ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କମ୍ପାନୀର ବିକ୍ରି ୧୫% କମିଥିବା ଏହାର ଏମ୍‌ଡି ତଥା ସିଇଓ ମାର୍ଟିନ ସିଓ୍ବେଙ୍କ ସୋମବାର ସୂଚନା ଦେଇଛନ୍ତି। ସ୍ଥାନୀୟ ଫୁଲନଖରାଠାରେ କମ୍ପାନୀର ନୂଆ ଡିଲରଶିପକୁ ଉଦ୍‌ଘାଟନ କରି ସିଓ୍ବେଙ୍କ କହିଛନ୍ତି, ମାନ୍ଦାବସ୍ଥା ସତ୍ତ୍ୱେ ଘରୋଇ ବଜାରର ଲକଜ୍ୟୁରୀ କାର ସେଗ୍‌ମେଣ୍ଟରେ ମର୍ସିଡିଜ୍‌ ବଜାର ଲିଡରର ସ୍ଥାନ ବଜାୟ ରଖିଛି। ଅର୍ଥନୀତିରେ ଆସିଥିବା ମାନ୍ଦାବସ୍ଥାର ମୁକାବିଲା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ଆର୍ଥତ୍କ ପ୍ୟାକେଜ ବଜାରର ନଗଦ ଅସୁବିଧାକୁ ପୂରଣ ଦିଗରେ କାର୍ଯ୍ୟ କରିବ। ଏହା ସହ ଗ୍ରାହକ ଏବଂ ଶିଳ୍ପସଂସ୍ଥାଗୁଡିକର ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଏହା ସହାୟକ ହେବ। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଫେରିବ ବୋଲି ଆଶାବାଦୀ ଥିବା ସିଓ୍ବେଙ୍କ ପ୍ରକାଶ କରିଛନ୍ତି।
କମ୍ପାନୀର ସ୍ଥିତିକୁ ନେଇ ସେ କହିଛନ୍ତି, ଭାରତରେ ମର୍ସିଡିଜର ଭଲ ବ୍ରାଣ୍ଡ ଇମେଜ ରହିଛି। ଏହାକୁ ଧ୍ୟାନରେ ୪୭ ସହରରେ ରଖି ୯୪ ଫାସିଲିଟିରେ ସେବା ଯୋଗାଇ ଦେଉଛୁ। ଦୃଢ ପ୍ରଡକ୍ଟ ଫୋର୍ଟଫୋଲିଓ, ଗ୍ରାହକ କୈନ୍ଦ୍ରିକ ଷ୍ଟ୍ରାଟେଜି ସହ ବଢୁଛୁ। କମ୍ପାନୀର ଦୁଇ ତୃତୀୟାଂଶ ପ୍ରଡକ୍ଟ ବିଏସ୍‌-୬ ଅନୁପାଳନ ଇଞ୍ଜିନ ସହ ଆସୁଛି। ଏହା ବାଦ ଏସ୍‌ୟୁଭି ପୋର୍ଟଫୋଲିଓରେ ଏକ ଶକ୍ତିଶାଳୀ ଅଫରିଂ ପ୍ରଦାନ କରୁଛୁ। ଗ୍ରାହକଙ୍କ ଲାଗି ନୂଆ ଏବଂ ଓନରଶିପ ମଡେଲ ରହିଛି। ଆକର୍ଷଣୀୟ ଫାଇନାନ୍ସରେ ପ୍ରଡକ୍ଟ ଯୋଗାଣ ଏବଂ କଷ୍ଟମରଙ୍କୁ ନିକଟରେ ପହଞ୍ଚିବାକୁ ସର୍ବଦା ପ୍ରୟାସ ଜାରି ରହିଛି। ମଡେଲ ଭିତ୍ତିକ ନିବେଶ କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସିଓ୍ବେଙ୍କ କହିଛନ୍ତି, ଓଡ଼ିଶା ବଜାର ଏକ ଅଭିବୃଦ୍ଧିଶୀଳ ବଜାର। ଏଠାରେ କମ୍ପାନୀ ଭଲ ପରଫରମାନ୍ସ କରିବ। ସେହିଭଳି କମ୍ପାନୀ ପକ୍ଷରୁ ଲୋକଙ୍କୁ ଛଟେଇ ଯୋଜନା ନାହିଁ। ବଜାରକୁ ନେଇ ଆମେ ଆଶାବଦୀ ରହିଛୁ। ଶୀଘ୍ର ଭଲ ବିକ୍ରି ଅଭିବୃଦ୍ଧି ଆସିବ। ମର୍ସିଡିଜ ପାଇଁ ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଆଗାମୀ ୩ ମାସରେ ନୂଆ ଏସ୍‌ୟୁଭି ମଡେଲ ଆଣିବା ଲାଗି ଯୋଜନା ରହିଛି। ଘରୋଇ ବଜାରର ମୋଟ ପାସେଞ୍ଜର ଯାନ ମଧ୍ୟରୁ ଲକଜ୍ୟୁରୀ କାରର ଅଂଶ ମାତ୍ର ୧.୩% ରହିଛି। ଏପରିସ୍ଥଳେ ଅଭିବୃଦ୍ଧି ନେଇ ଅନେକ ସୁଯୋଗ ରହିଥିବା ସେ ଆଶା ରଖିଛନ୍ତି।
ଖୋଲିଲା ନୂଆ ଡିଲରଶିପ
ମର୍ସିଡିଜ ଏହାର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ନୂଆ ଡିଲରଶିପ ଫୁଲନଖରାଠାରେ ଖୋଲିଛି। ଟି ଆଣ୍ଡ ଟି ମୋଟର୍ସ ଆନୁକୂଲ୍ୟରେ ଏହି ନୂଆ ଡିଲରଶିପ ଶୁଭାରମ୍ଭ ହୋଇଛି। ଏଥିରେ ୩ଏସ୍‌ ସୁବିଧା ଗ୍ରାହକ ଲାଭ କରିପାରିବେ। ଏହି ନୂଆ ଫାସିଲିଟି ଦ୍ୱାରା କମ୍ପାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ସମ୍ବଲପୁର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳଗୁଡିକରେ ପ୍ରଡକ୍ଟ ଏବଂ ସେବା ଯୋଗାଇ ଦେବ। ଏଥିରେ ୮.୫ କୋଟି ଟଙ୍କା ନିବେଶ ହୋଇଛି। ମୋଟ ୪୦,୦୦୦ ବର୍ଗଫୁଟ ସ୍ଥାନରେ ଏହା ଅବସ୍ଥିତ। ୩୦ ପେସାଦାର ଷ୍ଟାଫ, ୬ କାର ଡିସ୍ପଲେ, ୧୦ ଉତ୍ପାଦକ ସର୍ଭିସ ବେ ଏବଂ ବର୍ଷକୁ ୩,୫୦୦ କାର ସର୍ଭିସ ହେଲା ଭଳି ସୁବିଧା କରାଯାଇଛି। ଏଠାରେ କାଫେ ମର୍ସିଡିଜ, ମର୍ସିଡିଜ ବେଞ୍ଜ ଆସେସୋରିଜ, ମାର୍ଚାଣ୍ଡାଇଜ ସେକ୍ସନ, ଗ୍ରାହକ ଲାଇଞ୍ଜ ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ଟି ଆଣ୍ଡ ଟି ମୋଟର୍ସ ଏମ୍‌ଡି ବିଦୂର ତଲଓ୍ବାର, ଡାଇରେକ୍ଟର ରୋହନ ତଲଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri