ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିବା ଅଭିନେତା ରୋହନ୍‌ ଓରଫ୍‌ ଈଶ୍ୱର କୁମାର ଭଞ୍ଜଦେଓ। ଖୋର୍ଦ୍ଧା ଜିଲାର ଗଡ଼ହଳଦିଆ ଗ୍ରାମରେ ଜନ୍ମ ହୋଇଥିବା ରୋହନଙ୍କର ପିଲାବେଳୁ ଯାତ୍ରା ପ୍ରତି ରୁଚି ଥିଲା। ଗଁାରେ ହେଉଥିତ୍ବା ଯାତ୍ରା ତଥା ସ୍କୁଲ ଡ୍ରାମାରେ ରୋଲ୍‌ କରି ସେ ପୁରସ୍କାର ଜିତୁଥିଲେ। ତେବେ ସେ ଏକଥା ଜାଣି ନ ଥିଲେ ଯେ, ସେ ଦିନେ କଳାକୁ ନିଜର ପେସା କରିବେ। ଗ୍ରାଜୁଏଶନ୍‌ ପରେ ତାଙ୍କୁ ସିରିଏଲ୍‌ରୁ ଅଫର ମିଳିଲା। ‘ବଡ଼ଘର ବଡ଼ ଗୁମର କଥା’, ‘ବଧୂ’, ‘କୁମ୍‌କୁମ୍‌’, ‘କଥା ତ ଏତିକି’ ଆଦି ଧାରାବାହିକରେ ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କଲେ। ତେବେ ସେ ଗୋଟିଏ କଥା ଅନୁଭବ କଲେ ଯେ ସିରିଏଲ୍‌ରେ ଅଭିନୟ କଲେ ହୁଏତ ସୁନାମ ମିଳିପାରିବ। ମାତ୍ର ଠିକ୍‌ ଭାବରେ ପରିବାର ପ୍ରତିପୋଷଣ କରିହେବ ନାହିଁ। ଆଉ ସେତିକିବେଳେ ହିଁ ତାଙ୍କୁ ଅଫର ମିଳିଲା ଯାତ୍ରାରେ ଯୋଗଦେବା ପାଇଁ। ଆଉ ସେ ସାମାନ୍ୟ ବିଳମ୍ବ ନ କରି ଚାଲି ଆସିଲେ ଯାତ୍ରାକୁ। ପ୍ରଥମ ନାଟକ ଥିଲା କିଶୋର ଖଣ୍ଡୁଆଳଙ୍କ ‘କଥା ଥିଲା ଫଗୁଣକୁ’। ଏଥିରେ ସେ ଖଳ ଚରିତ୍ରରେ ମଞ୍ଚକୁ ଆସିଲେ। ବାସ୍‌, ଆଉ ପଛକୁ ଫେରି ଚାହିଁବାର ଅବକାଶ ମିଳିନାହିଁ। ସେ ‘ଗୌରୀ ଗଣନାଟ୍ୟ’ ଭଳି ନାଟ୍ୟସଂସ୍ଥାରେ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ‘ଶିବାନୀ ଗଣନାଟ୍ୟ’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୋ ଠିକଣା ମୋତେ ଅଜଣା’, ‘ସବୁ ଉପରବାଲାର ଖେଳ’, ‘ଧରମ ସ୍ତ୍ରୀ’, ‘ରଜନୀ ସଜନୀ ରାତି ପାହିଲା’, ‘ବରଣୀ କନିଅଁା ବରଷା ରାଣୀ’, ‘ଚାଲ କରିବା ଠିଆପାଲା’, ‘ରାମ ବନବାସ କାହାଣୀ ଶେଷ’, ‘ରୂପ ରାଇଜର ରାଜକୁମାରୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଶିବାନୀ ଗଣନାଟ୍ୟ’ର ସେ ଦୁଇଗୋଟି ନାଟକରେ ଅଭିନୟ କରିଛନ୍ତି। ‘ବାହାଘର ନୁହେଁ ବାହା ବଜାର’ ଏବଂ ‘ସବୁ ଅଧାଅଧା ନଁାଟି ରାଧା’। ଅଭିନୟ ହେଉଛି ରୋହନଙ୍କ ଜୀବନର ପ୍ରଥମ ପ୍ରେମ। ସେ ସବୁବେଳେ ଅଭିନୟକୁ ଗୁରୁତ୍ୱ ଦିଅନ୍ତି। ଯେଉଁ ଚରିତ୍ର ମିଳିଲା ତାହାକୁ କିପରି ନ୍ୟାୟ ଦେବେ ସେହିକଥା ଚିନ୍ତାକରନ୍ତି। ଆଗାମୀ ଦିନରେ ଖୁବ୍‌ ଭଲ ଅଭିନୟ କରି ତାଙ୍କର ପ୍ରିୟ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗେଇବେ ବୋଲି କହିଛନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri