ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି। ଭୋଜି ଭାତର ଆସର ନ ଥିଲା କି ପୁରୋହିତଙ୍କ ମନ୍ତ୍ରୋଚାରଣ ଶୁଭି ନ ଥିଲା। କୌଣସି ବରଯାତ୍ରୀ ବି ନ ଥିଲେ। ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ବର ଓ କନ୍ୟା ପରସ୍ପର ବେକରେ ପକାଇଥିଲେ ଫୁଲମାଳ। ସିନ୍ଦୂର ପିନ୍ଧାଇ କନ୍ୟା ସହ ସାତଜନମ ପାଇଁ ସାଥୀହୋଇ ରହିବେ ବୋଲି ବର କରିଥିଲେ ଶପଥ। ବିବାହ ସମୟରେ ସାମାଜିକ ଦୂରତ୍ୱକୁ ଦିଆଯାଇଥିଲା ଗୁରୁତ୍ୱ। ଆଉ ମୁହଁରେ ଥିଲା ମାସ୍କ। ୩ପଟେ ଘେରି ରହିଥିଲେ ଗଣମାଧ୍ୟମ ପ୍ରତିନିଧି। ବିବାହ ପରେ ବର ନିଜର ୨ମାସର ଦରମା ୧୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ପ୍ରଦାନ କରିଥିଲେ। ଉପଜିଲାପାଳ ଲଗ୍ନଜିତ୍‌ ରାଉତ କନ୍ୟାଦାନ କରିଥିବାବେଳେ ବରପିତା ଭାବେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଦାୟିତ୍ୱ ତୁଲାଇଥିଲେ। ନୂଆଗଁା ବ୍ଲକ ମହୀପୁର ପାଟୁଳିସାହିର ଟୁଟୁ ସାହୁ ଚାହାଳି ପଞ୍ଚାୟତ ରାଇପୁର ଗଁାର ଦୀପାଞ୍ଜଳି ସାହୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଶେଷରେ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କଠାରୁ ଆଶୀର୍ବାଦ ନେଇ ନବଦମ୍ପତି ଘରକୁ ଫେରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ ପାଟୁଳିସାହିର ରାଧା ଚରଣଙ୍କ ସାହୁଙ୍କ ପୁତ୍ର ଟୁଟୁ ନୂଆଗଁା ବାଳିକା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଟୁଟୁଙ୍କର ବିବାହ ରାଇପୁର ଗଁ।ର କବିରାଜ ସାହୁଙ୍କ ଏକମାତ୍ର ଝିଅ ଦୀପାଞ୍ଜଳିଙ୍କ ସହ ସ୍ଥିର ହୋଇଥିଲା। ତେବେ ପୂର୍ବରୁ ଅନ୍ୟାନ୍ୟ କାରଣ ଓ କରୋନା ଯୋଗୁ ଟୁଟୁଙ୍କର ୩ଥର ବାହାଘର ତାରିଖ ପରିବର୍ତ୍ତନ ହୋଇସାରିଛି। ଏପରିସ୍ଥଳେ ଏପ୍ରିଲ ୨୭ର ବିବାହ ତାରିଖକୁ ଆଉ ବାତିଲ କରିବାକୁ ଚାହୁଁ ନ ଥିଲେ ଟୁଟୁ। ଅନ୍ୟମାନଙ୍କ ପରି ବରଯାତ୍ରୀ, ବାଜା, ବାଣ, ଶୋଭାଯାତ୍ରାରେ ଆସି ବିବାହ କରିବାକୁ ମନ ଥିଲେ ବି କରୋନା କଟକଣାକୁ ସମ୍ମାନ ଜଣାଇ ଆଗେଇ ଆସିଥିଲେ ଟୁଟୁ। ଆଉ ତାଙ୍କର ଏହି ଆଦର୍ଶ କାର୍ଯ୍ୟକୁ ସହମତି ଦେଇଥିଲେ କନ୍ୟା ଘର ପରିବାରର ସଦସ୍ୟମାନେ। ଏପରି କି କନ୍ୟା ମଧ୍ୟ ରାଜି ହୋଇଥିଲେ। ଏ ନେଇ ଟୁଟୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, କରୋନା କଟକଣା ମାନିବା ନିହାତି ଦରକାର। ତେବେ ଘରେ ପହଞ୍ଚିଲେ ବିନା ଗହଳିରେ ବୈଦିକ ରୀତିରେ ବିବାହ ସମ୍ପନ୍ନ କରାଯିବ। କରୋନା ସମୟରେ ବିବାହ ମୋ ଜୀବନରେ ସ୍ମୃତି ହୋଇ ରହିଯିବ। ଦୀପାଞ୍ଜଳି ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଏଭଳି ନିରାଡମ୍ବର ବିବାହ ସ୍ମୃତି ହୋଇ ରହିବ। ଏଥିରେ ସେ ବହୁତ ଖୁସି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri