ଅନୁଭୂତିରେ ବାଲିଯାତ୍ରା: ପାଦ ଥକିଯାଏ, ମନ ଥକେନି

କଟକ ଅଫିସ,୫ା୧୧: ବାଲିଯାତ୍ରାରେ ବୁଲିଲେ ପାଦ ଥକି ଯାଏ, ମନ କେବେ ଥକେନି। ଯେହେତୁ ମୁଁ ଜଣେ କଟକବାସୀ, ଏଣୁ ପ୍ରତିବର୍ଷ ବାଲିଯାତ୍ରା ଯିବା ଥୟ। ଏବେ ସେ ବଳ ବୟସ ନାହିଁ। ତଥାପି ବାଲିଯାତ୍ରା ବୁଲିବା ମଜା ସେମିତି ହିଁ ସତେଜ ଅଛି। ଦିନ ଥିଲା ଏହି ଯାତ୍ରାର ମଞ୍ଚରେ ଅଭିନୟ କରିଥିଲି। ବର୍ଷ ମନେ ନାହିଁ, ହେଲେ ସେ ଅଭିନୟ ବିଷୟରେ ଟିକିନିକି କଥା ମନେ ଅଛି। ଗୀତିନାଟ୍ୟର ନଁା ଥିଲା କର୍ନ-ଅର୍ଜୁନ। ଏଥିରେ ମୁଁ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲି। ଯାତ୍ରା ବୁଲି ଆସିଥିବା ଲୋକମାନେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ‘ଅନୁଭୂତିରେ ବାଲିଯାତ୍ରା’ ସ୍ତମ୍ଭରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସହ କିଛି କଥା…
ବାଲିଯାତ୍ରା କଟକିଆଙ୍କ ପାଇଁ ଏକ ମହାନ ପର୍ବ। ମୁଁ ଜଣେ କଟକିଆ ଭାବେ ସବୁବେଳେ ଗର୍ବ ଅନୁଭବ କରେ। ଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଆଗ୍ରହ ଭରି ରହିଥାଏ। ୧୯୬୫ରୁ କେବେ ବି ବାଲିଯାତ୍ରା ବୁଲି ଯିବାକୁ ଭୁଲିଯାଇନି। ସେତେବେଳେ ଆମେ ସବୁ ସାଙ୍ଗ ମିଶି ଡ୍ରାମା କରୁ। ଡ୍ରାମା ସାରି ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କ ମନରେ ଆଗ୍ରହ ବଢିଥାଏ। ଯେତେଦିନ ବାଲିଯାତ୍ରା ଚାଲିଥାଏ ସେତେଦିନ ସାଙ୍ଗମାନଙ୍କ ଭିତରେ ସିଝାଅଣ୍ଡା, ଠୁଙ୍କାପୁରି ସହିତ ତରକାରି ଖାଇବାକୁ ପ୍ରତିଯୋଗିତା ଚାଲେ। ବାଲା ସାହୁ ଦୋକାନରୁ ଠୁଙ୍କାପୁରି ଖାଇବାକୁ ଭିଡ ଜମୁଥିଲା। ପଡିଆରେ ବହୁ ଧୂଳି ଉଡୁଥାଏ, ସେହି ଧୂଳିରେ ବି ମହା ଆନନ୍ଦ ପାଉଥିଲୁ। ସେତେବେଳର ବାଲିଯାତ୍ରା ଆଉ ଏବେକାର ବାଲିଯାତ୍ରା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏବେ ଏହା ବାଣିଜ୍ୟ ମେଳାର ରୂପ ନେଉଛି। ମୋ ସମୟରେ ଲୋକମାନେ ନିଜ ଦୈନଦିନ ଜୀବନରୁ ସମୟ ବାହାର କରି ଖୁସି ମନାଇବାକୁ ବାଲିଯାତ୍ରା ଆସୁଥିଲେ। ଏବେର ବାଲିଯାତ୍ରା ବ୍ୟବସାୟିକ ଢଙ୍ଗ ଆଡକୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ପୋଲିସ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri