ନିୟମ କୋହଳ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ପୁନର୍ବାର ଟ୍ରାଫିକ ଧରପଗଡ଼ କଡାକଡି କରିଛନ୍ତି। ଦୁଇଥର ୩ ମାସ ଲେଖା ମହଲତ ଦେବା ପରେ ସରକାର ମାର୍ଚ୍ଚ ୧ ତାରିଖରୁ ପୁଣି କଠୋର ହୋଇଛନ୍ତି। ଟ୍ରାଫିକ ଧରପଗଡ଼ ଜୋରଦାର ହୋଇଥିବା ବେଳେ ଧରାପଡୁଥିବା ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଟ୍ରାଫିକ ଧରପଗଡ କୋହଳ କରିବାକୁ କଂଗ୍ରେସ ଦାବି କରିଛି। ଯଥାଶୀଘ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅନ୍ୟ ରାଜ୍ୟ ଭଳି ଜରିମାନା କମାଇବାକୁ ଦାବି କରାଯାଇଛି। ନଚେତ୍‌ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନାମରେ ସାଧାରଣ ଜନତାଙ୍କୁ ଅତ୍ୟାଚାର କରାଯାଉଛି। ପୋଲିସ ଓ ଆର.ଟି.ଓ. ଗାଡି ଚାଳକଙ୍କୁ ଯେଭଳି ବ୍ୟବହାର କରୁଛନ୍ତି ତାହା ହିଟ୍‌ଲରି ଶାସନ ଓ ଇଦ୍‌ ଅମିନ୍‌ ଶାସନକୁ ବଳି ଯାଇଛି। ଗାଡି ଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡିର କ୍ରୟ ମୂଲ୍ୟ ଠାରୁ ଅଧିକ। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ନିଆଯାଉଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ। ଲୋକମାନେ ଭୋଟ ଦେଇ ବିଜେଡି ଓ ଭାଜପାକୁ ସରକାରରେ ବସାଇଛନ୍ତି। ମାତ୍ର ସରକାରକୁ ଆସିବା ପରେ ଲୋକମାନଙ୍କ ପ୍ରତି ଉଭୟ ଦଳ ଯେଭଳି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଅତିଷ୍ଠ କଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଯଦି ନିୟମ ପରିବର୍ତ୍ତନ ନ କରନ୍ତି ଏବଂ ପୋଲିସ ଓ ଆର.ଟି.ଓ. ତାଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସଂଶୋଧନ ନ କରନ୍ତି, ତେବେ ଆର.ଟି.ଓ., କମିଶନର ଅଫିସ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସୁରେଶ ଚେତାବନୀ ଦେଇଛନ୍ତି। ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଭଦ୍ର ବ୍ୟବହାର ଲୋକଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ୫୦ପ୍ରତିଶତ ଦୁର୍ଘଟଣା ହ୍ରାସ ପାଇଛି। ସମସ୍ତେ ନିୟମକୁ ପାଳନ କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ‘ଅସାନି’

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ଆସିଛି। ଏହି ଘଟଣାରେ କୋକସରା ପୋଲିସ ସୋମବାର ଲଟାପଡ଼ା...

କରୋନା ପଜିଟିଭ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଖୋର୍ଦ୍ଧା ଅଫିସ,୧୮ା୬: ଖୋର୍ଦ୍ଧା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁଯାୟୀ...

ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୧୩ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଶିଳ୍ପାନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀଙ୍କ ଲାଗି ୧୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଭିନ୍ନ...

ଖାକି କ୍ଷମତାର ଦୁରୁପଯୋଗ: ନିୟମ ଭାଙ୍ଗି ରଥଯାତ୍ରା ବୁଲିଥିଲେ ଜଣେ ଏସିପି, ଡିଏସ୍‌ପି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବହୁ ବାଦବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ଗତ ୨୩ ତାରିଖରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ବିଶେଷକରି ଖୁବ୍‌କମ୍‌ ସମୟ...

ଔଷଧ ୩ଘଣ୍ଟା, ପରୀକ୍ଷା ୪ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୧୮ା୧୦- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ...

କରୋନା ଭୟ: ବାୟୋମେଟ୍ରିକ ବ୍ୟବହାର ନ କରିବାକୁ ବିଧାନସଭା କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କରୋନା ଏକ ଭୟଙ୍କର ବ୍ୟାଧି ଭାବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଭାରତରେ ମଧ୍ୟ ଏହା ଚିନ୍ତାର କାରଣ ପାଲଟିଛି। ଏହାର କୌଣସି...

ବଢ଼ିବାରେ ଲାଗିଛି କୋଭିଡ୍‌ ପଜିଟିଭ୍‌ ହାର; ଆଜି କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଧିରେ ଧିରେ ବଢ଼ିବାରେ ଲାଗିଛି। ରବିିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

Advertisement
Archives

Model This Week