ଅନଫିଟ୍‌ ଗାଡ଼ିରେ ଛାତ୍ରୀଛାତ୍ର ପରିବହନ; କଟକଣା ମାନୁନାହାନ୍ତି କର୍ତ୍ତୃପକ୍ଷ

କଟକ ଅଫିସ, ୧୧।୭: ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ପାଠ ପଢିବାକୁ ଆସିଥିବା ପିଲାଙ୍କ ଜୀବନ ରାସ୍ତାରେ ଅକାଳରେ ଚାଲିଯାଉଛି। ମାତ୍ର ଏଭଳି ଅଘଟଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମ ବିଫଳ ହେଉଛି। ଯାହାର ପ୍ରମାଣ କଟକରୁ ଦେଖିବାକୁ ମିଳିଛି। ଗତ ଜୁନ୍‌ ୨୬ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକର ତନଖି କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ, କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାର ୨୫୩ଟି ସ୍କୁଲର ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୪୫ଟି ଗାଡ଼ି ଛାତ୍ରୀଛାତ୍ର ପରିବହନ କରିବାକୁ ଅଯୋଗ୍ୟ ଥିବା ଜଣାପଡ଼ିଛି। ଏପରି କି ଜିଲାର ଅନେକ ନାମକରା ଘରୋଇ ସ୍କୁଲଗୁଡ଼ିକର ଗାଡ଼ି ଏହି ଅଯୋଗ୍ୟ ତାଲିକାରେ ସାମିଲ ଅଛି। କେଉଁ ଗାଡ଼ିର ପରିମିଟ୍‌ ନାହିଁ ତ ଆଉ କାହାର ଇନ୍‌ସ୍ୟୁରାନ୍ସ ନ ଥିବା ଜଣାପଡ଼ିଛି। ସେହିପରି କାହାର ପଲ୍ୟୁଶନ ପ୍ରମାଣପତ୍ର ନ ଥିବାବେଳେ କିଏ ଟିକସ ଫାଙ୍କି ଚଳାଚଳ କରୁଥିବା ଯାଞ୍ଚରୁ ଜଣାପଡ଼ିଛି। ମୁଖ୍ୟତଃ ୨୦୧୬ରେ ପ୍ରଣୟନ କରାଯାଇଥିବା ସ୍କୁଲବସ୍‌ ପଲିସିକୁ ଏହି ଗାଡ଼ିଗୁଡ଼ିକ ଅନୁପାଳନ କରି ନ ଥିବା କଟକ ମୋଟରଯାନ ନିରୀକ୍ଷକ ରଶ୍ମିରଞ୍ଜିତ ଦଳବେହେରା କହିଛନ୍ତି। ଉପରୋକ୍ତ ଗାଡ଼ିଗୁଡ଼ିକର ଭିସିଆର୍‌ (ଭେହିକିଲ ଚେକ୍‌ ରିପୋର୍ଟ) କରାଯାଇ ଜରିମାନା ବ୍ୟବସ୍ଥା କରାଯାଇଥିବା ଦଳବେହେରା କହିଛନ୍ତି। ସୂଚନାଥାଉ କି, ୨୦୧୬ ସ୍କୁଲ ବସ୍‌ ପଲିସି ଅନୁଯାୟୀ, ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ କ୍ଷେତ୍ରରେ ନିୟୋଜିତ ଗାଡ଼ିଗୁଡ଼ିକ ନିମନ୍ତେ କେତେକ ନିୟମ ପ୍ରଣୟନ କରାଯାଇଥିଲା। ତଦନୁୁଯାୟୀ ମୁଖ୍ୟତଃ ଗାଡ଼ିଗୁଡ଼ିକର ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଯଥା ଗାଡ଼ିରେ ସ୍ପିଡ୍‌ ଗଭର୍ଣ୍ଣରକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଜିପିଏସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଥିଲା। ସେହିପରି ଅଗ୍ନିଜନିତ ଦୁର୍ଘଟଣା ନିମନ୍ତେ ଫାୟାର ଏଷ୍ଟିଂଗୁଇସର, ଗାଡ଼ିର ଡୋର ଖୋଲା ରହିଲେ ବଜର୍‌ ସାଉଣ୍ଡ, ସିଟ୍‌ ତଳେ ବ୍ୟାଗ ରଖିବା ପାଇଁ ବ୍ୟବସ୍ଥା ଓ ଗାଡ଼ିର ଝରକା ପାଖରେ ହରିଜେଣ୍ଟାଲ ଗ୍ରୀଲ୍‌ ଲଗାଇବାକୁ କୁହାଯାଇଥିଲା। ମାତ୍ର ଯାଞ୍ଚ ସମୟରେ ଏହି ଗାଡ଼ିଗୁଡ଼ିକ ଉପରୋକ୍ତ ନିୟମଗୁଡ଼ିକ ମଧ୍ୟରୁ ଅଧିକାଂଶ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। କଟକ ଜିଲାରେ ସ୍କୁଲଗାଡ଼ି ଦୁର୍ଘଟଣା ଘଟି ପୂର୍ବରୁ ୨ ଜଣ ପିଲାଙ୍କ ଜୀବନହାନି ଘଟିଛି। ୨୦୧୪ ଡିସେମ୍ବରରେ ନିଶ୍ଚିନ୍ତକୋଇଲି ନିକଟସ୍ଥ ଅସୁଲପୁର ନିକଟରେ ଏକ ସ୍କୁଲଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୦ ଜଣ ପିଲା ଆହତ ହୋଇଥିଲେ। ଜିଲାରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷମାନେ ଏଥିପ୍ରତି ସଚେତନ ନ ହେବା ଅଧିକ ଚିନ୍ତାର କାରଣ ହୋଇଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ଅଧିକ କଡାକଡି କରାଯିବ ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ ଦିପ୍ତୀରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri