ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍‌ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍‌ ହାର ହ୍ରାସ ପାଇଥିବା ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି।
ଜିଲାର ମୋଟ୍‌ ୨୬୨ଟି ସ୍କୁଲର ୧୭୨୦୭ ଛାତ୍ରୀଛାତ୍ର ଚଳିତବର୍ଷ ୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍‌ ୧୨୪୯୮ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୩୯୭ ଛାତ୍ରୀ ଥିବାବେଳେ ୬୧୦୧ ଛାତ୍ର ଅଛନ୍ତି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୪୧ ଜଣ ଧରାପଡ଼ିଛନ୍ତି। ଏଥର ଜିଲାରେ ମୋଟ୍‌ ୧୭,୧୬୬ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇଛି। ସେଥିରୁ ୫୨ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ଅର୍ଥାତ୍‌ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏ-୨ରେ ୩୮୪, ବି-୧ରେ ୮୮୭, ବି-୨ରେ ୧୭୪୪ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସି’ରେ ୨୬୬୬, ଡି’ରେ ୩୩୭୨, ଇ’ରେ ୩୩୯୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଏଫ’ରେ ୪୬୬୮ ଛାତ୍ରୀଛାତ୍ର ରହିଛନ୍ତି। ଜିଲାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ସ୍କୁଲ ମଧ୍ୟରେ ଅନୁଗୋଳ ହାଇସ୍କୁଲର ୪ ଛାତ୍ରୀଛାତ୍ର ରହିଥିବାବେଳେ ୧୫ ଜଣ ନାଲ୍‌କୋନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଛନ୍ତି। ୧୭ ଜଣ ଅନୁଗୋଳସ୍ଥିତ ଗାନ୍ଧୀମାର୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପିବିକେ ହାଇସ୍କୁଲ ବଅଁରପାଳର ଜଣେ, ପିଏଚଏସ ଫୁଲପଡ଼ା, ଡିଏଭି(ସିଡବ୍ଲ୍ୟୁଏସ୍‌) ସେଣ୍ଟ୍ରାଲ କଲୋନୀ, କୁମଣ୍ଡ ଜରାସିଂହା ହାଇସ୍କୁଲ ଓ ତାଳଚେର ହାଇସ୍କୁଲର ଜଣେ ଲେଖାଏଁ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଡେରାର ଏସ୍‌ଆଇଇଆର୍‌ସି ବିଦ୍ୟାଳୟର ୩ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ କୋଶଳା ହାଇସ୍କୁଲର ଜଣେ ଛାତ୍ରୀ, ପାଲଲହଡ଼ା ମହତାବ ହାଇସ୍କୁଲର ଜଣେ ଛାତ୍ରୀ, ଗାନ୍ଧୀନଗର ଡିମିରିଆ ହାଇସ୍କୁଲର ଜଣେ ଛାତ୍ରୀ, ଖମାର ୟୁଜିୟୁବିପିର ଦୁଇ ଛାତ୍ର, ଧର୍ମପୁର ହାଇସ୍କୁଲର ଜଣେ ଛାତ୍ର ଓ ବଡ଼କେରା ଏସ୍‌ଜେ ନୋଡାଲ ହାଇସ୍କୁଲର ଜଣେ ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ଏକ୍ସ-ରେଗୁଲାରେ ପାସ ହାର ୪୧.୩୨ ରହିଛି। ବି-୧ରେ ଜଣେ, ସି’ରେ ୯ ଜଣ, ଡି’ରେ ୪୦ ଜଣ, ଇ’ରେ ୧୧୭ ଜଣ, ଏଫରେ ୨୪୦ ଜଣ ରହିଛନ୍ତି। କରେସପଣ୍ଡେଣ୍ଟ କୋର୍ସରେ ୬ଟି ପରୀକ୍ଷାକେନ୍ଦ୍ରରେ ୨୯୯ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୯ ପାସ କରିଥିବାବେଳେ ପରୀକ୍ଷାଫଳ ପ୍ରତିଶତ ୮୦.୨୦ ରହିଛି। ୨୦୧୮ରେ ଜିଲାରେ ୮୦.୩୨ ପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ଚଳିତବର୍ଷ ସଂଖ୍ୟା ହ୍ରାସ ପାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri