Posted inଜାତୀୟ

ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କ ଯୁକ୍ତି: ଐତିହାସିକ ଭୁଲ୍‌ର ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ମଙ୍ଗଳବାର ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ଯୁକ୍ତି ରଖିଥିଲେ। ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ସମ୍ରାଟ ବାବର ମସ୍‌ଜିଦ ନିର୍ମାଣ କରି ଯେଉଁ ଐତିହାସିକ ଭୁଲ୍‌ କରିଛନ୍ତି, ତାହାର ସଂଶୋଧନ ହେବା ଆବଶ୍ୟକ ବୋଲି ହିନ୍ଦୁ ପକ୍ଷର ଓକିଲ କହିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ହିନ୍ଦୁ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ନି ଜେନେରାଲ ତଥା ବରିଷ୍ଠ ଆଇନଜୀବୀ କେ. ପରାସରନ କହିଥିଲେ, ଅଯୋଧ୍ୟାରେ ଅନେକ ମସ୍‌ଜିଦ ରହିଛି। ସେଠାରେ ମୁସଲମାନମାନେ ନମାଜ ପାଠ କରିପାରିବେ। କିନ୍ତୁ ଭଗବାନ ରାମଙ୍କ ଜନ୍ମସ୍ଥାନକୁ ହିନ୍ଦୁମାନେ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।
ବାବର ଭାରତକୁ ନିଜ ଶାସନାଧୀନକୁ ନେବା ପରେ ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ଦର୍ଶାଇବା ପାଇଁ ରାମଙ୍କ ଜନ୍ମସ୍ଥାନରେ ମସ୍‌ଜିଦ ନିର୍ମାଣ କରିଥିଲେ ବୋଲି ପରାସରନ କହିଥିଲେ। ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ରହିଛନ୍ତି। ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିରୁ କିପରି ମୁସଲମାନମାନଙ୍କୁ ବେଦଖଲ କରାଯିବ ବୋଲି ସେମାନେ ପରାସରନଙ୍କୁ ପ୍ରଶ୍ନ କରିଥିଲେ। ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗିଦିଆଯାଇଥିଲା। ଏକଦା ମସ୍‌ଜିଦ ଥିବାରୁ ସେଠାରେ ସବୁଦିନ ପାଇଁ ମସ୍‌ଜିଦ ରହିଛି ବୋଲି ଧରାଯିବ। ଏଥିରେ ଏକମତ କି ବୋଲି ପରାସରନଙ୍କୁ ସାମ୍ବିଧାନିକ ପୀଠ ପ୍ରଶ୍ନ କରିଥିଲେ। ସେ ଏହାକୁ ସମର୍ଥନ କରନ୍ତି ନାହିଁ। ମସ୍‌ଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବାରୁ ସବୁବେଳେ ଏହାକୁ ମନ୍ଦିର ଭାବେ ଧରାଯିବ ବୋଲି ସେ ଜବାବ ରଖିଥିଲେ। ବିବାଦୀୟ ସ୍ଥାନରେ ଏବେ ମନ୍ଦିର କିମ୍ବା ମସ୍‌ଜିଦ ନାହିଁ। ମୁସଲମାନ ପକ୍ଷ ସମ୍ପତ୍ତି ଉପରେ ଡିକ୍ରୀ ଘୋଷଣା ଲାଗି ଯୁକ୍ତି କରିଆସୁଛନ୍ତି ବୋଲି ଅଦାଲତ କହିଥିଲେ। ଏହିପରି ପରାସରନଙ୍କୁ ସେମାନେ ଏକାଧିକ ପ୍ରଶ୍ନ କରିବା ପରେ ହିନ୍ଦୁ ପକ୍ଷଙ୍କୁ ଯଥେଷ୍ଟ ପ୍ରଶ୍ନ କରାଗଲା କି ବୋଲି ସିଜେଆଇ ମୁସଲମାନ ପକ୍ଷର ଓକିଲ ରାଜୀବ ଧାଓ୍ବନଙ୍କୁ ପଚାରିଥିଲେ। ସୂଚନାଯୋଗ୍ୟ ସୋମବାର ଶୁଣାଣି ବେଳେ ହିନ୍ଦୁ ପକ୍ଷଙ୍କୁ ପ୍ରଶ୍ନ କରାଯାଉ ନ ଥିବା ଧାଓ୍ବନ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ

ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦...

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି),...

ଭଉଣୀଙ୍କୁ ଏମିତି ଉପଦେଶ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ପରେ ଘଟଣାସ୍ଥଳକୁ ଯାଉଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ନଜରବନ୍ଦୀ କରାଯାଇଛି। ସୋମବାର କଂଗ୍ରେସର ପୂର୍ବତନ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଲଗାତାର ୧୮ ଦିନ ଧରି ଦୈନିକ...

ଭୋପାଳରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କଲା ସୋନିଆ-ରାହୁଲଙ୍କ ବିମାନ

ଭୋପାଳ, ୧୮। ୭: ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଏକତା ବୈଠକରେ ଯୋଗଦେଇ ଫେରୁଥିବା ବେଳେ ଭୋପାଳ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିଛି ରାହୁଲ ଗାନ୍ଧୀ...

କ୍ୟାବିନେଟ ମନ୍ତ୍ରୀ ସ୍ବତନ୍ତ୍ର ଦେବଙ୍କ ମା’ଙ୍କ ନିଧନ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୮।୩: ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସ୍ବତନ୍ତ୍ର ଦେବ ସିଂହଙ୍କ ମା’ଙ୍କ ପରଲୋକ ଘଟିଛି। ୯୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।...

ପ୍ରଧାନମନ୍ତ୍ରୀ ମୋଦି ବସି ଧ୍ୟାନ କରିଥିବା ଗୁମ୍ଫାରେ ମିଳିବ ହୋଟେଲ୍‌ ସୁବିଧା

ନୂଆଦିଲ୍ଲୀ,୧୦୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ବସି ସାଧନା କରିଥିଲେ, ସେହି ଗୁମ୍ଫା ସମେତ ଅନ୍ୟ ତିନୋଟି ଗୁମ୍ଫାରେ ଭକ୍ତମାନେ ହୋଟେଲ ସୁବିଧା...

ମାଙ୍କଡ଼ଙ୍କ ନାମରେ ୩୨ ଏକର ଜମି…

ଓସମାନାବାଦ,୧୬।୧୦ : ଆଜିର ଯୁଗରେ, ଯେତେବେଳେ ଜମି ବିବାଦ ସାଧାରଣ ହୋଇଗଲାଣି, ମହାରାଷ୍ଟ୍ରର ଓସମାନାବାଦ ଜିଲାର ଏକ ଗାଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି।...

Advertisement
Archives

Model This Week