ଅନିଶ୍ଚିତତାରେ ପ୍ରସ୍ତାବିତ ଟ୍ରକ ଟର୍ମିନାଲ

କୁଜଙ୍ଗ,୧୪।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଓ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ପାଇଁ ଦୈନିକ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରକ ପାରାଦୀପକୁ ଚଳାଚଳ କରୁଛି। ଏହି ଟ୍ରକ୍‌ ସଂଖ୍ୟା ମଧ୍ୟ ପ୍ରତି ମାସରେ ବଢି ଚାଲିଛି। ଫଳରେ ଦଇତାରୀ-ପାରାଦୀପ ଜାତୀୟ ରାଜପଥ ଓ ପାରାଦୀପ-କଟକ ରାଜ୍ୟ ରାଜପଥରେ ପ୍ରତିଦିନ ହଜାର ହଜାର ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ଅଟକି ରହୁଛି। ଫଳରେ ୨ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଜନସାଧାରଣଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ମଧ୍ୟ ବଢିଚାଲିଛି। ସ୍ଥିତି ସୁଧାରିବାକୁ ବନ୍ଦର କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ୨୦୧୨ ମସିହାରୁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ଇତିମଧ୍ୟରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ପାରାଦୀପ ବନ୍ଦର ୫୬.୩୩ କୋଟି ମଞ୍ଜୁର କରି ସାରିଛି। ପ୍ରାଥମିକ ପର୍ଯ୍ୟାୟରେ ପାଚେରି ନିର୍ମାଣ ପାଇଁ ୨ କୋଟି ୮୩ ଲକ୍ଷ ୨୨ ହଜାର ଓ ବାଲି ପୋତେଇ ପାଇଁ ୪ କୋଟି ୫୪ ଲକ୍ଷ ୬୧ ହଜାର ଟଙ୍କା କାର୍ଯ୍ୟାଦେଶ ଠିକାଦାରଙ୍କୁ ଦିଆଯାଇଥିବା ସୂଚନା ଅଧିକାରରେ ପ୍ରଶାସନ ପାଖରୁ ପତ୍ର ସଂଖ୍ୟା-୧୧୫୮ ତା-୬ା୮ା୧୯ରେ ତଥ୍ୟ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ବନ୍ଦର ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଅଦ୍ୟାବଧି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ। ୨୦୧୨ ଓ ୨୦୧୭ ମସିହାରେ ଜିଲା ପ୍ରଶାସନ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ଓ ବନ୍ଦର ପ୍ରଶାସନ ମିଳିତ ଭାବେ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଯେଉଁ ସ୍ଥାନ ଚିହ୍ନଟ କରିଥିଲେ, ୨୦୧୯ ମସିହାରେ ବନ୍ଦର କର୍ତ୍ତୃପକ୍ଷ ତାହାକୁ ଉଲ୍ଲଂଘନ କରି ମନଇଚ୍ଛା ଏକ ଜନବସତି ସ୍ଥାନ ବାଛିବାରୁ ବିବାଦ ଜୋର ଧରିଛି। ଟ୍ରକ ଟର୍ମିନାଲ ପାରାଦୀପ ଅଞ୍ଚଳ ପାଇଁ ଅତି ଜରୁରୀ ପ୍ରକଳ୍ପ ହୋଇଥିବାବେଳେ ବନ୍ଦର କର୍ତ୍ତୃପକ୍ଷଙ୍କ ଏକଚାଟିଆ ମନୋଭାବ କାରଣରୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଯଦ୍ୱାରା ଟ୍ରକ ଟର୍ମିନାଲ ନିର୍ମାଣ ଅନିଶ୍ଚିତତା ମୁହଁା ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ପାରାଦୀପ ବନ୍ଦର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ବହୁ ଶିଳ୍ପସଂସ୍ଥା ଗଢ଼ି ଉଠିଥିବାରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ଓ ଜଳ ପ୍ରଦୂଷଣ କାରଣରୁ କ୍ୟାନ୍‌ସର, ହୃଦ୍‌ରୋଗ ଭଳି ବହୁ ଦୁରାରୋଗ୍ୟ କୁଜଙ୍ଗ-ପାରାଦୀପ ଅଞ୍ଚଳବାସୀଙ୍କୁ ଆକ୍ରାନ୍ତ କରିଚାଲିଛି। ଏଠାକାର ବାସିନ୍ଦା ଶିଳ୍ପକୁ ବିରୋଧ ନ କରି ନିଜ ଜମ ଟେକି ଦେଇଛନ୍ତି। ପ୍ରତିଦାନରେ ପ୍ରତିଦାନରେ ପ୍ରଦୂଷଣ ଓ ରୋଗବ୍ୟାଧିର ଶିକାର ହେଉଛନ୍ତି। ତେଣୁ କେନ୍ଦ୍ରାପଡ଼ା ଓ ପାରାଦୀପ ଅଞ୍ଚଳ ମଧ୍ୟସ୍ଥଳ ଭୂତମୁଣ୍ଡାଇଠାରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସେମାନେ ଦାବି କରିଆସୁଛନ୍ତି। କିନ୍ତୁ ଶିଳ୍ପ ପ୍ରଭାବିତ ଅଞ୍ଚଳ ବାସିନ୍ଦା ଯେଉଁ ସ୍ଥାନରେ ଅତ୍ୟାଧୁନିକ ହସ୍ପିଟାଲ ପ୍ରତିଷ୍ଠା ଦାବି କରୁଛନ୍ତି, ବନ୍ଦର ସେହି ସ୍ଥାନରେ ଟ୍ରକ ଟର୍ମିନାଲ କରିବାକୁ ଜିଦ୍‌ ଧରିଥିବାରୁ ବିବାଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨୦୧୨ରେ ପିଡିଏ (ପାରାଦୀପ ଡେଭଲପମେଣ୍ଟ ଅଥରିଟି), ଜିଲା ପ୍ରଶାସନ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବନ୍ଦର ସଂଲଗ୍ନ ୫ ପଞ୍ଚାୟତ ପ୍ରତିନିଧିଙ୍କୁ ଡକାଇ ବୈଠକ କରିଥିଲେ। ଏଥିରେ ସରକାରୀସ୍ତରରେ ଭୂତମୁଣ୍ଡାଇ ଅପରପାର୍ଶ୍ୱ କେନାଲ ଆରପଟେ ଟ୍ରକ ଟର୍ମିନାଲ କରିବାକୁ ନିଷ୍ପତ୍ତି ନେଇ ଏକ ନକ୍‌ସା ଜାରି କରିଥିଲେ। ହେଲେ ୨୦୧୯ରେ ବନ୍ଦର ଚକ୍ରାନ୍ତରେ ଏହାକୁ ବାତିଲ କରାଯାଇ ଭୂତମୁଣ୍ଡାଇର ଜନବସତି ଅଞ୍ଚଳରେ ଟ୍ରକ ଟର୍ମିନାଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ କୁଜଙ୍ଗ ତହସିଲ ଇଡ୍‌କୋକୁ ଏ ୩୫.୦୮ ଡେସିମିଲ ଜମି ପ୍ରଦାନ କରିଛି ଓ ଇଡ୍‌କୋ ମଧ୍ୟ ଉକ୍ତ ଜମି ପାରାଦୀପ ବନ୍ଦରକୁ ହସ୍ତାନ୍ତର କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଆଶ୍ଚାର୍ଯ୍ୟଜନକ କଥା ହେଲା, ପାରାଦୀପ ଡେଭଲପମେଣ୍ଟ ଅଥରିଟିଙ୍କ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ପତ୍ର ସଂଖ୍ୟା-୪୩୯/ତା -୩୦ା୮ା୧୯ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ୨୦୧୭ ମସିହାରେ ପିଡିଏ ପ୍ଲାନ୍‌ରେ ଭୂତମୁଣ୍ଡାଇ ପଞ୍ଚାୟତର ବାହାର ତରଡ଼ିଆଠାରେ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ସରକାରୀ ଭାବେ ପ୍ରସ୍ତାବ ଗୃହିତ ହୋଇଛି। ଏହାର ନକ୍‌ସା ମଧ୍ୟ ସୂଚନା ଅଧିକାରରେ ହସ୍ତଗତ ହୋଇଛି। ସରକାରୀ ତଥ୍ୟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଟ୍ରକ ଟର୍ମିନାଲ ନିମନ୍ତେ କୌଣସି ଜନଶୁଣାଣି କରାଯାଇନି। ୨୦୧୨ ପରେ ସଂଲଗ୍ନ ଗ୍ରାମବାସୀ ଓ ପଞ୍ଚାୟତଙ୍କୁ ବିଧି ଅନୁଯାୟୀ ନୋଟିସ୍‌ ମଧ୍ୟ ହୋଇନାହିଁ। ତେଣୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଟ୍ରକ୍‌ ଟର୍ମିନାଲ ନ କରି ବେଆଇନ୍‌ ଭାବେ ଏକ ନୂଆ ସ୍ଥାନରେ ବାଲି ଫିଲିଂ ଉଦ୍ୟମ କରାଯିବାରୁ କୁଜଙ୍ଗ ଆଞ୍ଚଳିକ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅବଗତ କରାଇଥିଲେ। ଜିଲାପାଳ ମହାପାତ୍ର ଉକ୍ତ ସ୍ଥାନ ନିଜେ ବୁଲି ଦେଖିବା ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏ ସମ୍ପର୍କରେ ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିରଙ୍କ ସହ ଯୋଗଯୋଗ କରିବାରୁ ସେ କୌଣସି ମତାମତ ଦେଇନାହାନ୍ତି। ଆଞ୍ଚଳିକ ସୁରକ୍ଷା ସମିତି ସଦସ୍ୟା ତଥା ଭୂତମୁଣ୍ଡାଇ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁ କୌଣସି ପରିସ୍ଥିତିରେ ହସ୍ପିଟାଲ ପାଇଁ ପ୍ରସ୍ତାବିତ ଜମିରେ ପ୍ରଦୂଷଣଭିତ୍ତିକ ଟ୍ରକ ଟର୍ମିନାଲ କରାଇ ଦେବୁନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri