ଅର୍ଡର ଦେଲେ ଘରେ ପହଞ୍ଚତ୍ବ ରାଶନ

ଅନୁଗୋଳ ଅଫିସ, ୨୭।୩: ଲକ୍‌ଡାଉନ୍‌ ବେଳେ ବିଭିନ୍ନ ରାଶନ ସାମଗ୍ରୀ କିପରି ସହଜରେ ଲୋକଙ୍କ ପାଖରେ ପହଞ୍ଚତ୍ପାରିବ ସେଥିପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଭିନ୍ନ ପାଇକାରୀ ବିକ୍ରେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହୋମ୍‌ ଡେଲିଭରି ବ୍ୟବସ୍ଥା ଶନିବାର ଠାରୁ ଆରମ୍ଭ ହେବ। ୫ ଶହ ଟଙ୍କାରୁ ୧ ହଜାର ଟଙ୍କା ମଧ୍ୟରେ ସାମଗ୍ରୀ ମଗାଇଲେ ଡେଲିଭରି ଦେୟ ୨୦ ଟଙ୍କା ପଡ଼ିବ। ୫ ଶହ ଟଙ୍କାରୁ କମ୍‌ ମୂଲ୍ୟରେ ସାମଗ୍ରୀ ମଗାଯାଇପାରିବ ନାହିଁ। ୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ମଗାଇଲେ କୌଣସି ଡେଲିଭରି ଦେୟ ଦେବାକୁ ପଡ଼ିବ ନାହିଁ। ଜଣେ ଗ୍ରାହକ ଥରକେ ୧୦ କିଲୋଗ୍ରାମର ଚାଉଳ, ୧୦ କିଲୋଗ୍ରାମର ଅଟା ଓ ୨ କିଲୋଗ୍ରାମ ପରିମାଣର ଡାଲି ମଗାଇପାରିବେ। ସାମଗ୍ରୀ ପାଇଁ ଅନୁମତି ଦେବାର ୧୨ ଘଣ୍ଟା ମଧ୍ୟରେ ଘରେ ପହଞ୍ଚତ୍ବ। ଅନୁଗୋଳ ସହରର ୫ଟି ହୋମ୍‌ ଡେଲିଭରି ବିକ୍ରେତାଙ୍କୁ ଏହି କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସମେତ ବିଭିନ୍ନ ରାଶନ ବିକ୍ରେତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫୦୦ରେ ମିଳୁଛି କରୋନା ନେଗେଟିଭ୍‌ ସାର୍ଟିଫିକେଟ

ମିରଠ,୭।୭: କରୋନା ଭାଇରସ୍‌ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର...

ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ...

୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ...

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ...

କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ

ବୁଗୁଡ଼ା, ୫।୬(ଡି.ଏନ୍‌.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...

ମଉଳିଲା ଉଦ୍ଧବଙ୍କ ଆଶା

ମୁମ୍ବାଇ,୧।୫: ମହାରାଷ୍ଟ୍ରରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ଗୁରୁବାର ଇସିଙ୍କୁ ଅନୁରୋଧ କରିଛନ୍ତି। ଫଳରେ...

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ...

ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର...

Advertisement
Archives

Model This Week