ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍ଟିଏଫ୍ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍ଟିଏଫ୍କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ଏପରିକି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ସୂଚନା ଆଧାରରେ ଏସ୍ଟିଏଫ୍କୁ ସଫଳତା ମିଳିଲେ ପୁରସ୍କାର ବାବଦକୁ ୫ ହଜାର ଟଙ୍କା ମିଳିବ। ତାହା ଯେକୌଣସି ଅପରାଧ ସମ୍ପର୍କରେ ହୋଇଥିଲେ ବି ସବୁ ମାମଲାକୁ ଏସ୍ଟିଏଫ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା ଆଦି ଗୁପ୍ତ ରଖାଯିବ। ଏପରିକି ଯେଉଁ ପୁରସ୍କାର ବାବଦକୁ ଅର୍ଥ ରାଶି ଦିଆଯିବ ତାହା ମଧ୍ୟ ଗୁପ୍ତ ରଖାଯିବା ବୋଲି ଏସ୍ଟିଏଫ ପକ୍ଷରୁ କୁହାଯାଇଛି।
ବିଗତ ଦିନଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ଅପରାଧୀମାନେ ସ୍ଥାନୀୟ ପୋଲିସକୁ ହାତ କରି ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବନ୍ଧୁକ ବେପାର କରୁଛନ୍ତି। ଯାହାଫଳରେ ପୋଲିସ ହାତ ବାନ୍ଧି ବସୁଛି। ତେଣୁ ଓଡ଼ିଶାକୁ ଅପରାଧୀମୁକ୍ତ କରିବା ପାଇଁ ଏଭଳି ପଦେକ୍ଷପ ନେଇଛି। ସାଧାରଣ ଜନତାଙ୍କୁ ଏସ୍ଟିଏଫ୍ ସହଯୋଗର ହାତ ବଢାଇଛି। ନିଜ ପଞ୍ଚାୟତ ହେଉ ଅବା ନିଜ ଗ୍ରାମ ଯେଉଁଠି ଅପରାଧ ହେଉଛି ତାହା ସ୍ଥାନୀୟ ପୋଲିସକୁ ଜଣାଇବା ପୂର୍ବରୁ ଏସ୍ଟିଏଫ୍କୁ ଜଣାଇବା ପାଇଁ ନିବେଦନ କରାଯାଇଛି। ଏସ୍ଟିଏଫ୍ର ଏଭଳି କାର୍ଯ୍ୟକୁ ଅନେକ ବୃଦ୍ଧିଜୀବୀ ପ୍ରଶଂସା କରିଛନ୍ତି।
ଏ ନେଇ ଆଇନିଜୀବୀ ଦୁର୍ଗାମାଧବ ମିଶ୍ର କହିଛନ୍ତି ଯେ, ଦିନକୁ ଦିନ ଓଡିଶା ପୋଲିସ ଉପରେ ଲୋକଙ୍କ ଭରସା ତୁଟୁଛି। ଅପରାଧୀଙ୍କ ସହ ସ୍ଥାନୀୟ ପୋଲିସ ମଧୁଚନ୍ଦ୍ରିକା କରି ଗିରଫ ବଦଳରେ ହାତ ବାନ୍ଧି ବସୁଛି। ତେଣୁ ଲୋକେ ନ୍ୟାୟ ପାଇଁ ଏଠିସେଠି ଦୌଡ଼ି ହୀନସ୍ତା ହେଉଛନ୍ତି। ତେଣୁ ଏବେ ସ୍ଥାନୀୟ ପୋଲିସ ବଦଳରେ ଏସ୍ଟିଏଫ୍ ଉପରେ ଲୋକଙ୍କୁ ଭରସା ପାଇଲାଣି। ତେଣୁ ଲୋକେ ଅପରାଧ ସମ୍ପର୍କରେ ଏସ୍ଟିଏଫ୍କୁ ଖବର ଦେଲେ ନିହାତି ଅପରାଧୀମାନେ ସାବାଡ଼ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ କେନ୍ଦ୍ରାପଡାରୁ ଟିଟୋ, ବ୍ରାଉନ ସୁଗାର ମାଫିଆ ଛୋଟ, ସୟଦ ଅଲ୍ଲୀ, ବ୍ରଜକାପ୍ତା ଚୋରା ଚାଲାଣ ମାମଲା,ବନ୍ଧୁକ କାରବାର, ଖୋର୍ଦ୍ଧାରେ ଚୋରା ପଥର କାରବାର ମାମଲା ଭଳି ଅନେକ ମାମଲାରେ ଏସ୍ଟିଏଫ୍ ତଦନ୍ତ କରି ଅନେକ ବଡବଡ ହସ୍ତୀମାନଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଦେଖାଇଛି। ତେଣୁ ଏବେ ଏସ୍ଟିଏଫକୁ ଜନସାଧାରଣ ଖବର ଦେଲେ ବହୁମାତ୍ରାରେ ଅପରାଧ ରୋକି ହେବ ବୋଲି ଅନେକ ଆଶା କରୁଛନ୍ତି।
ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...
ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….
ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...
ଏନ୍ଏସ୍ଏସ୍ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…
ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...
ଜବ୍ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍...
ନୂଆ ଲୁକ୍ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…
ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...
ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…
ପୁରୀ,୨।୧(ଅଜିତ୍ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...
ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...
ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW
ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...
Archives


