ଅପହରଣ କରି ନାବାଳିକାଙ୍କୁ ବିବାହ ସନ୍ଦେହ ଘର ଆଗରେ ନାଁ  ଦେଖି ଯୁବକଙ୍କୁ ଉଠାଇନେଲା ପୋଲିସ

ନୟାଗଡ ଅଫିସ,୭ା୨: ଅପହରଣ କରି ନାବାଳିକାଙ୍କୁ ବିବାହ କରିଥିବା ସନ୍ଦେହରେ ଜଣଙ୍କ ଘର ଆଗରେ ନାଁ ଦେଖି ପୋଲିସ ଜଣେ ଯୁବକଙ୍କୁ ଉଠାଇ ନେବା ପରେ ନୟାଗଡ ଜିଲା ଇଟାମାଟି ଥାନା ଗମ୍ଭାଡିରେ ଗୁରୁବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ତ୍ରୁଟି ସ୍ବୀକାର କରି ଅଟକ ଯୁବକଙ୍କୁ ଛାଡି ଦେଇଥିଲେ ମଧ୍ୟ ଉତ୍ତେଜନା ଥମି ନ ଥିଲା। ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା ଜିଲାର ଜଟଣୀ ଓ ଇଟାମାଟି ଥାନା ପୋଲିସକୁ ୧ ଘଣ୍ଟା ଧରି ଅଟକ ରଖିଥିଲେ। ଏପରି କି ଭ୍ୟାନ ଚକାରୁ ପମ୍ପ ଖୋଲି ଦେଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଏସ୍‌ଡିପିଓ, ନୟାଗଡ ସଦର ଥାନା ଆଇଆଇସିଙ୍କ ସମେତ ଇଟାମାଟି ଆଇଆଇସି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ସୁଫଳ ମିଳି ନ ଥିଲା। ତେବେ ସ୍ବିକାରୋକ୍ତି ପରେ ଉତ୍ତ୍ୟକ୍ତ ଲୋକେ ଅଟକ ପୋଲିସକୁ ଛାଡି ଦେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଗତ କିଛିଦିନ ହେଲା ନିଖୋଜ ଅଛନ୍ତି । ନିଖୋଜ ନାବାଳିକାଙ୍କ ସମ୍ପର୍କୀୟ ଘର ଗମ୍ଭାଡିରେ। ନାବାଳିକା ଗମ୍ଭାଡିରେ ବିବାହ କରିଥିବା ଜଣାପଡିଥିଲା। ନାବାଳିକାଙ୍କ ମା’ବାପା ଜଟଣୀ ଓ ଇଟାମାଟି ପୋଲିସ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଗମ୍ଭାଡିରେ ପହଞ୍ଚିଥିଲେ। ସେମାନେ ଗମ୍ଭାଡିରେ ଜଣେ ଲୋକଙ୍କ ଘର ଆଗରେ ବିବାହ ପାଇଁ ଲେଖାଯାଇଥିବା କାନ୍ଥରେ ଝିଅର ନାଁ  ଦେଖିଥିଲେ। ପରେ ପୋଲିସ ଦ୍ୱାରା ଝିଅକୁ ଆଣିବାକୁ ଉଦ୍ୟମ କରିଥିଲେ। ପ୍ରଥମେ ପୋଲିସ ଜଳଖିଆ ଖାଉଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲା। ପରେ ପୁଅ ଘରେ ପଶି ଝିଅର ମତାମତ ନେଇଥିଲେ। ହେଲେ ଝିଅ ଜଟଣୀ ଅଞ୍ଚଳର ନୁହଁ କହିବା ପରେ ଇଟାମାଟିକୁ ନେଇଯାଇଥିବା ଯୁବକଙ୍କୁ ପୋଲିସ ଫେରାଇ ଆଣିଥିଲା। ଏହା ପରେ ଗାଁରେ ଉତ୍ତେଜନା ଲାଗି ରହିଥିଲା। ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ପୋଲିସ ଲୋକଙ୍କ ଘେରାଉ ଭିତରେ ରହିଥିଲେ। ଏ ସମ୍ପର୍କରେ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢୀ କୁହନ୍ତି, ନାବାଳିକାଙ୍କ ମା’ବାପା ଘର ଚିହ୍ନଟ କରି ନ ପାରିବାରୁ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri