ଅଭିଷେକ ଶେୟାର କଲେ ଫିଲ୍ମ‘ବବ୍‌ ବିଶ୍ୱାସ’ର ଝଲକ

ବମ୍ବେ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ଅଭିଷେକ ଦବଦବା ସେତେଟା ଜଣାପଡେନାହିଁ। ଅନେକ ତାଙ୍କ ଅଭିନୟ ପ୍ରଭାବିତ କରୁ ନ ଥିବା ମତ ରଖନ୍ତି। ନିକଟରେ ବିକ୍କି କୌଶଲଙ୍କ ଫିଲ୍ମ ମନ ମର୍ଜିୟାରେ ସେ ନଜର ଆସିଥିଲେ। ତାପସୀଙ୍କ ସହ ତାଙ୍କର ଭୂମିକା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏବେ ଅଭିଷେକ ‘ବବ୍‌ ବିଶ୍ୱାସ’ରେ କାମ କରୁଛନ୍ତି। ଏହାର ଶୁଟିଂ କୋଲକାତାରେ ଚାଲୁ ରହିଛି। ଫିଲ୍ମରେ ଅଭିଷେକଙ୍କ ଲୁକ୍‌ କିଭଳି ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସେ ନିଜେ ଏହା ଉପରୁ କିଛିଟା ପରଦା ଉଠାଇଛନ୍ତି।

 

ସୋସିଆଲ ଆକାଉଣ୍ଟରେ ଶୁଟିଂ ପ୍ରଥମ ଦିନର ଦୁଇଟି ଫଟୋ ଶେୟାର କରିଛନ୍ତି ସେ। ଗୋଟିଏ ଫଟୋରେ ହଳେ ଚଷମା ସାଙ୍ଗକୁ ମୋଟୋରୋଲା କମ୍ପାନୀର ଫୋନ୍‌ ଦେଖିବାକୁ ମିଳୁଛି। ସେହିଭଳି ଆଉ ଏକ ଫଟୋରେ କ୍ଲିପ୍‌ବୋର୍ଡ ସହ ତାଙ୍କର ସାମାନ୍ୟ ଝଲକ ଦିଶୁଛି।

 

View this post on Instagram

 

Nomoshkar! . . . . . . . . . . . #BobBiswas #day1 🙏🏽

A post shared by Abhishek Bachchan (@bachchan) on

୨୦୧୨ ରିଲିଜ ହୋଇଥିବା ଫିଲ୍ମ ‘କାହାନୀ’ର ଖଳନାୟକ ଭୂମିକାରେ ନଜର ଆସିଥିବା ବବ୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ରର କାହାଣୀଟି ପର୍ଯ୍ୟବେଶିତ। ଏହାର ନିର୍ଦ୍ଦେଶନା ସୁଜୋୟ ଘୋଷ କରିଥିବା ବେଳେ ଶାହରୁଖ ଖାଁ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତାଙ୍କ ମୃତ୍ୟୁକୁ ନେଇ ଗୁଜବ

ବମ୍ବେ: ଅଭିନେତା ଶର୍ମନ ଯୋଶୀ ଆଉ ନାହାନ୍ତି। କିଛି ଏଭଳି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହଠାତ ଏଭଳି ଖବର ପାଇ ଅଭିନେତାଙ୍କ ପ୍ରଶଂସକମାନେ...

ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି।...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ...

ଏହି ପାକିସ୍ତାନୀ ସୁନ୍ଦରୀ କରିବେ ବଲିଉଡ୍‌ରେ ଡେବ୍ୟୁ

ବମ୍ବେ: ବଲିଉଡ୍‌ ପାଦ ଥାପିବାକୁ ଯାଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ଅଲିଜେ ନାସିର। ହିନ୍ଦି ସିନେମା ‘ୟାରା ବେ’ରେ ସେ ବଲିଉଡ୍‌ ଡେବ୍ୟୁ କରିବେ। ଅନେକ ଦିନରୁ...

ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍‌ ଅଭିନେତ୍ରୀ ରଚନା ସିଂହ...

ବଲିଉଡ୍‌ରେ ଜଲଓ୍ବା ଦେଖାଇବେ କିଙ୍ଗ ଖାନଙ୍କ ଝିଅ!

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବେ କିଙ୍ଗ ଖାନ ଶାହାରୁଖଙ୍କ ଝିଅ ସୁହାନା। ବାପାଙ୍କ ପରେ ସେ ବଲିଉଡ୍‌ରେ ନିଜର ଜଲଓ୍ବା ଦେଖାଇବେ। ଅନେକ ଦିନ ହେବ...

ସେଲ୍‌ଫି ବେବୋ ଲିପ୍‌ସା

ସଙ୍ଗୀତ ଜଗତର ୟଙ୍ଗ୍‌ ଆଣ୍ଡ୍‌ ଷ୍ଟାଇଲିଷ୍ଟ କଣ୍ଠଶିଳ୍ପୀ ହେଉଛନ୍ତି ଲିପ୍‌ସା ମହାପାତ୍ର। ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବ୍‌ କମ୍‌ ଦିନରେ ଲୋକଙ୍କ ହୃଦୟ...

Advertisement
Archives

Model This Week