ଅନିଶ୍ଚିତତାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୨୬।୩ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ପରେ ରାଜ୍ୟ ସରକାର ୩ମାସର ଆଗୁଆ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲା ଯୋଗାଣ ବିଭାଗ ପକ୍ଷରୁ କିଭଳି ଭାବେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ତେଣୁ ପିଡିଏସ ସାମଗ୍ରୀ ବଣ୍ଟନ ଅନିଶ୍ଚିତତାରେ ରହିଛି। ଜିଲାରେ ଥିବା ୨ଲକ୍ଷରୁ ଅଧିକ ହିତାଧିକାରୀ ପିଡିଏସ ସାମଗ୍ରୀ ପାଇବା ପାଇଁ ଅପେକ୍ଷା କରିଛନ୍ତି । କରୋନା କଟକଣା ଯୋଗୁ ଏକା ସାଙ୍ଗରେ ୬ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଅନ୍ୟ ପଟେ ଅଫିସ ଗୁଡିକରେ କର୍ମଚାରୀମାନଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଲୋକମାନଙ୍କ ପାଖରେ କିଭଳି ଭାବେ ପିଡିଏସ ସାମଗ୍ରୀ ଚାଉଳ, କିରୋସିନୀ, ଗହମ ପହଞ୍ଚତ୍ବ ସେ ନେଇ ହିତାଧିକାରୀ ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଲକ ଡାଉନ ହେବା ଯୋଗୁ ସମସ୍ତ ଉନ୍ନୟନ ମୂଳକ କାମ ଠପ୍‌ ହୋଇ ପଡିଛି । ତେଣୁ ଲୋକେ ରୋଜଗାର କରିପାରିବେ ନାହିଁ । ସରକାର ଦେଉଥିବା ଚାଉଳରେ ପରିବାର ନିର୍ଭର କରୁଥିଲା। ପିଡିଏସ ସାମଗ୍ରୀ ବଣ୍ଟନରେ ବିଳମ୍ବ ହେଲେ ଏବେ ପ୍ରତି ଘରେ ଖାଇବା ପାଇଁ ମଧ୍ୟ ଚାଉଳ ଅଭାବ ଦେଖାଯିବ । ପାଖରେ ଟଙ୍କା ନ ଥିବାରୁ ଲୋକେ ବଜାରରୁ ମଧ୍ୟ ଜିନିଷ କିଣି ପାରିବେ ନାହିଁ । ତେଣୁ ୨ଲକ୍ଷରୁ ଅଧିକ ହିତାଧିକାରୀ ଭୋକ ଉପାସରରେ ରହିଯିବେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଟ କହିଛନ୍ତି ଯେ, ପିଡିଏସ ସାମଗ୍ରୀ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଚାଉଳ, କିରୋସିନୀ, ଗହମ ବଣ୍ଟନ କରାଯାଇଛି। ଏପ୍ରିଲ ମାସରୁ ପୁଣି ଆଗାମୀ ୩ମାସ ପର୍ଯ୍ୟନ୍ତ ଚାଉଳ ବଣ୍ଟନ କରାଯିବାର ସ୍ଥିର କରାଯାଇଛି । ହେଲେ କରୋନା କଟକଣା ଯୋଗୁ ଚାଉଳ ବଣ୍ଟନ କେନ୍ଦ୍ରରେ ଭିଡ ରହିବାର ଭୟ ରହୁଛି । ପ୍ରଶାସନ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରାଯାଉଛି । କିଭଳି ଭାବେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ସେ ନେଇ ନିର୍ଦ୍ଦେଶ ଆସିଲା ପରେ ୨ରୁ ୪ ଦିନ ଭିତରେ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri