Posted inଖେଳ

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ସେମିଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାଦ୍‌ ପଡିସାରିଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ହାର ଜିତ୍‌ ଉପରେ ସେମିଫାଇନାଲର ରୂପରେଖ ସ୍ପଷ୍ଟ ହେବ। ଅର୍ଥାତ ଅନ୍ତିମ ତାଲିକାରେ କେଉଁ ଦଳଗୁହିକ ଶ୍ରେଷ୍ଠ ୪ଟି ସ୍ଥାନରେ ରହିବେ ତାହା ସ୍ପଷ୍ଟ ହେବ। ବଲ ଟ୍ୟାମ୍ପରିଂ ମାମଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ ଟାଉନ ଟେଷ୍ଟରେ ଷ୍ଟିଭ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ଗୋଟିଏ ବର୍ଷ ବାସନ୍ଦାଦେଶ କଟାଇବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଦୁଇ ଖେଳାଳି ଚାପର ବଶବର୍ତ୍ତୀ ହେବେ ନାହିଁ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହି ସେମି ଦୌକ୍ଷରୁ ବାଦ୍‌ ପଡ଼ିସାରିଛି। ଏହି ମ୍ୟାଚ୍‌ ଏକାଧିକ ଖେଳାଳିଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି ବୋଲି ଲାଙ୍ଗର କହିଛନ୍ତି। ବିଜୟୀ ହେଲେ ଅଷ୍ଟ୍ରେଲିଆ ଶୀର୍ଷରେ ରହିବ ଓ ସେମିଫାଇନାଲରେ ଇଂଲଣ୍ଡ ଭେଟିବ ନାହିଁ। ଫଳରେ ଦଳ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବାର ଯଥେଷ୍ଟ ସମ୍ଭାବାନ ରହିବ। ବିଜୟଧାର ବଜାୟ ରଖି ଶୀର୍ଷକୁ ଉଠିବାର ଆମର ଲକ୍ଷ୍ୟ ବୋଲି ଲାଙ୍ଗର କହିଛନ୍ତି।
ବିଶ୍ୱକପରେ ଓ୍ବାର୍ନର ସର୍ବାଧିକ ସ୍କୋର କରିବାରେ ଅନ୍ୟତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ୍ୟ ହୋଇଛନ୍ତି। ସେ ତୃତୀୟ ସନ୍ତାନର ଜନକ ହୋଇଛନ୍ତି। ଓ୍ବାର୍ନର ଓ ସ୍ମିଥ୍‌ ଉଭୟ ଭଲ ଖେଳିଛନ୍ତି ଓ ଏହି ମ୍ୟାଚ୍‌ରେ ମଧ୍ୟ ଅଶାନୁରୂପ ପ୍ରଦର୍ଶନ କରିବେ ବୋଲି ଲାଙ୍ଗର ଆଶା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ପୂର୍ବରୁ ୫ଥର ବିଶ୍ୱକପ୍‌ ହାସଲ କରିଛି। ଗତଥର ମଧ୍ୟ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଏଥର ପ୍ରଥମଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉଠିଥିଲା। ବଲ ଟ୍ୟାମ୍ପରିଂ ମାମଲା ତଥା କଳଙ୍କକୁ ପଛରେ ପକାଇ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରି ଦଳର ହୃତ ଗୌରବକୁ ଫେରିଇ ଆଣିବା ଲକ୍ଷ୍ୟରେ ରହିଛି ବୋଲି ଲାଙ୍କର କହିଛନ୍ତି। ବିଶ୍ୱକପ୍‌ର ପୂର୍ବ ସଂସ୍କରଣଗୁଡିକରେ ଅଷ୍ଟ୍ରେଲିଆ ହଟ୍‌ ଫେଭରାଇଟ ବିବେଚିତ ହେଉଥିଲା। ତେବେ ଇଂଲଣ୍ଡ, ଭାରତ ମଧ୍ୟ ଟାଇଟଲ ଦୌଡ଼ରେ ରହିଛନ୍ତି ଓ ଏଥର କଥା ଅଲଗା ହୋଇଛି। ଅଷ୍ଟ୍ରେଲିଆ ଏଥର କୌଣସି ସୁଯୋଗ ହାତଛାଡ଼ା କରିବ ନାହିଁ ଓ ସଫଳ ହେବା ପାଇଁ ସବୁମତେ ଚେଷ୍ଟା କରିବ ବୋଲି ଲାଙ୍ଗର କହିଛନ୍ତି। ଅନ୍ୟପଟେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri