ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର ମଧ୍ୟ ବେଆଇନ ନିର୍ମାଣ ଓ ଜବରଦଖଲରୁ ବର୍ତ୍ତି ନାହିଁ। ଏଠାରେ ପ୍ରସାଦ ପ୍ରସ୍ତୁତ ହେବା ସହ ମହିଳାମାନଙ୍କର ସୁଦଶା ବ୍ରତରେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏବେ ଏହି ମନ୍ଦିରର ପୁନରୁଦ୍ଧାର ଏବଂ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ କୋଟି କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରିଥିଲେ। ମାତ୍ର କେତେଜଣ ସେବାୟତଙ୍କ ମନମୁଖି ଏବଂ ଲାଭଖୋର ମନବୃତ୍ତ ପାଇଁ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଗାଇଡ଼ ଲାଇନ ବିରୋଧରେ କାମ କରୁଛନ୍ତି। ଏଥିପାଇଁ ଅନେକ ସମୟରେ ବିଶୃଙ୍ଖଳା ଦେଖାଦେଉଛି। ଗୁରୁବାର ମନ୍ଦିର ପରିସରରେ ଏକ ପିଣ୍ଡି ନିର୍ମାଣ କରାଯାଉଥିଲା। ବାଲି ସିମେଣ୍ଟରେ ଏହି ପିଣ୍ଡିକୁ ନିର୍ମାଣ କରିବା ସମୟରେ ଏଏସଆଇଖବର ପାଇ ବିରୋଧ କରିଥିଲା। ଘଟଣାସ୍ଥଳରେ କର୍ମଚାରୀମାନେ ପହଞ୍ଚତ୍ବାରୁ ନିର୍ମାଣ କରୁଥିବା କେତେଜଣ ବ୍ୟକ୍ତି ଓଲଟା ଗାଳିଗୁଲଜ କରିବା ସହ ନାଲି ଆଖି ଦେଖାଇଥିଲେ। ଭୟରେ କର୍ମଚାରୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହାର ସୁଯୋଗ ହାତଛଡ଼ା ନ କରି ସେମାନେ ନିର୍ମାଣକାର୍ଯ୍ୟକୁ ତ୍ୱରାନିତ୍ୱ କରିଥିଲେ। ବିଭାଗୀୟ ଅଧିକାରୀ ନାଚାର ହୋଇ କେବଳ ତରବରିଆ ଭାବେ ବିଭିନ୍ନ ବିଭାଗକୁ ଘଟଣା ସମ୍ବନ୍ଧରେ ପତ୍ର ଲେଖି ହାତ ଟେକି ବସିଛନ୍ତି ।
ବେଆଇନ ସମ୍ବନ୍ଧରେ ଖୋର୍ଦ୍ଧା ଜିଲାପାଳ, କମିଶନରେଟ୍‌ ପୋଲିସର ଡ଼ିସିପି, ଏଏସଆଇର ସୁପରିଣ୍ଟେଣ୍ଡେଣ୍ଟ, ଆଇଆଇସି ଲିଙ୍ଗରାଜ ଥାନା ପ୍ରମୁଖକୁ ପତ୍ର ଲେଖା ଯାଇଥିବା ଏଏସ୍‌ଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟ ନାଥ କହିଛନ୍ତି। ପ୍ରଶାସନ ଏଭଳି ଘଟଣାରେ ନୀରବ ରହିବା ନେଇ ଅତୀତରେ ଐତିହ୍ୟ ଶିଶୁପାଳଗଡ଼ ପ୍ରାୟତଃ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଛି। ଏ ନେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୁହନ୍ତି, ଅନନ୍ତ ବାସୁଦେବ ମନ୍ଦିରରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ହେବା ନେଇ ମୋ ପାଖରେ ଖବର ନାହିଁ। ସେହିଭଳି ସାମାଜିକ କର୍ମୀ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଏଭଳି ଆଇନ ବିରୋଧ ଘଟଣା ନିନ୍ଦନୀୟ। ଏଥିପ୍ରତି ପ୍ରଶାସନ ସଚେତନ ହେବା ଉଚିତ୍‌। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ। ବିରଷ୍ଠ ଆଇନଜୀବୀ ଅରୁଣ ମହାପାତ୍ର କୁହନ୍ତି, ଏଏସଆଇର ଗାଇଡ଼ ଲାଇନ ଅନୁଯାୟୀ, କୀର୍ତ୍ତରାଜ ଥିବା ସ୍ଥାନର ୨୦୦ମିଟର ଦୂରରେ ନିସିଦ୍ଧାଞ୍ଚଳରେ କୌଣସି ନିର୍ମାଣ ଆଇନତଃ ଦଣ୍ଡନୀୟ। ଏହା ପୁଣି ମନ୍ଦିର ପରିସରରେ ନିର୍ମାଣ ହେବା ସମସ୍ତଙ୍କୁ ଚକିତ କରିଛି। ଏଥିରେ ପ୍ରଶାସନର ହାତ ରହିଛି। ଯଦି ଏହା କେହି କରୁଥାଏ ଏଏସଆଇ ତା’ର ଗାଇଡ଼ଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri