ଅଧ୍ୟକ୍ଷ, ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ିଲାନି: ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଲା ପ୍ରଶାସନ

ଢେଙ୍କାନାଳ ଅଫିସ, ୩୧।୧୦ – ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ। ସେମାନଙ୍କ କାର୍ଯ୍ୟକାଳ ଅବଧି ବଢ଼ାଇବାକୁ ଆବେଦନ କରାଯାଇଥିଲା। ଏ ନେଇ କଲେଜ ଗଭର୍ନିଂ ବଡିର ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଉଚ୍ଚଶିକ୍ଷା ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ପାଇଁ ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ସମୟ ମଧ୍ୟରେ ଅଧ୍ୟକ୍ଷ ପଦବୀରେ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯିବ। ଏ ନେଇ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ କର୍ମଚାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି।
୨୦୧୪ ମେ ୭ରେ ଅନୁଷ୍ଠିତ ଗଭର୍ନିଂ ବଡି ବୈଠକରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୬୫ ବର୍ଷ ଏବଂ କର୍ମଚାରୀଙ୍କ କାର୍ଯ୍ୟକାଳ ବୟସସୀମା ୬୦ବର୍ଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାପରେ ଆଉ ଗଭର୍ନିଂ ବଡି ବୈଠକ ବସିନାହିଁ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ମଧ୍ୟ ଆସିନାହିଁ। ଫଳରେ ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏଥିପୂର୍ବରୁ ସେମାନେ କାର୍ଯ୍ୟକାଳ ବୟସ ସୀମା ବଢ଼ାଇବା ପାଇଁ ଲିଖିତ ଭାବେ ଆବେଦନ କରିଥିଲେ। ଏ ସମ୍ପର୍କରେ ପତ୍ର ସଂଖ୍ୟା ୪୪୯୧, ଦଫା ୧୮ା୭ା୨୦୧୯ରେ ଅତିରିକ୍ତ ଜିଲାପାଳ ତଥା ଗଭର୍ନିଂ ବଡିର ସ୍ବତନ୍ତ୍ର ଅଧିକାରୀ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଏ ନେଇ ଅତିରିକ୍ତ ଜିଲାପାଳ ନିଜ ପ୍ରତିକ୍ରିୟାରେ କୁହନ୍ତି, ଗଭର୍ନିଂ ବଡିର ନିଷ୍ପତ୍ତି ଅନୁଯାୟୀ ଅଧ୍ୟକ୍ଷ ଏବଂ ଅନ୍ୟ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ମହାବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯିବ। ଆବେଦନକୁ ଭିତ୍ତି କରି ଉଚ୍ଚଶିକ୍ଷା ବିଭାଗ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବା ଗବେଷଣା ପାଇଁ ଢେଙ୍କାନାଳରେ ବିଦେଶୀ ଛାତ୍ରୀ: କଲେଜ ପିଲାଙ୍କ ସହ ମତ ବିନିମୟ କଲେ

ଢେଙ୍କାନାଳ ଅଫିସ, ୨୧।୮-ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଧିକ ଗବେଷଣା କରିବାକୁ ଢେଙ୍କାନାଳରେ ପହଞ୍ଚତ୍ଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ୫ଜଣ ଛାତ୍ରୀ। ସମ୍ପୃକ୍ତା ବିଦେଶୀ ଛାତ୍ରୀମାନେ...

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦...

୨୭ରୁ ମିନି ମହୋତ୍ସବ, ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ ଅଫିସ,୧୭ା୧: ବିଶ୍ୱକପ୍‌ ହକି ଉପଲକ୍ଷେ ସମଗ୍ର ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଢେଙ୍କାନାଳ ଜିଲାରେ ମଧ୍ୟ ମେଳା ମହୋତ୍ସବର ଆୟୋଜନ ହୋଇଛି। ଆସନ୍ତା...

ଚାଷୀଙ୍କୁ ମିଳୁନି, କଳାବଜାର ଆଶଙ୍କା

ଢେଙ୍କାନାଳ ଅଫିସ, ୧୨।୯ – ଢେଙ୍କାନାଳରେ ୟୁରିଆ ସାରର ବ୍ୟାପକ ଅଭାବ ଦେଖାଦେଇଛି। ଜିଲାର ଅଧା ଚାଷୀ ସାର ପାଇନାହାନ୍ତି। ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ...

ପାଳନ ହେବନି ଅକ୍ଷୟ ତୃତୀୟା

ଢେଙ୍କାନାଳ ଅଫିସ, ୨୬।୪ – ଓଡ଼ିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଏହି ଦିନଠାରୁ ଚାଷ ପାଇଁ ଆରମ୍ଭ ହୁଏ ପାଗଭିଡ଼ା। ଅଖି ମୁଠି ଅନୁକୂଳ...

ଗଣପର୍ବ ପାଇଁ ସଜେଇ ହେଉଛି ଗାଁ

ବଅଁରପାଳ, ୮ା୧୦ (ଡି.ଏନ.ଏ.) ଗଣପର୍ବ ଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗାଁ। କରୋନା କଟକଣା ଯୋଗୁ ଗତ...

Advertisement
Archives

Model This Week