ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଘଟଣା: ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଉଦଳା,୨୪ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଧ୍ୟାପିକାଙ୍କ ଅଭିଯୋଗ କ୍ରମେ ମଙ୍ଗଳବାର ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବେଳେ ବୁଧବାର ଅସନ୍ତୁଷ୍ଟ ଗ୍ରାମବାସୀ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ତାଲା ପଡି ରହିବାରୁ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଫାଟକ ବାହାରେ ଅଟକି ରହିଥିଲେ। ଖବରପାଇ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ଫାଟକରୁ ତାଲା ଖୋଲାଯାଇଥିଲା । ୪ ମାସ ତଳେ ଖାତାଦେଖା ବାହାନାରେ ଅଧ୍ୟାପିକାଙ୍କୁ ବାଲେଶ୍ୱର ସ୍ଥିତ ନିଜ ବାସଭବନକୁ ନେଇ ଅଧ୍ୟକ୍ଷ ଅସଦାଚରଣ କରିଥିବା ସୋମବାର ଅଧ୍ୟାପିକା ଉଦଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମଙ୍ଗଳବାର ଏକ ମାମଲା ରୁଜୁ କରି ମହାବିଦ୍ୟାଳୟକୁ ଯାଇ ଅଧ୍ୟକ୍ଷଙ୍କ ଅଫିସର କାଗଜପତ୍ର ଯାଞ୍ଚ କରି ଫେରିଛି। ଅଧ୍ୟକ୍ଷ ମହାବିଦ୍ୟାଳୟକୁ ଆସୁ ନ ଥିବାରୁ ପୋଲିସ ତାଙ୍କୁ ପଚରାଉଚରା କରିପାରି ନାହିଁ। ତେବେ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ଗ୍ରାମବାସୀ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିବା କହିଛନ୍ତି। ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ଆକ୍ରାନ୍ତ ୧୪୬, ସୁସ୍ଥ ୧୪୬

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ସକାଳେ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୧୪୬ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରୁ...

ସମୁଦ୍ରରେ ଓଲଟିଲା ଡଙ୍ଗା, ୫ ଗୁରୁତର

ପାରାଦୀପ,୨୪ା୧୨(ସ୍ବ.ପ୍ର.): ଶନିବାର ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଡଙ୍ଗା ଓଲଟି ପଡ଼ିବା ପରେ ଲହଡ଼ିରେ ଭାସି ଯାଇ ପଥର...

କାଟି ନେଇଗଲେ ମହିଳାଙ୍କ ମୁଣ୍ଡ

ଠାକୁରମୁଣ୍ଡା,୪ା୭: ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଅସ୍ତ୍ରରେ ହତ୍ୟାକାରୀ ମହିଳାଙ୍କ...

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ...

ରେକର୍ଡ ଭାଙ୍ଗିଲା ବୌଦ୍ଧ

ଭୁବନେଶ୍ୱର,୨୮।୪(ବ୍ୟରୋ): ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଉଛି ତାତି। ଗୁରୁବାର ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରାରେ ବୌଦ୍ଧ ରେକର୍ଡ କରିଛି। ସେହିପରି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ...

ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି...

ଲକ୍‌ଡ଼ାଉନ୍‌ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି

ଦେବଗଡ଼,୩୧ା୩(ଡି.ଏନ୍‌.ଏ.)- ଲକଡ଼ାଉନ୍‌ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ...

କଟକ ଚଣ୍ଡୀ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ ୭୨ କୋଟି

ଭୁବନେଶ୍ୱର,୧୯।୫(ବ୍ୟୁରୋ): କଟକ ଚଣ୍ଡୀ ମନ୍ଦିର ବିକାଶ ଯୋଜନାକୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୭୨ କୋଟି। ଭକ୍ତ ମାନଙ୍କ ପାଇଁ ସମସ୍ତ...

Advertisement
Archives

Model This Week