Posted inରାଜ୍ୟ

ଅପରେଶନ ପାଇଁ ଅର୍ଥ ନାହିଁ

(ଦିନେଶ ଦେହୁରୀ) ବନ୍ତଳା,୨୭ା୫: ପିଲାବେଳେ ମା’ଙ୍କୁ ହରାଇଥିଲେ। ବାପା ଥିଲେ ବି ଆବଶ୍ୟକ ଯତ୍ନ ନେଇ ନ ଥିଲେ। ଖାଦ୍ୟପେୟରେ ଅସୁବିଧା ଖବରପାଇ ସେତେବେଳେ ପ୍ରଶାସନ ଦେଇଥିଲା ସହଯୋଗ। ଭିଆଇଆରଡି ନାମକ ଏକ ଏନ୍‌ଜିଓରେ ଥଇଥାନ କରିଥିଲା ତାଙ୍କୁ। ସେବେଠାରୁ ସେଠାରେ ରହି କାମ ଶିଖୁଥିବା ସଞ୍ଜୁ ବେହେରା ୬ ବର୍ଷ ହେଲା ଟେଲରିଂ କରି ନିଜ ଖର୍ଚ୍ଚ ନିଜେ ଉଠାଉଥିଲେ। ହେଲେ ଏବେ ପେଟରେ ଟ୍ୟୁମର ପୁଣି ତାଙ୍କୁ ଠେଲିଦେଇଛି ଦୁର୍ଭାଗ୍ୟ ମୁହଁକୁ। ଡାକ୍ତର କଟକରେ ଅପରେଶନ ପାଇଁ ପରାମର୍ଶ ଦେଇଥିଲେ ବି ଅର୍ଥ ନ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସଞ୍ଜୁ।
ସଞ୍ଜୁଙ୍କ ଘର ଅନୁଗୋଳ ଜିଲା ବନ୍ତଳା ଥାନା ତଲଗଡ଼ ଗ୍ରାମରେ। ମା’ଙ୍କ ମୃତ୍ୟୁ ପରେ ବାପା ଲୋକନାଥ ବେହେରା ଦ୍ୱିତୀୟ ବିବାହ କରିଥିଲେ। ହେଲେ କେହି ତାଙ୍କ ଦେଖାଶୁଣା ନ କରିବାରୁ ଖବରପାଇ ପ୍ରଶାସନ ଉପରୋକ୍ତ ଏନଜିଓରେ ତାଙ୍କ ରହିବା ବ୍ୟବସ୍ଥା କରିଥିଲା। ସେଠାରେ ଥିବା ଟେଲରିଂ ମାଷ୍ଟର ନୂଆଖେତାର ସୁଜାତା ପ୍ରଧାନ ସଞ୍ଜୁଙ୍କୁ ଟେଲରିଂ ଶିଖାଇଥିଲେ। ସେଠାରେ କାମ ଶିଖିବା ପରେ ସ୍ବାବଲମ୍ବୀ ହୋଇଥିଲେ ସଞ୍ଜୁ। ୨୦୧୩ରୁ ଉକ୍ତ ଏନ୍‌ଜିଓ ଛାଡି ସୁଜାତାଙ୍କ ଟେଲରିଂ ଦୋକାନରେ କାମ କରୁଥିଲେ। ଦୈନିକ ଶହେ ଟଙ୍କା ରୋଜଗାର କରୁଥିବାରୁ ପେଟ ପାଇଁ ଦାନା ଯୋଗାଡ଼ କରିବାରେ ଆଉ ଅସୁବିଧା ନ ଥିଲା। ହେଲେ ମାସେ ତଳେ ହଠାତ୍‌ ପେଟରେ ଯନ୍ତ୍ରଣା ତାଙ୍କୁ ଚିନ୍ତିତ କରିଦେଇଥିଲା। ଗ୍ୟାସଷ୍ଟ୍ରିକ ହୋଇଥିବ ଭାବି ନାନା ପ୍ରକାର ଔଷଧ ଖାଇଥିଲେ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ବାଧ୍ୟ ହୋଇ ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଅଲଟ୍ରାସାଉଣ୍ଡରୁ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ କଟକରେ ଅପରେଶନ କରାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେବାପରେ ଭାଙ୍ଗି ପଡ଼ିଛନ୍ତି ସଞ୍ଜୁ। ୨୦ ବର୍ଷ ତଳୁ ବାପା ଆଖିବୁଜି ସାରିଥିବା ବେଳେ ଘର ସହିତ ମଧ୍ୟ ତାଙ୍କର ସମ୍ପର୍କ ନାହିଁ। ତେଣୁ ଅପରେଶନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ ତାଙ୍କ ପକ୍ଷେ ଅସମ୍ଭବ। ଏଣେ ଯନ୍ତ୍ରଣା ବଢ଼ୁଥିବାରୁ ଅଥୟ ହୋଇପଡ଼ୁଛନ୍ତି ସେ। ତାଙ୍କର ଏପରି ଦୁର୍ଭାଗ୍ୟ ସମୟରେ କେହି ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ଅନାଥ ସଞ୍ଜୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri