Posted inଜାତୀୟ

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର ବହୁ ମହତ୍ତ୍ୱ ରହିଛି। ରାମଙ୍କ ଏହି ପ୍ରତିମାକୁ କର୍ନାଟକରେ ତିଆରି କରାଯାଇଥିବା ବେଳେ ମାତ୍ର ଖଣ୍ଡେ ଶାଳ କାଠରେ ଏହାକୁ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଦକ୍ଷିଣ ଭାରତରେ ଭଗବାନ ରାମଙ୍କ କୋଦଣ୍ଡ ରୂପକୁ ପୂଜା କରାଯାଇଥାଏ। ଶ୍ରୀରାମଙ୍କ ଏହି ମୂର୍ତ୍ତି ମଧ୍ୟ କୋଦଣ୍ଡ ଧନୁ ଧାରଣ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭଗବାନ ରାମଙ୍କ ଧନୁର ନାମ କୋଦଣ୍ଡ। ଯେତେବେଳେ ଶ୍ରୀରାମ ମାତା ସୀତାଙ୍କୁ ଖୋଜିବାକୁ ଦକ୍ଷିଣ ଭାରତରେ ପହଞ୍ଚିଥିଲେ ସେତେବେଳ ବନବାସୀ ରୂପେ ତାଙ୍କ ହାତରେ ଧନୁ ରହିଥିଲା। ଅଯୋଧ୍ୟାର ସୋଧ ସଂସ୍ଥାନ ମ୍ୟୁଜିୟମ୍‌ରେ ଯୋଗୀ ଆଦିତ୍ୟନାଥ ରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କରିବା ପରେ ସେଠାକାର ଗ୍ୟାଲେରୀ ପରିଦର୍ଶନ କରିବା ସହ କିଛି ବହି ଓ ପୋଷ୍ଟାଲ କଭରର ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଅପରାହ୍ନ ୫ଟାରେ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ…

ନୂଆଦିଲ୍ଲୀ, ୧୬।୭ : ରବିବାର (ଜୁଲାଇ ୧୭)ଅପରାହ୍ନରେ ଆଇସିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି: ଛୁରି ଧରି ମଞ୍ଚ ଉପରକୁ ଚଢିଲେ ଯୁବକ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା...

ଚାକିରି ଅଛି ହେଲେ ଯୋଗ୍ୟତାର ଅଭାବ ରହିଛି

ବରେଲି,୧୫।୯: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଦେଶରେ ଚାକିରିର ଅଭାବ ନାହିଁ ହେଲେ ଉତ୍ତର ଭାରତରେ ଯୋଗ୍ୟତା ନାହିଁ। କାରଣ ଯେଉଁମାନେ ଏଠାକୁ...

ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର...

ଦିଲ୍ଲୀରେ ୬ ବର୍ଷର ବାଳକଙ୍କୁ ବଳି

ନୂଆଦିଲ୍ଲୀ,୩।୧୦(ପି.ଟି.): ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ଶନିବାର ରାତିରେ ଜଣେ ୬ ବର୍ଷର ବାଳକଙ୍କୁ ବଳି ଦିଆଯାଇଛି। ଦୁଇଜଣ ଅଭିଯୁକ୍ତ ଶିଶୁଟିର ଗଳା କାଟି ହତ୍ୟା...

୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି, ମୋଦିଙ୍କୁ ନୀତୀଶଙ୍କ ପ୍ରଶ୍ନ…

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ...

Advertisement
Archives

Model This Week