ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଅନେକ୍‌ ଜାଗାରେ ଲୋକ୍‌ ବଛରକୁତା ପାନି ସମସିଆ ସଂଗେ ଯୁଝୁଥିଲାବେଲେ ଖରା ଦିନେ ସମସିଆଟା ଦୁଇଗୁନା ହେଇଯାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ବୈଦୁପାଲି ପଁଚେତ୍‌ ଲରିଆବାହାଲ ଗାଁ ୪ଟା ଓ୍ବାର୍ଡକେ ନେଇ ଗଠିତ। ଗାଁରେ ପାଖାପାଖି ୩ ହଜାରୁ ଅଧ୍‌କା ଲୋକ୍‌ ବାସ କରୁଛନ୍‌। ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗାଁରେ ୫ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁମାନ୍‌କେ ଦୂଷିତ ପାଏନ୍‌ ବାହାରୁଥିଲାବେଲେ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଇଆଡ଼େ ମୁଡ଼ଫଟା ଖରା ତାତିର ଲାଗି ଗାଁର ବଁଧ୍‌କଟା ଦରଶୁଖା ହେଇ ପାଏନ୍‌ ଗୁଲିଆ ହେଇଗଲାନ। ଏନ୍‌ତାଥି ଗାଁବାସୀ ଉପେ ଶୂଇନ୍‌ ହେଇ ବଁଧ୍‌କଟା, ଖୁଲାଚୁଆଁର ଦୂଷିତ୍‌ ପାଏନ୍‌ ବେଭାର କରୁଥିବାର ଓ୍ବାର୍ଡ ମେମ୍ବର ବନମାଳୀ ପୋଢ଼ କହିଛନ୍‌। ଇଆଡ଼େ ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରୁଫୁ ୨୦୧୮-୧୯ ଆର୍‌ଥିକ ବଛରରେ ଗୁଟେ ପାଏନ୍‌ ପ୍ରକଳ୍ପ କାମ ମୂଲ ହେଇଛେ। ହେଲେ ୩୦ ହଜାର ଲିଟର କ୍ଷମତାର ଓଭରହେଡ ଟ୍ୟାଙ୍କ ଆର ୫୦ ହଜାର ଟିଲର କ୍ଷମତା ଥିବାର ଗୁଟେ ଭୂତଲ ଟ୍ୟାଙ୍କ କାମ୍‌ ବହୁତ ଦିନ୍‌ ହେଲା ଅଧାପନତରିଆ ହେଇ ପଡ଼ିଛେ। ପ୍ରକଳ୍ପ ପୂରା ହେଲେ ଫଟାମୁଣ୍ଡାରେ ଥିବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ବୋରିଂରୁ ପାଇପ୍‌ରେ ଲରିଆବାହାଲ ପକଳ୍ପକେ ପାଏନ୍‌ ଯୁଗେଇ ଦିଆଯିବା। ସେ ପାଏନ୍‌ ଭୂତଲ ଟ୍ୟାଙ୍କରେ ଜମା ହେଲା ଉତାରୁ ଓଭରହେଡ ଟ୍ୟାଙ୍କକେ ଚଢ଼େଇ ଗାଁବାସୀକୁ ପାଏନ୍‌ ଯୁଗେଇ ଦିଆଯିବାର ଯୋଜନା ରହିଛେ। ହେଲେ ଗାଁରେ ଚାଲିଥିବାର ପ୍ରକଳ୍ପରେ ସୂଚନା ଫଲକ ଅଭାବୁ ଗାଁବାସୀ ପ୍ରକଳ୍ପ ବାବ୍‌ଦେ ଅଁଧାରେ ରହିଛନ୍‌। ଇଟା କେତେ ଟଁକାର ପ୍ରକଳ୍ପ, କେଭେ ଆରମ୍‌ କେଭେ ଶେଷ୍‌ ଗାଁବାସୀ କିଛି ନାଇଁ ଜାନିପାରୁଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଖରା ଝାଉରେ ଗାଁବାସୀ ପିଇଲା ପାଏନ୍‌ ଲାଗି ନାନା ସମସିଆ ସଂଗେ ଯୁଝୁଛନ୍‌। ଇ ଘଟନା ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ନିହାତି ଭାବେ ଗାଁବାସୀକର ପିଇଲା ପାଏନ୍‌ ସୁବିଧା କରାଯିବା, ଯଦି ନଲ୍‌ଚୁଆଁରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର ଲୁକ୍‌କୁ ଟ୍ୟାଙ୍କରରେ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ ପୁଟେଲକୁଁ ପଚରାଲାରୁ ପ୍ରକଳ୍ପ ପୂରା ହେବାକେ ଆର ୩ରୁ ୪ମାସ ସମିଆ ଲାଗ୍‌ବା, କାମ୍‌ ସଏଲେ ଲୋକ୍‌ ଠିକ୍‌ ହିସାବେ ପାଏନ୍‌ ପାଏବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri