ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍‌’ ଡ୍ରୋନ୍‌କୁ ନାସା କହିଲା ମିରାକିଲ୍‌

ଅନୁଗୋଳ ଅଫିସ, ୪।୧୧:  ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍‌ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ ପାରିବ। ଖଞ୍ଜାଯାଇଥିବା କ୍ୟାମେରାରେ ଡାକ୍ତରଙ୍କ ସହ ଲୋକଙ୍କ ସିଧାସଳଖ କଥା କରାଇ ଜରୁରୀ ଚିକିତ୍ସାରେ ସହାୟତା କରିପାରିବ। ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ଏହି ‘ମାଭିକ୍‌’ ଡ୍ରୋନ୍‌ ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ) ଦ୍ୱାରା ମନୋନୀତ ହୋଇଛି। ଏପରି କି ୨୦୨୦ ଜାନୁୟାରୀ ପହିଲାରେ ହେବାକୁ ଥିବା ନାସା ସ୍ପେଶ୍‌ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ଆମେରିକାରୁ ଶୁଭ୍ରାଂଶୁଙ୍କୁ ଡାକରା ମିଳିଛି।
ସାରା ବିଶ୍ୱରେ ପରିଚିତ ହେବାକୁ ଯାଉଥିବା ଛାତ୍ର ଶୁଭ୍ରାଂଶୁଙ୍କ ଘର ଅନୁଗୋଳ ସହର ଉପକଣ୍ଠ ହୁଲୁରିସିଂହାରେ। ବାପା ଲକ୍ଷ୍ମଣ ନାୟକ ବ୍ୟାଗ ତିଆରି କରି ବିକ୍ରି କରନ୍ତି। ମା’ ସୁଲୋଚନା ନାୟକ ଗୃହିଣୀ। ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଶୁଭ୍ରାଂଶୁ ବର୍ଷେ ତଳୁ ସ୍କୁଲର ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ୍‌ (ଏଟିଏଲ୍‌)ରୁ ହିଁ ଆରମ୍ଭ କରିଥିଲେ ତାଙ୍କ ଗବେଷଣା। ଗତବର୍ଷ ହାତ ଭାଙ୍ଗିଯାଇଥିବା ବେଳେ ସେ ଘରେ ବସି ‘ମାଭିକ’ ଡ୍ରୋନର ପରିକଳ୍ପନା କରିଥିଲେ। ପରିବାର ଲୋକେ ତାଙ୍କୁ ଏଥିପାଇଁ ଏକ ଲାପଟପ୍‌ ଓ ସମସ୍ତ ଉପକରଣ ଯୋଗାଇ ଦେଇଥିଲେ। ମାତ୍ର ୩ ମାସର ପରିଶ୍ରମ ଓ ସ୍କୁଲର ତିନି ଜଣ ଶିକ୍ଷକଙ୍କ ସହାୟତାରେ ସେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିପାରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡ୍ରୋନ୍‌ ଗୁଗଲ୍‌ ମ୍ୟାପ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାଇପାରିବ। ଏପରି କି ବଡ଼ ବଡ଼ ଅଟ୍ଟାଳିକା ବା ଗଛ ଥିଲେ ଅଟୋ ସେନସର ଦ୍ୱାରା ଏହା ଗତିପଥ ବଦଳାଇ ପାରିବ। ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତ୍ୱରିତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହୋଇପାରିବ। ୧୫ କିଲୋଗ୍ରାମ ଓଜନର ଫାଷ୍ଟଏଡ୍‌ ଧରି ଏହି ଡ୍ରୋନ୍‌ ପହଞ୍ଚତ୍ବା ପରେ ଘଟଣାସ୍ଥଳରେ ଥିବା ଲୋକ କ୍ୟାମେରାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀର ଚିକିତ୍ସା କରିପାରିବ। ୨୪ ଘଣ୍ଟାର ଉଡ଼ାଣ କ୍ଷମତା ଥିବା ଏହି ନାଭିକ୍‌ରେ ସୋଲାର ସିଷ୍ଟମ ଲଗାଗଲେ ଅଧିକ ସମୟ ଓ ଅଧିକ ବାଟ ମଧ୍ୟ ଯାଇପାରିବ। ଏହି ପ୍ରକଳ୍ପ ନାସାର ପସନ୍ଦ ଆସିଛି। ବିଶ୍ୱରେ ୧୩୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ଏଥିପାଇଁ ଦ୍ୱିତୀୟ ସ୍ଥାନ ମିଳିଥିବା ନେଇ ମେ ୧୦ରେ ସ୍କୁଲକୁ ଆସିଥିବା ଚିଠିରେ ନାସା ପକ୍ଷରୁ ଉଲ୍ଲେଖ କରାଯାଇଥିବା ଶୁଭ୍ରାଂଶୁ କହିଛନ୍ତି। ଇତିମଧ୍ୟରେ ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ୧୦ ଦିନର ପ୍ରଶିକ୍ଷଣ ମଧ୍ୟ ଦେଇସାରିଛନ୍ତି। ଆସନ୍ତା ଜାନୁୟାରୀ ପହିଲାରେ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ପାଇଁ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହ ସେ ଆସନ୍ତା ୨୭ ତାରିଖରେ ଆମେରିକା ଗସ୍ତ କରିବେ। ଏହି ଗସ୍ତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଭଏସ କଣ୍ଟ୍ରୋଲ କାର ଓ ନନ୍‌ ଆକସିଡେଣ୍ଟ କାର ନିର୍ମାଣ ନିମନ୍ତେ ସେ ଉଦ୍ୟମ ଜାରି ରଖିଥିବା ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri