ଅଧ୍ୟକ୍ଷ, ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ିଲାନି: ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଲା ପ୍ରଶାସନ

ଢେଙ୍କାନାଳ ଅଫିସ, ୩୧।୧୦ – ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ। ସେମାନଙ୍କ କାର୍ଯ୍ୟକାଳ ଅବଧି ବଢ଼ାଇବାକୁ ଆବେଦନ କରାଯାଇଥିଲା। ଏ ନେଇ କଲେଜ ଗଭର୍ନିଂ ବଡିର ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଉଚ୍ଚଶିକ୍ଷା ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ପାଇଁ ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ସମୟ ମଧ୍ୟରେ ଅଧ୍ୟକ୍ଷ ପଦବୀରେ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯିବ। ଏ ନେଇ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ କର୍ମଚାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।
୨୦୧୪ ମେ ୭ରେ ଅନୁଷ୍ଠିତ ଗଭର୍ନିଂ ବଡି ବୈଠକରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୬୫ ବର୍ଷ ଏବଂ କର୍ମଚାରୀଙ୍କ କାର୍ଯ୍ୟକାଳ ବୟସସୀମା ୬୦ବର୍ଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାପରେ ଆଉ ଗଭର୍ନିଂ ବଡି ବୈଠକ ବସିନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ମଧ୍ୟ ଆସିନାହିଁ। ଫଳରେ ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏଥିପୂର୍ବରୁ ସେମାନେ କାର୍ଯ୍ୟକାଳ ବୟସ ସୀମା ବଢ଼ାଇବା ପାଇଁ ଲିଖିତ ଭାବେ ଆବେଦନ କରିଥିଲେ। ଏ ସମ୍ପର୍କରେ ପତ୍ର ସଂଖ୍ୟା ୪୪୯୧, ଦଫା ୧୮ା୭ା୨୦୧୯ରେ ଅତିରିକ୍ତ ଜିଲାପାଳ ତଥା ଗଭର୍ନିଂ ବଡିର ସ୍ବତନ୍ତ୍ର ଅଧିକାରୀ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଏ ନେଇ ଅତିରିକ୍ତ ଜିଲାପାଳ ନିଜ ପ୍ରତିକ୍ରିୟାରେ କୁହନ୍ତି, ଗଭର୍ନିଂ ବଡିର ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷ ଏବଂ ଅନ୍ୟ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ମହାବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯିବ। ଆବେଦନକୁ ଭିତ୍ତି କରି ଉଚ୍ଚଶିକ୍ଷା ବିଭାଗ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri