ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ ଦୂର କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଡିସ୍‌ କହିଛି। ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୧୮ରେ ୭.୪% ରହିବ ବୋଲି ଏହା କହିଥିଲା। ମାତ୍ର ୨୦୧୯ରେ ଏହା ୬.୨% ସ୍ତର ଛୁଇଁବା ନେଇ ମୁଡିସ୍‌ ପ୍ରଥମେ ପୂର୍ବାନୁମାନ କରିଥିବା ବେଳେ ଏହାକୁ ଦୁଇ ଥର କମାଇ ସାରିଛି। ପ୍ରଥମେ ଅଭିବୃଦ୍ଧି ପୂର୍ବାନୁମାନକୁ ୫.୮% ଏବଂ ପରେ ୫.୬%କୁ ହ୍ରାସ କରାଯାଇଛି। ଭାରତର ମାନ୍ଦାବସ୍ଥା ଅନୁମାନଠାରୁ ଅଧିକ ରହିଥିବା ଏହା ପ୍ରକାଶ କରିଛି। ଗତ ସପ୍ତାହରେ ଭାରତର କ୍ରେଡିଟ୍‌ ଆଉଟ୍‌ଲୁକକୁ ମୁଡିସ୍‌ ସ୍ଥିରରୁ ନେଗେଟିଭ କରିଛି। ବିଶେଷ ଭାବେ ନିବେଶରେ ହ୍ରାସ ଯୋଗୁ ଏହା ଚାହିଦାକୁ ମଧ୍ୟ ପ୍ରଭାବିତ କରିଥିବା ଏହାର ରିପୋର୍ଟରେ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ଏବଂ ଆର୍ଥତ୍କ ସମସ୍ୟା ଯୋଗୁ ଚାହିଦା ତ୍ୱରାନ୍ବିତ ହୋଇ ନ ଥିବା କୁହାଯାଇଛି।
ମୁଡିସ୍‌ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ ୨୦୨୦-୨୧ରେ ମୁଡିସ୍‌ ଏଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ୨୦୨୦ ଏବଂ ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ୬.୬% ଏବଂ ୬.୭% ରହିବ ବୋଲି ଆକଳନ କରାଯାଇଛି। ପୂର୍ବରୁ ହୋଇଥିବା ଅଭିବୃଦ୍ଧି ପୂର୍ବାନୁମାନଠାରୁ ଏହା ବହୁ ନିମ୍ନରେ ରହିଛି। ୨୦୧୮ ମଧ୍ୟ ଭାଗରୁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଘଟି ଚାଲିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରାୟ ୮%ରୁ ୫%କୁ ଖସିଛି। ଦେଶରେ ନିଯୁକ୍ତି ମଧ୍ୟ କମ୍‌ ହେଉଛି। ପୂର୍ବରୁ ନିଯୁକ୍ତି କମ୍‌ ରହିଥିଲେ ମଧ୍ୟ ଚାହିଦା ଉନ୍ନତ ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବାରୁ ଉପୁଜିଥିବା ଏହା ପ୍ରକାଶ କରିଛି।
ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ପୋରେଟ ଟିକସକୁ ୩୦%ରୁ ହ୍ରାସ କରି ୨୨% କରାଯାଇଛି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଟିକସ ହାର ୧୫%କୁ କମିଛି। ନୂଆ ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଏଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟ ଏସୀୟ ଦେଶଗୁଡିକୁ ବିଚାର କରି ଟିକସ ହାର ହ୍ରାସ କରିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କ ପୁଞ୍ଜିକରଣ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ, ଅଟୋ ସେକ୍ଟରକୁ ସହାୟତା, ଭିତ୍ତିଭୂମି ନିବେଶ ଲାଗି ଯୋଜନା ଏବଂ ଷ୍ଟାର୍ଟଅପ୍‌ଗୁଡିକ ଲାଗି ଟିକସ ରିହାତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ଚାହିଦା ଏକ ପ୍ରମୁଖ କାରକ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ଲାଗି ସରକାରୀ ପଦକ୍ଷେପଗୁଡିକ ସକ୍ଷମ ହୋଇ ନାହିଁ। ରିଜର୍ଭ ବ୍ୟାଙ୍କ ସୁଧହାର ଧାରା ଜାରି ରଖିବ ବୋଲି ଏହା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ,୯।୫: କରୋନା ପାଇଁ ସରକାରଙ୍କ ରାଜସ୍ବ କ୍ଷତି ହେବ। ଚଳିତ ଆର୍ଥତ୍କ ବର୍ଷରେ ସରକାର ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି...

ମୋବାଇଲ ଆପ୍ଲିକେଶନରେ ହେବ ଚଳିତ ବର୍ଷର ବଜେଟ

ନୂଆଦିଲ୍ଲୀ,୩୦।୧: ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଗଜ କଲମ ବଦଳରେ ମୋବାଇଲ ଆପ୍‌ ଜରିଆରେ ବଜେଟ ଉପସ୍ଥାପନ କରାଯିବ। ଦେଶବାସୀ ଓ ସରକାର...

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦...

ମନୋହରପୁର ଖଣିରୁ ଓପିଜିସିକୁ କୋଇଲା ଯୋଗାଣ

ଭୁବନେଶ୍ୱର: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍‌...

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା...

ଚାକରଙ୍କ ପିଲା ପଢ଼ୁଛନ୍ତି ଆମେରିକାରେ: ଜାଣନ୍ତୁ ମୁକେଶ ଅମ୍ବାନୀ କେତେ ଦରମା ଦିଅନ୍ତି କର୍ମଚାରୀଙ୍କୁ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ପରିବାର ବିଷୟରେ ପ୍ରତିଟି କଥା ଜାଣିବା ପାଇଁ ଲୋକେ ଚାହିଁଥାନ୍ତି। ତେଣୁ ଏହି ପରିବାରର...

ଆଧାର ସହ ଏନ୍‌ରୋଲମେଣ୍ଟ ସ୍ଲିପ୍‌ ହଜିଯାଇଛି କି? ୟୁଆଇଡିଏଆଇର ଏହି ନଂରେ କରନ୍ତୁ କଲ୍‌, ହେବ ସମାଧାନ

ନୂଆଦିଲ୍ଲୀ,୪।୧୨: ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ଜାରି କରାଯାଇଥିବା ଆଧାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଲଟିଛି। ହେଲେ ଅସାବଧାନତା କାରଣରୁ କେବେ ଆଧାର ହଜିଗଲେ...

ସେନ୍‌ସେକ୍ସ ବୃଦ୍ଧି: ନିବେଶକ ମାଲାମାଲ୍‌

ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା...

Advertisement
Archives

Model This Week