ଅନିଶ୍ଚିତତା ମଧ୍ୟରେ ସମ୍ବଲପୁରରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା

ସମ୍ବଲପୁର,୧୫।୩(ବ୍ୟୁରୋ)-୨୦୧୪ରେ ସମ୍ବଲପୁରକୁ ମହାନଗର ନିଗମ ଭାବେ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୬ ବର୍ଷ ବିତିଛି। ହେଲେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇପାରିନାହିଁ । କେବେ ଏହି ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ପୂର୍ବରୁ ଏଥିପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଯେଉଁ ରିପୋର୍ଟରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସହରର ଲୋକସଂଖ୍ୟାକୁ ଭିତ୍ତି କରି କେତୋଟି ଥାନା ରହିବ। ଥାନାର ସୀମା ନିର୍ଦ୍ଧାରଣ ସହିତ କେତେ ପୋଲିସ କର୍ମଚାରୀଙ୍କ ଆବଶ୍ୟକତା ଅଛି ତାହା ଉଲ୍ଲେଖ । ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ୨୦୧୮ରେ ସମ୍ବଲପୁର ସମେତ ରାଉରକେଲା ଓ ବ୍ରହ୍ମପୁରରେ ଖୁବ୍‌ ଶୀଘ୍ର କମିଶନର ପୋଲିସ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ। ଏପରି କି ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା ଦେଇଥିଲେ । କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଲାଗୁ ହେଲେ ମହିଳାଙ୍କ ସୁରକ୍ଷା ସହିତ ଅପରାଧିକ କାର୍ଯ୍ୟକଳାପ ରୋକାଯାଇ ପାରିବ ବୋଲି ସେ କହିଥିଲେ । ହେଲେ ସରକାର ଆଜି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ମହାନଗର ନିଗମ ଘୋଷଣା ପରେ ସମ୍ବଲପୁର ପୌରାଞ୍ଚଳ ସହିତ ବୁର୍ଲା,ହୀରାକୁଦ ସମେତ ମାନେଶ୍ୱର ଓ ଧନକଉଡା ବ୍ଲକର ୧୨ ପଞ୍ଚାୟତକୁ ସାମିଲ କରାଯାଇଛି। ସହରର ପରିସୀମା ବୃଦ୍ଧି ସହିତ ଲୋକସଂଖ୍ୟା ୩ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ୱ ରହିଛି । ଏପରି ପରିସ୍ଥିତିରେ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ସହିତ ଟ୍ରାଫିକ୍‌ ନିୟନ୍ତ୍ରଣରେ ପୋଲିସ ବିଫଳ ହେଉଛି । ମହାନଗର ନିଗମ ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ଅପରାଧ ଘଟୁଛି। ଅନ୍ୟପକ୍ଷେ ନୂଆ ନୂଆ ଅପରାଧ ଘଟୁଥିବାରୁ ପୁରୁଣା ମାମଲାର ତଦନ୍ତରେ ପୋଲିସ ଅଡୁଆରେ ପଡୁଛି । ଆବଶ୍ୟକ ପୋଲିସ କର୍ମଚାରୀଙ୍କ ଅଭାବ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ସହରବାସୀ କମିଶନରେଟ୍‌ ପୋଲିସ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି । ଏ ସମ୍ପର୍କରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ କହିଛନ୍ତି, ଏଥିପାଇଁ ଗତ କିଛିବର୍ଷ ତଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାରୀସ୍ତରରେ ସେଥିପାଇଁ ପଦକ୍ଷେପ ନିଆଯିବ। ତେବେ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଆଉ କେତେଦିନ ସମୟ ଲାଗିବ ସେ ସଂକ୍ରାନ୍ତରେ ମୋ ପାଖରେ କୌଣସି ସୂଚନା ନାହିଁ।
ଅବସରପ୍ରାପ୍ତ ଏସ୍‌ପି ସୁଶୀଲ ପାଣିଗ୍ରାହୀ କହିଛନ୍ତି, କମିଶନରେଟ୍‌ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅଧିକାରୀ ଓ କର୍ମଚାରୀ ସଂଖ୍ୟା ବୃଦ୍ଧି ହେବ । ଅଧିକ ଅନୁଦାନ ଆସିବ। ଫଳରେ ପୋଲିସ ତଦନ୍ତ ପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଉପକରଣ,ସାମଗ୍ରୀ ଉପଲବ୍ଧ ହେବ । ସହର ସାରା ସିସିଟିଭି ଲଗାଯିବ। ଫଳରେ ଆପରାଧିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖାଯାଇପାରିବ । ସେହିପରି ପାଟ୍ରୋଲିଂ ବ୍ୟବସ୍ଥା କଡାକଡି ହୋଇପାରିବ । ଟ୍ରାଫିକ ସମସ୍ୟା ଦୂର ହୋଇଯିବ । ଜଣେ ଆଇଜି ପାହ୍ୟାର ଅଧିକାରୀ ନିଯୁକ୍ତ ହେବେ । ତାଙ୍କର ମାଜିଷ୍ଟ୍ରେଟ କ୍ଷମତା ରହିବ । ଜରୁରୀ ପରିସ୍ଥିିତିରେ ମାଜିଷ୍ଟ୍ରେଟ ପାଇଁ ଅନ୍ୟ ବିଭାଗ ଅଧିକାରୀଙ୍କ ଅପେକ୍ଷା କରିବାକୁ ପଡିବ ନାହିଁ । ସହର ଅନେକ ଛକରେ ସ୍ଥାୟୀ ଟ୍ରାଫିକ ପୋଷ୍ଟ ନାହିଁ। କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଦ୍ୱାରା ଯାନବାହନ ନିୟନ୍ତ୍ରଣ କରିହେବ । ସମଗ୍ର ପୋଲିସିଂ ବ୍ୟବସ୍ଥାରେ ଉନ୍ନତି ଆସିବ । ରାଜ୍ୟ ସରକାର ଖୁବ୍‌ ଶୀଘ୍ର କମିଶନରେଟ୍‌ ପୋଲିସ ବ୍ୟବସ୍ଥା ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି ।
ଏବେ କ୍ଷେତରାଜପୁର, ହୀରାକୁଦ, ଅଇଁଠାପାଲି, ସଦର, ଟାଉନ, ଧନୁପାଲି ଥାନା ସହ ଚିପିଲିମା, ଗୋଶାଳା, ବୁର୍ଲା ମେଡିକାଲ, ଜ୍ୟୋତିବିହାର, ବାହାଲପଡା, ବଡବଜାର, କ୍ଷେତରାଜପୁର ବିଟ ହାଉସ୍‌, ଫାଟକ ଫାଣ୍ଡି ରହିଛି । ହେଲେ ଉପରୋକ୍ତ ଥାନା ଓ ଫାଣ୍ଡିରେ ଆବଶ୍ୟକତା ଅନୁସାରେ ପୋଲିସ ଅଧିକାରୀ ଓ କର୍ମଚାରୀ ନ ଥିବାରୁ ଅପରାଧ, ଚୋରି, ଡକାୟତି, ଲୁଟ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri