ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସମାଧାନର ବାଟ ନ ବାହାରିଛି ସେ ପର୍ଯ୍ୟନ୍ତ ଅଭିନେତା ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଉ। କାରଣ ପରଦା ଉପରେ ସେ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭାବେ କରିଥିବା କାର୍ଯ୍ୟକୁ ପୂରା ଦେଶ ଦେଖିସାରିଛି। ତେବେ ଏନେଇ ଫଡ୍‌ନବିସ ଓ ଆଦିତ୍ୟ କ’ଣ କହୁଛନ୍ତି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ୟୁଜର୍ସଙ୍କ ଏଭଳି ବୟାନରେ ଅନୀଲ କପୁର ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ନାୟକ ଭାବେ ଠିକ୍‌ ଅଛି’। ଏଥିସହ କ୍ୟାପଶନ୍‌ରେ ସେ ଏକ ଚଷମା ପିନ୍ଧିଥିବା ସ୍ମାଇଲି ଇମୋଜି ଦେଇ ଶେୟାର କରିଛନ୍ତି। ଟୁଇଟରରେ ଏହି ବାର୍ତ୍ତା ଶେୟାର ହେବା ପରେ ବହୁ ୟୁଜର୍ସ ଏହି ପରାମର୍ଶକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଫିଲ୍ମ ନାୟକରେ ଅନୀଲ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହି ଚରିତ୍ର ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ସଦୃଶ ସାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ...

ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଏୟାର ଇଣ୍ଡିଆ: ଏ-୩୨୦ ଏୟାର ବସ୍‌ରେ ଗାନ୍ଧୀଙ୍କ ଛବି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଦେଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଏୟାର...

ଗୁଜରାଟ ଏମ୍ସର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୩୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜକୋଟରେ ହେବାକୁ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ଶିଳାନ୍ୟାସ କରିଛନ୍ତି । ଭିଡିଓ...

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ପଦ୍ମାବତ ଫେମ୍‌ ଦୀପିକା ପାଦୁକୋନ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଅବଶ୍ୟ ପୂର୍ବରୁ ସେ ଯେତିକି ଆକ୍ଟିଭ ଥିଲେ ଲକ୍‌ଡାଉନ...

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ୨୪...

ଭାରତକୁ ଆତ୍ମନିର୍ଭର କରିବା ଲାଗି କରୋନା ମହାମାରୀ ଆଣିଛି ନୂଆ ସୁଯୋଗ: ମୋଦି

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ...

ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍‌ ରହିଛି…

ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ...

ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ...

Play 250+ Trending Games
Archives

Model This Week

Why Dharitri