ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ ଦୂର କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଡିସ୍‌ କହିଛି। ଭାରତର ଜିଡ଼ିପି ଅଭିବୃଦ୍ଧି ୨୦୧୮ରେ ୭.୪% ରହିବ ବୋଲି ଏହା କହିଥିଲା। ମାତ୍ର ୨୦୧୯ରେ ଏହା ୬.୨% ସ୍ତର ଛୁଇଁବା ନେଇ ମୁଡିସ୍‌ ପ୍ରଥମେ ପୂର୍ବାନୁମାନ କରିଥିବା ବେଳେ ଏହାକୁ ଦୁଇ ଥର କମାଇ ସାରିଛି। ପ୍ରଥମେ ଅଭିବୃଦ୍ଧି ପୂର୍ବାନୁମାନକୁ ୫.୮% ଏବଂ ପରେ ୫.୬%କୁ ହ୍ରାସ କରାଯାଇଛି। ଭାରତର ମାନ୍ଦାବସ୍ଥା ଅନୁମାନଠାରୁ ଅଧିକ ରହିଥିବା ଏହା ପ୍ରକାଶ କରିଛି। ଗତ ସପ୍ତାହରେ ଭାରତର କ୍ରେଡିଟ୍‌ ଆଉଟ୍‌ଲୁକକୁ ମୁଡିସ୍‌ ସ୍ଥିରରୁ ନେଗେଟିଭ କରିଛି। ବିଶେଷ ଭାବେ ନିବେଶରେ ହ୍ରାସ ଯୋଗୁ ଏହା ଚାହିଦାକୁ ମଧ୍ୟ ପ୍ରଭାବିତ କରିଥିବା ଏହାର ରିପୋର୍ଟରେ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ଏବଂ ଆର୍ଥତ୍କ ସମସ୍ୟା ଯୋଗୁ ଚାହିଦା ତ୍ୱରାନ୍ବିତ ହୋଇ ନ ଥିବା କୁହାଯାଇଛି।
ମୁଡିସ୍‌ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ ୨୦୨୦-୨୧ରେ ମୁଡିସ୍‌ ଏଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ୨୦୨୦ ଏବଂ ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ୬.୬% ଏବଂ ୬.୭% ରହିବ ବୋଲି ଆକଳନ କରାଯାଇଛି। ପୂର୍ବରୁ ହୋଇଥିବା ଅଭିବୃଦ୍ଧି ପୂର୍ବାନୁମାନଠାରୁ ଏହା ବହୁ ନିମ୍ନରେ ରହିଛି। ୨୦୧୮ ମଧ୍ୟ ଭାଗରୁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଘଟି ଚାଲିଛି। ଦେଶର ଜିଡ଼ିପି ଅଭିବୃଦ୍ଧି ପ୍ରାୟ ୮%ରୁ ୫%କୁ ଖସିଛି। ଦେଶରେ ନିଯୁକ୍ତି ମଧ୍ୟ କମ୍‌ ହେଉଛି। ପୂର୍ବରୁ ନିଯୁକ୍ତି କମ୍‌ ରହିଥିଲେ ମଧ୍ୟ ଚାହିଦା ଉନ୍ନତ ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବାରୁ ଉପୁଜିଥିବା ଏହା ପ୍ରକାଶ କରିଛି।
ମାନ୍ଦାବସ୍ଥା ବିରୋଧରେ ଲଢେଇ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କର୍ପୋରେଟ ଟିକସକୁ ୩୦%ରୁ ହ୍ରାସ କରି ୨୨% କରାଯାଇଛି। ନୂଆ ମାନୁଫାକଚରିଂ କମ୍ପାନୀଗୁଡିକ ଲାଗି ଟିକସ ହାର ୧୫%କୁ କମିଛି। ନୂଆ ବିଦେଶୀ ନିବେଶ ଆକୃଷ୍ଟ କରିବା ଲାଗି ଏଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟ ଏସୀୟ ଦେଶଗୁଡିକୁ ବିଚାର କରି ଟିକସ ହାର ହ୍ରାସ କରିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କ ପୁଞ୍ଜିକରଣ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କ ଗଠନ, ଅଟୋ ସେକ୍ଟରକୁ ସହାୟତା, ଭିତ୍ତିଭୂମି ନିବେଶ ଲାଗି ଯୋଜନା ଏବଂ ଷ୍ଟାର୍ଟଅପ୍‌ଗୁଡିକ ଲାଗି ଟିକସ ରିହାତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ଚାହିଦା ଏକ ପ୍ରମୁଖ କାରକ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ଲାଗି ସରକାରୀ ପଦକ୍ଷେପଗୁଡିକ ସକ୍ଷମ ହୋଇ ନାହିଁ। ରିଜର୍ଭ ବ୍ୟାଙ୍କ ସୁଧହାର ଧାରା ଜାରି ରଖିବ ବୋଲି ଏହା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?