ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ ସୁଦ୍ଧା ଲୋକମାନେ ଏହା କବଳରେ କବଳିତ ହେଉଛନ୍ତି। ଚୋରି ହେଉ କି ସେଭଳି କିଛି ଘଟଣା ଗ୍ରାମରେ କଙ୍ଗାରୁକୋର୍ଟ କରାଯାଇ ଦଣ୍ଡବିଧାନ କରାଯାଉଛି। ଖଟ ବୁଲାଇ ଚୋର ଧରିବାକୁ ପ୍ରୟାସ କରାଯାଉଛି। ଚୋରି ହେଲେ ଗାଁ ଲୋକେ ପୋଲିସ ବଦଳରେ ଗୁଣିଆ ଖୋଜୁଛନ୍ତି। ଦୁଇମାସ ତଳେ ରଣପୁର ବ୍ଲ୍ଳକର କୋଟଗଡ଼ ଓ ନୟାଗଡ଼ ବ୍ଲକର ଉଦୟପୁର ଗ୍ରାମରେ ଖଟ ବୁଲାଇବା ଘଟଣା ଜିଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପୋଲିସ ଏ ଦୁଇ ଘଟଣାରେ ଦୁଇଜଣ ଗୁଣିଆଙ୍କୁ ଗିରଫ କରିଥିଲା। ଲୋକମାନଙ୍କୁ ଏଥିରୁ ଦୂରେଇରଖିବା ପାଇଁ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ କୋଟଗଡ଼ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।
ବର୍ତ୍ତମାନ ଜିଲାର କେତେଜଣ କଳାକାର ଦୁଇପାଦ ଆଗକୁ ଆସି ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି। ଖଟବୁଲା ଉପରେ ଡକୁମେଣ୍ଟାରୀ ଫିଲ୍ମ କରି ସେମାନେ ଲୋକମାନଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଦିବାସୀ ବହୁଳ ନୂଆଗାଁ ବ୍ଲକ ମସ୍କାବାରୀ ଗ୍ରାମରେ ଏହି ଫିଲ୍ମ ଶୁଟିଂ ଚାଲିଛି। ଖଟ ବୁଲାଇ କିପରି ନିରୀହ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ସେହି ପ୍ରସଙ୍ଗ ଆଧାରରେ ଫିଲ୍ମ ନିର୍ମାଣ କରାଯାଉଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହେବା ପାଇଁ ମଧ୍ୟ ଏଥିରେ ବାର୍ତ୍ତା ରହିଛି। ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ନୟାଗଡ଼ର ଜଣାଶୁଣା କଳାକାର ଶ୍ରୀଧର ପ୍ରଧାନ। ତାଙ୍କ ନେତୃତ୍ୱରେ ନୟାଗଡ଼ର ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିବା ୧୦ଜଣ କଳାକାର ଏଥିରେ ସାମିଲ ହୋଇ ତିଆରି କରୁଛନ୍ତି ଏହି ଡକୁମେଣ୍ଟାରୀ ଫିଲ୍ମ। କଙ୍ଗାରୁ କୋର୍ଟ ନାମରେ ନାମିତ ହୋଇଥିବା ଏହି ଫିଲ୍ମ ଲୋକଙ୍କୁ ଅନ୍ଧବିଶ୍ୱାସରୁ ମୁକୁଳାଇବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ଟିମ୍‌ ସଦସ୍ୟ ଆଶାବାଦୀ ଅଛନ୍ତି। ନୟାଗଡ଼ର ୧୦ କଳାକାରଙ୍କ ବାଦ୍‌ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ଅଭିନେତ୍ରୀ ଲେସ୍‌ଲୀ ତ୍ରିପାଠୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଆଉ ଗୋଟିଏ ଦିନର ଶୁଟିଂ ପରେ ଅନ୍ୟାନ୍ୟ କାମ କରାଯାଇ ଖୁବ୍‌ ଶୀଘ୍ର ଫିଲ୍ମଟି ରିଲିଜ୍‌ କରାଯିବ ବୋଲି ଶ୍ରୀଧର ପ୍ରଧାନ କହିଛନ୍ତି। ସେ ନିଜେ ଅର୍ଥ ବିନିଯୋଗ କରିବା ସହ କଳାକାରଙ୍କ ଦାନରେ ଏହି ଫିଲ୍ମଟି ନିର୍ମାଣ କରାଯାଉଛି। ଲୋକମାନେ ସଚେତନ ହେବା ଫିଲ୍ମର ମୁଖ୍ୟ ଲକ୍ଷ୍ୟ ବୋଲି ଟିମ୍‌ ସଦସ୍ୟ ପ୍ରକାଶ କରିଛନ୍ତି। କଳାକାରମାନଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିବା ପରେ ଚେତା: କୋଟିଆ ପଞ୍ଚାୟତରେ କାର୍ଯ୍ୟାଦେଶ ବାଣ୍ଟିଲା ବ୍ଲକ ପ୍ରଶାସନ

ପଟ୍ଟାଙ୍ଗୀ,୨୧ା୧୦(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ହୁଅନ୍ତୁ ବା ନେତା ମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମକୁ ଆସି ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି।...

ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି

ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି...

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ବିଜୁ ଯୁବବାହିନୀ ପକ୍ଷରୁ ସବୁଜବାହିନୀରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ...

ରନ୍ଧନ ଗ୍ୟାସ୍‌ ଗୋଦାମ୍‌ରେ ସିଲିଣ୍ଡର ଲିକ୍‌

ପଡ଼ିଆ,୩୦ା୪: ଗ୍ୟାସ୍‌ ସିଲିଣ୍ଡର୍‌ ଲିକ୍‌ ଯୋଗୁ ମାଲକାନଗିରି ଜିଲା ପଡ଼ିଆସ୍ଥିତ ଇଣ୍ଡେନ୍‌ ଗ୍ୟାସ୍‌ ବିତରଣ କେନ୍ଦ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶ ଯେ,...

ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଲେ ୫୦ ବର୍ଷୀୟ ପୂଜକ

ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା...

କଦଳୀ ଭେଳାରେ ପୂଜା ପାଆନ୍ତି ମା’ମନସା

ମହାକାଳପଡ଼ା,୧୮।୯(ଡି.ଏନ.ଏ.): ସର୍ପ ଦଂଶନରୁ ରକ୍ଷା ପାଇଁ ବଙ୍ଗୀୟ ଲୋକମାନେ ଅଷ୍ଟନାଗ ମା’ ମନସା ଦେବୀଙ୍କ ଚରଣରେ ଶରଣାପନ୍ନ ହୁଅନ୍ତି। ବିଶ୍ବାସ ରହିଛି ମା’ମନସା ଦେବୀଙ୍କୁ ନଦୀରେ...

କାମରେ ଆସୁନି ବସୁଧା ଯୋଜନା

ଲାଞ୍ଜିଗଡ଼,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ କୁମଖାଲ ଗ୍ରାମପଞ୍ଚାୟତ ଅଧୀନ ପୁନିଗୁଡ଼ା ଗ୍ରାମରେ କାମରେ ଆସୁନି ବସୁଧା ଯୋଜନା। ବୋରୱେଲ ଖୋଳା ହୋଇ ୨ବର୍ଷ...

Advertisement
Archives

Model This Week