ଅଭୟାରଣ୍ୟ, ହାତୀ କରିଡର୍‌ ପାଇଁ ବିପଦ ପାଲଟିଛି ଖଣି ଖାଦାନ

ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍‌ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଅଭୟାରଣ୍ୟ ଓ ହାତୀ କରିଡର୍‌ ଅଞ୍ଚଳ ଭିତରେ ତଥା ଏହାର ଆଖପାଖରେ ଖଣି ଖାଦାନ କାର୍ଯ୍ୟ ଚାଲୁଥିବାରୁ ଜୀବଜନ୍ତୁ କ୍ଷତିଗ୍ରସ୍ତ ହେବା ସହ ହାତୀମାନଙ୍କ ଅବାଧ ଚଳପ୍ରଚଳରେ ବାଧା ଉପୁଜୁଥିବା ଅଭିଯୋଗ ଉଠିଥିଲା। ଏହି ପରିପ୍ରେକ୍ଷୀରେ ‘ରୋଜ୍‌’ ଓ ‘ଆଶା’ ନାମକ ଦୁଇଟି ସାମାଜିକ ସଙ୍ଗଠନ ନୂଆଦିଲ୍ଲୀସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ପ୍ରମୁଖ ବେଞ୍ଚ୍‌ରେ ମାମଲା ରୁଜୁ କରିଥିଲେ। ଏନେଇ ଗ୍ରୀନ୍‌ ଟ୍ରିବ୍ୟୁନାଲ ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ୍‌ ଏସ୍‌.ପି. ୱାଙ୍ଗଡି ଓ ବିଶେଷଜ୍ଞ ସଦସ୍ୟ ଡ. ସତ୍ୟବାନ ସିଂହ ଗର୍ବିିୟାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପ୍ରାଥମିକ ଶୁଣାଣି ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଶିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡର୍‌ ଅଞ୍ଚଳ ଓ ଏହାର ଆଖପାଖ ସ୍ଥାନରେ ଯେପରି ଖଣି ଖନନ ଚାଲୁଛି, ସେନେଇ ଗ୍ରୀନ୍‌ ଟ୍ରିବ୍ୟୁନାଲ ଚିନ୍ତାବ୍ୟକ୍ତ କରିଛନ୍ତିି। ଏ ପ୍ରସଙ୍ଗରେ ପୂର୍ବରୁ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପିସିସିଏଫ୍‌ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ଓକିଲ ଉତ୍ତର ଦାଖଲ ପାଇଁ ଅଧିକ ସମୟ ଚାହିଁଥିଲେ। ଉକ୍ତ ଅଞ୍ଚଳରେ ୯୭ ପଥର ଖଣି ଚାଲିଥିବା ପିସିସିଏଫ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିଯୋଗୁ ହାତୀଙ୍କ ଚଳପ୍ରଚଳ ବାଧାପ୍ରାପ୍ତ ହେବା ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସେ ସ୍ବୀକାର ମଧ୍ୟ କରିଛନ୍ତି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ବିଧି ବ୍ୟବସ୍ଥା ଅନୁଯାୟୀ ଯେପରି ଖଣି ଖାଦାନ ବନ୍ଦ ରୁହେ, ସେ ଦିଗରେ ଦୃଷ୍ଟି ଦେବାକୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହି ଅଭୟାରଣ୍ୟ ଓ ହାତୀ କରିଡର୍‌ ତଥା ଏହାର ଆଖପାଖ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ନ କରିବା ସହ ପିସିସିଏଫ୍‌ଙ୍କ ରିପୋର୍ଟରେ ଉଲ୍ଲେଖ ସମସ୍ତ ସୁପାରିସକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଗ୍ରୀନ୍‌ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ପିସିସିଏଫ୍‌ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ଅଞ୍ଚଳରେ ବୃକ୍ଷରୋପଣ ସହିତ ଲଣ୍ଡା ପାହାଡ଼ଗୁଡ଼ିକୁ ସବୁଜ କରିବା ପାଇଁ କାମ୍ପା ଓ ଅନ୍ୟାନ୍ୟ ପାଣ୍ଠିର ବ୍ୟବହାର ପାଇଁ ସୁପାରିସ କରିଛନ୍ତି। ଏହାସହ ରାଜ୍ୟ ସରକାର ଏକ ମାସ ମଧ୍ୟରେ ସତ୍ୟପାଠ ସହ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri