ଅବହେଳିତ ନୂଆହତା ଗୋଚ୍ଛାୟତସାହି : ସୁଧୁରୁନି ରାସ୍ତା ସମସ୍ୟା

ବଅଁରପାଳ, ୩।୯ (ଡି.ଏନ୍‌.ଏ) – ସମସ୍ୟା ଘେରରୁ ମୁକୁଳି ପାରୁନି ବଅଁରପାଳ ବ୍ଲକ ମହକୁମା ନିକଟସ୍ଥ ନୂଆହତା ଗୋଚ୍ଛାୟତସାହି। ପାନୀୟ ଜଳ, ରାସ୍ତା ପରି ମୌଳିକ ସୁବିଧା ସାହିବାସୀଙ୍କ ନିକଟରେ ପହଞ୍ଚି ପାରୁନି। ଏଥିଯୋଗୁ ବିଭିନ୍ନ ଅସୁବିଧାରେ ଲୋକେ ହନ୍ତସନ୍ତ ହେଉଛନ୍ତି।
ସାହିବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ହେଲା ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପ୍ରାୟ ୨୦ ପରିବାର ପାଇଁ ୨ଟି ନଳକୂଅ ଥିବାବେଳେ ସେଥିରୁ ବାହାରୁ ଥିବା ଲୁହାଗୁଣ୍ଡ ମିଶା ପାଣି ପିଇବା ଉପଯୋଗୀ ହେଉନାହିଁ। ଫଳରେ ପାଖ ଗ୍ରାମକୁ ଯାଇ ପାଣି ବୋହି ଆଣିବାକୁ ପଡୁଛି। ସେହିପରି ସାହିକୁ ପାଇପ ପାଣି ଯୋଗାଣ ପାଇଁ ପଏଣ୍ଟ ସ୍ଥାପନ ହୋଇଥିଲେ ହେଁ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଅନ୍ୟପକ୍ଷରେ ସାହିକୁ ଆସିଥିବା ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ପାଣି କାଦୁଅରେ ରାସ୍ତା ଭର୍ତ୍ତି ହୋଇଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଦାବି ସତ୍ତ୍ୱେ ଏଠାରେ ରାସ୍ତାଟିଏ ନିର୍ମାଣ କରିବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯିବାକୁ ସାହିର ଭବାନୀ ଗୋଚ୍ଛାୟତ, ଲବଙ୍ଗ ଗୋଚ୍ଛାୟତ, ସନ୍ଧ୍ୟା ଗୋଚ୍ଛାୟତ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କୁହନ୍ତି, ମୋ ପାଖରେ ଅଭିଯୋଗ ନାହିଁ। ଯଦି ଏପରି ଥାଏ ତାହେଲେ ଏଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri