Posted inପୁରୀ

ଅଭିଯୋଗ ପରେ ବିବାହ କଲେ ପ୍ରେମିକ

ନିମାପଡ଼ା,୨୮ା୫(ଡି.ଏନ.ଏ.): ପ୍ରଥମେ ବିବାହ ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀଜଣକ ଅନ୍ତଃସ୍ବତ୍ତା ହେବାପରେ ପ୍ରେମିକ ବିବାହ ହେବା ପାଇଁ ମନା କରିଦେଇଥିଲେ। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଗ୍ରାମବାସୀ, ଉଭୟ ପରିବାର ଓ ପୋଲିସଙ୍କ ସହାୟତାରେ ହୋଇଥିଲା ପ୍ରେମୀଯୁଗଳଙ୍କ ବିବାହ। ଏଭଳି ଘଟଣା ନିମାପଡ଼ା ଥାନା ଅଞ୍ଚଳରେ ବୁଧବାର ଦେଖିବାକୁ ମିଳିଛି। ଏହି ଥାନା ଅଞ୍ଚଳର ଜଣେ ଯୁବତୀ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ଏପରିକି ଯୁବକ ଜଣକ ବିବାହ ନଁାରେ ବାରମ୍ବାର ଯୁବତୀଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ଏଥିରେ ଯୁବତୀ ୭ମାସର ଅନ୍ତଃସ୍ବତ୍ତା ହେବା ପରେ ବିବାହ ପାଇଁ ଯୁବକଙ୍କୁ ଜଣାଇଥିଲେ। କିନ୍ତୁ ପ୍ରେମିକ ମନା କରିଦେବାରୁ ଯୁବତୀ ବୁଧବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଅଭିଯୋଗକ୍ରମେ ଯୁବକଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସହ ଉଭୟଙ୍କ ପରିବାରଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଏବଂ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରେମୀଯୁଗଳ ରାଜି ହୋଇ ପ୍ରଥମେ ନିମାପଡ଼ା ତହସିଲ ଅଫିସ ନୋଟାରୀଙ୍କ ପାଖରେ ପରେ ସ୍ଥାନୀୟ ମନ୍ଦିରରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?