Posted inଭଦ୍ରକ

ଅବ୍ୟବସ୍ଥାରେ ଚାଲିଛି ପରୀକ୍ଷା

ଆରଡ଼ି, ୩।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମଠଡିହ ଓ ପହଣା କ୍ଲଷ୍ଟର, ଧାମନଗର ବ୍ଲକର ବାପୁଜୀ ଓ ସାଅଁ।ଳପୁର କ୍ଲଷ୍ଟରରେ ଥିବା ସ୍କୁଲଗୁଡ଼ିକରେ ହେଉଥିବା ଷାଣ୍ମାସିକ ପରୀକ୍ଷା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଗଣଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ ତାରିଖରେ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆବଶ୍ୟକତାଠାରୁ କମ୍‌ ସଂଖ୍ୟକ ପ୍ରଶ୍ନପତ୍ର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଫଳରେ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସାଦା କାଗଜରେ ପରୀକ୍ଷା ଦେଇଥିଲେ। ଆଉ କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ଜେରକ୍ସ କରାଯାଇ ପିଲାମାନଙ୍କ ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନ ପରୀକ୍ଷା ପୂର୍ବାହ୍ନ ସାଢ଼େ ୧୦ଟା ପରିବର୍ତ୍ତେ କେତେକ ବିଦ୍ୟାଳୟରେ ୧୧ଟା ୩୦ରେ ଆରମ୍ଭ ହୋଇଥିଲା। ସେହିପରି ପ୍ରୋଗ୍ରାମ ଅନୁସାରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ ଓ ଭୂଗୋଳ ବିଷୟରେ ପରୀକ୍ଷା ହେବାର ଥିଲା। ମାତ୍ର ଇତିହାସ ପ୍ରଶ୍ନପତ୍ର ଯୋଗାଇ ଦିଆ ନ ଯିବାରୁ ପିଲାମାନେ ସେହି ବିଷୟରେ ପରୀକ୍ଷା ଦେଇପାରି ନ ଥିଲେ। ଦ୍ୱିତୀୟ ଦିନ ଶନିବାର ମଧ୍ୟ ବିଭିନ୍ନ ସ୍କୁଲରେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍‌ ଆସିବାରୁ ସମସ୍ୟା ଉପୁଜିଥିଲା। କେତେକ ବିଦ୍ୟାଳୟରେ ଗୋଟିଏ ପ୍ରଶ୍ନପତ୍ର ଦେଖି ୫ ପିଲା ପରୀକ୍ଷା ଦେଉଥିବାବେଳେ ଆଉ କେତେକ ସ୍ଥାନରେ ଶିକ୍ଷୟିତ୍ରୀ ଶିକ୍ଷକ କଳାପଟାରେ ପ୍ରଶ୍ନ ଲେଖି ପରୀକ୍ଷା କରାଇଥିଲେ। ୫ ଦିନ ପରୀକ୍ଷାରୁ ଦୁଇଦିନ ଏଭଳି ଅବ୍ୟବସ୍ଥାରେ ପରୀକ୍ଷା ହୋଇଥିବା ଜଣାପଡ଼ିଛି।
ପରୀକ୍ଷା ଅବ୍ୟବସ୍ଥାକୁ ନେଇ ମଠଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ଚେୟାରମ୍ୟାନ ଦେବକାନ୍ତ ବିଳାସ କହିଛନ୍ତି, ପରୀକ୍ଷା ପରିଚାଳନାରେ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଏବେ ଯେଭଳି ଭାବେ ପରୀକ୍ଷା ଚାଲିଛି ସେଥିରୁ ଶିକ୍ଷାର ଗୁଣାତ୍ମକ ମାନ କମିଗଲା ଭଳି ଲାଗୁଛି। ଏ ସମ୍ପର୍କରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ପଚାରିବାରୁ କମ୍‌ ସଂଖ୍ୟାରେ ପ୍ରଶ୍ନପତ୍ର ଆସିଥିବାରୁ ପରୀକ୍ଷା ପରିଚାଳନାରେ ଅସୁବିଧା ଉପୁଜି ଥାଇପାରେ। ବିଭିନ୍ନ କ୍ଲଷ୍ଟର ସିଆର୍‌ସିସି ପ୍ରଶ୍ନପତ୍ରକୁ ଜେରକ୍ସ କରି ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri