ଅବ୍ୟବସ୍ଥାରେ କରୋନା ଯୋଦ୍ଧାଙ୍କ କ୍ୱାରାଣ୍ଟାଇନ୍‌ ସେଣ୍ଟର: ଭିଡିଓ ଭାଇରାଲ

ରାୟବରେଲୀ,୨୪।୪: ସରକାର ସବୁବେଳେ କରୋନା ଯୋଦ୍ଧାଙ୍କ ସମ୍ମାନ ଓ ସୁରକ୍ଷା ବିଷୟରେ କହୁଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହେଉଛି ତା’ର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀରେ। କୋଭିଡ-୧୯ ରେଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାୟବରେଲୀର ବଛରାଓ୍ବା ଗ୍ରାମରେ ଥିବା ଏକ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରାଯାଇଥିଲା। ଡାକ୍ତରମାନେ ରହୁଥିବା ସ୍କୁଲ ଘରେ ଫ୍ୟାନ ଚାଲୁଛି ନା ରହିଛି ସ୍ବଚ୍ଛ ଶୌଚାଳୟ। ପୂର୍ବରୁ ଜଣଙ୍କ ପିଛା ଗୋଟିଏ ପାଣି ବୋତଲ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ୨୫ଜଣଙ୍କୁ ୨୦ଲିଟରର ମାତ୍ର ଗୋଟିଏ ପାଣି ବୋତଲ ଦିଆଯାଇଥିବା ଜଣାପଡ଼ିଛି। ଯାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନ ଥିବା ବେଳେ ଠିକ୍‌ ସମୟରେ ମଧ୍ୟ ଦିଆଯାଉନ ଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଖାଇବା ପାଇଁ ଖାଦ୍ୟ ମଧ୍ୟ ସେମାନଙ୍କୁ ପଲିଥିନ୍‌ରେ ଦିଆଯାଉଛି ଏବଂ ରାତିସାରା ସେଠାରେ ବିଜୁଳି ମଧ୍ୟ ରହୁ ନ ଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ଯଦି ଜଣଙ୍କୁ ସଂକ୍ରମଣ ହୁଏ ତେବେ ଅନ୍ୟମାନଙ୍କ ମଧ୍ୟ ହେବାର ଆଶଙ୍କା ରହୁଛି। ତେଣୁ ସରକାରଙ୍କ ଅସଲି ମୁଖା ସାମ୍ନାକୁ ଆଣିବା ପାଇଁ ଡାକ୍ତରମାନେ ବୁଧବାର ୩ଟି ଭିଡିଓ ଜାରି କରିଥିଲେ। ଏଥିସହ ସିଏମ୍‌ଙ୍କୁ ଏନେଇ ଏକ ଚିଠି ଲେଖି ଅଭିଯୋଗ ଜଣାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ସରକାର ତତ୍ପରତା ଦେଖାଇଛନ୍ତି। ରାତାରାତି ଡାକ୍ତର ଓ ସ୍ବାସ୍ଥକର୍ମୀଙ୍କ ପାଇଁ ସରକାର ଗେଷ୍ଟ ହାଉସ୍‌ର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସଂକ୍ରମଣ ବ୍ୟାପିବା ଭୟରେ ସେମାନେ ଘରକୁ ମଧ୍ୟ ଯାଇ ପାରୁନାହାନ୍ତି। ତେଣୁ ସେମାନଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍କୁଲ ଘର, ଗେଷ୍ଟ ହାଉସ୍‌ ଓ ହୋଟେଲର ବ୍ୟବସ୍ଥା କରାଯାଇଛି। ହେଲେ ରାୟବରେଲୀର ସ୍କୁଲ ଘରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରର ଭିଡିଓରେ ଅବ୍ୟବସ୍ଥା ଓ ଅସ୍ବଚ୍ଛତା ସ୍ପଷ୍ଟ ବାରି ହୋଇପଡ଼ୁଛି। ଯାହା ଅତି ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri