରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ ରାଜ୍ୟ ସରକାର ନିଜ ବ୍ୟବସ୍ଥାରେ ଶ୍ରମିକ ଏକ୍ସପ୍ରେସ ଚଳାଇବା ସହ ଏହାର ଟିକେଟ ମୂଲ୍ୟ ବହନ କରିବାକୁ କୁହାଯାଇଥିଲା। ଏପରି କି ସରକାର ଏହାର କିଛିଟା ସମାଧାନର ବାଟ ବାହାର କରିବା ଆବଶ୍ୟକ। ଟ୍ରେଡ ୟୁନିୟନ୍‌, କର୍ମସଂସ୍ଥା ମାଲିକ ସଂଗଠନ ଏବଂ ଏନ୍‌ଜିଓକୁ ନେଇ ରାଜ୍ୟ ସରକାର ତୁରନ୍ତ ଏକ ବୈଠକ ଡକାଇ ଯେଉଁ ପ୍ରବାସୀ ଶ୍ରମିକମାନେ ରେଳ ଭଡ଼ା ଦେବାକୁ ସକ୍ଷମ ନାହାନ୍ତି, ସେମାନଙ୍କୁ ସହଯୋଗ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri