Posted inଖେଳ

ଅନ୍ତିମ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୯।୧(ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଏହି ମ୍ୟାଚ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ସିରିଜ ଜିତିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡିଛି। ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟ ଆଉ ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ। ମୁମ୍ବାଇରେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭୪ଟି ବଲ୍‌ ବାକି ରଖି ୧୦ ଉଇକେଟରେ ଅତି ସହଜରେ ଭାରତକୁ ହରାଇଥିଲା। ତେବେ ରାଜକୋଟ୍‌ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୩୬ ରନରେ ବିଜୟ ହାସଲ କରିଥିଲା। ବିଜୟୀ ହେଲେ ଅଷ୍ଟ୍ରେଲିଆ ଭାରତ ମାଟିରେ କ୍ରମାଗତ ଦ୍ୱିତୀୟ ଦିନିକିଆ ସିରିଜ ବିଜୟ ହାସଲ କରି ବିରଳ ସଫଳତା ହାସଲ କରିବ। ଦ୍ୱିତୀୟ ଦିନିକିଆ ଭାରତ ତା’ର ବ୍ୟାଟିଂ କ୍ରମକୁ ସୁଧାରିବାରେ ସକ୍ଷମ ହୋଇଛି। ନୂଆ ବ୍ୟାଟିଂ କ୍ରମ ନମ୍ବର ୫ ରେ ଲୋକେଶ ରାହୁଲ ସଫଳତ ହୋଇଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ସେହିପରି ବ୍ୟାଟିଂ ସୁପରଷ୍ଟାର ତଥା ଅଧିନାୟକ ବିରାଟ କୋହଲି ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ତାଙ୍କ ଚିରାଚରିତ ୩ ନମ୍ବରରେ ବ୍ୟାଟିଂ କରି ବେଶ୍‌ ସଫଳ ହୋଇଥିଲେ। ଶ୍ରେୟାସ ଆୟାର ୪ ନମ୍ବରରେ ବ୍ୟାଟିଂ କରିଥିଲେ।
ରୋହିତ ଫିଲ୍ଡଂ କରିଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ତେବେ ସେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଠିକ୍‌ ହୋଇଯାଇଥିବେ ବୋଲି କୋହଲି ଆଶା ପ୍ରକାଶ କରିଛନ୍ତି। ଶୁକ୍ରବାର ବ୍ୟାଟିଂ କରୁଥିବା ବେଳେ ଧାଓ୍ବନ ମଧ୍ୟ ପ୍ୟାଟ୍‌ କୁମିନ୍ସଙ୍କ ବାଉନ୍ସରରେ ଆହତ ହୋଇଥିଲେ। ରୋହିତ ଓ ଧାଓ୍ବନଙ୍କ ଆହତ ହେବା ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢାଇଛି। ଏହି ବ୍ୟାଟ୍ସମ୍ୟାନଙ୍କ ଆଘାତ ସମସ୍ୟାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି। ଏମାନଙ୍କ ଇଞ୍ଜୁରି ସମସ୍ୟାକୁ ନିରୀକ୍ଷଣ କରାଯାଉଛି। ତେବେ ମ୍ୟାଚ୍‌ ଠିକ୍‌ ପୂର୍ବରୁ ଏମାନେ ଖେଳିବେ କି ନା ସେ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ୍‌ ଦ୍ୱିତୀୟ ଦିନିକିଆରେ ଖେଳିବାର ସୁଯୋଗ ମିଳିଥିଲା। ତେବେ ଯଦି ପନ୍ତ ଫିଟ୍‌ ଥିବେ ସେ ତୃତୀୟ ଦିନିକିଆ ଖେଳିବେ କି ନା ତାହା ଦେଖିବାକୁ ବାକି ରହିଲା।
୫ ନମ୍ବରରେ ରାହୁଲ ଜବରଦସ୍ତ ବ୍ୟାଟିଂ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ରାହୁଲଙ୍କ ସଫଳତା ଦଳରେ ନୂଆ ସନ୍ତୁଳନ ଆଣିଛି। ଜଣେ ସ୍ପେଶାଲିଷ୍ଟ ଓପନର ହୋଇଥିଲେ ମଧ୍ୟ ରାହୁଲ ନୂଆ ସ୍ଥାନରେ ବ୍ୟାଟିଂ କରି ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ରନ ସଂଗ୍ରହ କରିଥିଲେ। ଗତ ମ୍ୟାଚ୍‌ରେ ମଧ୍ୟ ସେ ୩ ନମ୍ବରରେ ବ୍ୟାଟିଂ କରିଥିଲେ। ତେଣୁ ଏହା ଭାରତ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି।
ଅପରପକ୍ଷରେ ପରାସ୍ତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଭଲ ଚେଜ୍‌ କରିଥିଲା। ତେବେ କୁଲଦୀପ ସ୍ମିଥ୍‌ ଓ କାରେଙ୍କୁ ଆଉଟ କରିବା ପରେ କଥା ଅଲଗା ହୋଇଥିଲା। ଶେଷ ଆଡକୁ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ନିଜ ପ୍ରଥମ ଦିନିକିଆ ଇନିଂସରେ ଭଲ ଖେଳିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ ଆଉଟ ହୋଇଥିଲେ। ବୋଲିଂରେ ମିଚେଲ ଷ୍ଟାର୍କ ୧୦ ସଭରରେ ୭୮ ରନ ବ୍ୟୟକରି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ପ୍ୟାଟ୍‌ କୁମିନ୍ସ ମଧ୍ୟ ମହଙ୍ଗ ସାବ୍ୟସ୍ତ ହୋଇଥିଲେ। ସ୍ପିନର ଆଡାମ ଜାମ୍ପା ଦିନିକିଆ ପଞ୍ଚମଥର ପାଇଁ କୋହଲିଙ୍କ ଆଉଟ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ବାମହାତୀ ସ୍ପିନର ଆଷ୍ଟନ ଅଗର ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲେ। ତେବେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ପ୍ରଦର୍ଶନରେ ଉନ୍ନତି ଆଣିବେ ବୋଲି ଆଶା କରାଯାଉଛି। ରବିବାର ଏହି ନିର୍ଣ୍ଣାୟକ ମ୍ୟାଚ ରୋମାଞ୍ଚକ ହେବ ଓ ଦର୍ଶକ ଏହାର ମଜାନେବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନବଦୀପ ସଇନି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର ଓ ମହମ୍ମଦ ସାମି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କାରେ (ଉଇକେଟକିପର), ପାଟ୍ରିକ କୁମିନ୍ସ, ସିନ୍‌ ଆବୋଟ୍ଟ, ଆଷ୍ଟନ ଅଗର, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ସମୟ: ଅପରାହ୍ନ ୧.୩୦
ସ୍ଥାନ: ବେଙ୍ଗାଲୁରୁ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri