ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାର ବର୍ଷା ଓ କରାମାଡ ସବୁ ଯେମିତି ଓଲଟପାଲଟ କରିଦେଲା । କ୍ଷେତରେ ହସୁଥିବା ସୁନାର ଫସଲ ଏବେ ଉଜୁଡି ଯାଇଛି । ପାଚିଲା ଧାନକେଣ୍ଡା ସବୁ ଝଡି କ୍ଷେତରେ ଲୋଟିଛି । ମାତ୍ର ୧୫ ମିନିଟର ତାଣ୍ଡବ ଚାଷୀ ପରିବାରକୁ ହତାଶା ମଧ୍ୟକୁ ଟାଣି ନେଇଛି। ଗତ ଦୁଇଦିନ ଧରି କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି । ହେଲେ ଚାଷୀ କେବେ ଓ କେତେ ଆର୍ଥତ୍କ ସହାୟତା ପାଇବେ ସେ ନେଇ ସଂଶୟରେ ପଡିଛି ା ଏପରି ପରିସ୍ଥିତିରେ ଧାରକରଜ କରି ଫସଲ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ା
ସମ୍ବଲପୁର ମହାନଗରରେ ସାମିଲ ହୋଇଥିବା ମାନେଶ୍ୱର ବ୍ଲକର ୧୨ପଞ୍ଚାୟତର ଚାଷୀଙ୍କ ଫସଲ ବୀମାଭୁକ୍ତ କରାଯାଇନାହିଁ । ବ୍ୟାଙ୍କ ଓ ସମବାୟ ସମିତି ଋଣୀ ଓ ଅଣଋଣୀ ଚାଷୀଙ୍କ ବୀମା କରାଇନାହାନ୍ତି। ବୁଧବାର ଓ ଗୁରୁବାର କୃଷି ବିଭାଗ ପକ୍ଷରୁ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇଛି । ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ କ୍ଷତିଗ୍ରସ୍ତ କ୍ଷେତ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି । ସେହିପରି ମାନେଶ୍ୱର ତହସିଲଦାର ମଧ୍ୟ କୃଷି ବିଭାଗ ସହ ମିଶି କ୍ଷୟକ୍ଷତି ଆକଳନ କରି ଚୂଡାନ୍ତ ରିପୋର୍ଟ ଦେବାକୁ ରାଜସ୍ବ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ବର୍ଷା ଓ କରାମାଡରେ ଯୁଯୁମୁରା ଓ ମାନେଶ୍ୱର ବ୍ଳକରେ ଅଧିକ ପ୍ରଭାବିତ ହୋଇଛି । ରେଙ୍ଗାଲି, ନାକଟିଦେଉଳ,ଜନକିରା ବ୍ଳକରେ ଆଂଶିକ କ୍ଷତି ହୋଇଛି । ମୋଟ ୪ହଜାର ହେକ୍ଟର ରବିଧାନ ଫସଲ ଓ ୬ ଶହ ହେକ୍ଟର ପନିପରିବା ଚାଷ ନଷ୍ଟ ହୋଇଯାଇଛି । ମାନେଶ୍ୱର ବ୍ଳକରେ ୧୪ ପଞ୍ଚାୟତର ୭୧ ଗ୍ରାମର ୧୧୪୧ ହେକ୍ଟର, ଯୁଯୁମୁରା ବ୍ଲକରେ ୭ ପଞ୍ଚାୟତର ୩୩ ଗ୍ରାମର ୧୯୬୨ ହେକ୍ଟର, ଧନକଉଡା ବ୍ଲକରେ ୭ ପଞ୍ଚାୟତର ୨୪ ଗ୍ରାମରେ ୮୫୫ ହେକ୍ଟର ଜମି ପ୍ରଭାବିତ ହୋଇଛି । ଚାଷୀମାନେ କହିଛନ୍ତି , କରାମାଡରେ ପାଚିଲା ଧାନ ଝଡି ପଡିବାରୁ ପାଣିରେ ଭିଜି ବିଲରେ ଗଜା ହୋଇଯିବ । ପ୍ରଥମେ କରୋନା, ଏବେ ପ୍ରକୃତି ଚାଷୀ କୂଳକୁ ଉପରେ ଦାଉ ସାଜିଲା ା ରାଜ୍ୟ ସରକାର ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri