‘ଅଧିକାଂଶ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ନେତା ସାମିଲ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ମହିଳାଙ୍କ ସହ ବଳାତ୍କାର, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ଶାସକ ଦଳ ନେତା ଓ କର୍ମୀମାନେ ବିଭିନ୍ନ ବଳାତ୍କାର ଘଟଣାରେ ସାମିଲ ଥିବା ପ୍ରମାଣ ମିଳୁଛି। ଯାଜପୁର ଜିଲା କୁଆଖିଆ ରସୁଲପୁର ବ୍ଲକ ଅତଲପୁର ପଞ୍ଚାୟତର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଶାସକ ଦଳର ଜଣେ ସରପଞ୍ଚ ଏଭଳି କାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, କ୍ଷମତାର ଅହଙ୍କାର ଓ ଔଦ୍ଧତ୍ୟତା ଶାସକ ଦଳର ପରିଚୟ। ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟ। ପୀଡିତା ଜଣକ ଘରକୁ ଫେରିବା ପରେ ଘଟଣାକୁ ଥାନାରେ ଆପୋସ ବୁଝାମଣା କରି ରଫାଦଫା କରିବାକୁ ଶାସକ ଦଳ ନେତା ପ୍ରୟାସ ଚଳାଇଛନ୍ତି। ଏଥିଲାଗି ପୀଡିତାର ବାପାଙ୍କୁ ଧମକ ମିଳୁଛି। ଯାଜପୁର ଜିଲାରେ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଛି। ଶାସକ ଦଳ ନେତା ଓ କର୍ମୀ ଏଭଳି କର୍ମରୁ ନିଜକୁ ଦୂରେଇ ନ ରଖିଲେ ଆଗାମୀ ଦିନରେ ଭାଜପା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ଭାଜପା ନେତ୍ରୀ ସବୁବେଳେ ନାରୀଙ୍କୁ ନେଇ ଭୁଲ୍‌ ତଥ୍ୟ ଏବଂ ସମ୍ବେଦନହୀନ ମନ୍ତବ୍ୟ ରଖୁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ସେ ଏଭଳି ମନ୍ତବ୍ୟ ରଖି ଆସୁଥିଲେ। ଲୋକମାନେ ଏହାକୁ ବୁଝିପାରି ନିର୍ବାଚନ ଫଳାଫଳରେ ତାହା ଦେଖାଇ ଦେଲେ ବୋଲି ସୁଲତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri