ଅଟାକଳ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା ହଟଣା: ଅଧୁରା ରହିଲା ସାବିତ୍ରୀ ବ୍ରତ

ଭୁବନେଶ୍ୱର, ୪।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ଅଟାକଳ କର୍ମଚାରୀ ଦିଲୀପ ସାହୁ ହତ୍ୟା ମାମଲାର ପୋଲିସ ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି। ସେମବାର ସକାଳେ ମୃତ ଦିଲୀପଙ୍କ ପରିବାର ଲୋକେ ନୟାଗଡରୁ ଆସିବା ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଛେଦ କରାଯାଇଥିଲା। ଏବେ ବି ଦିଲୀପଙ୍କ ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି। ସାବିତ୍ରୀ ପାଇଁ ସବୁ ସାମଗ୍ରୀ କିଣି ରବିବାର ସକାଳେ ଘରକୁ ପଠାଇବେ ବୋଲି ରାତି ପ୍ରାୟ ୯ଟାରେ କଥା ହୋଇଥିଲି, ହେଲେ ସକାଳୁ ତାଙ୍କ ମୃତ୍ୟୁ ଖବର ପାଇ ସେ ଚକିତ ହୋଇଯାଇଥିଲେ। ଏପରି କି ସ୍ତ୍ରୀ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିବା ପଡୋଶୀ କହିଥିଲେ। ସାବିତ୍ରୀ ବ୍ରତ ପାଳନ ପାଇଁ ଚାହିଁ ରହିଥିବା ସ୍ତ୍ରୀଙ୍କର ଆଶା ପୂରଣ ନ ହୋଇ ଅଧାରେ ରହିଗଲା।
ଅନ୍ୟପକ୍ଷରେ ହତ୍ୟାକାରୀ ବ୍ୟବହୃତ କରିଥିବା ଛୁରିକୁ ପୋଲିସ ଜବତ କରି ନ ଥିବାରୁ ସୋମବାର ତାଙ୍କୁ କୋର୍ଟ ଚାଲାଣ କରିପାରି ନ ଥିଲା। ପୋଲିସ ଅଭିଯୁକ୍ତ ପ୍ରକାଶ ଜେନାଙ୍କୁ ମାରାଥନ ଜେରା କରିବା ପରେ ସେ ଛୁରିକୁ ଲୁଚାଇ ରଖିଥିବା ଜାଗା ସମ୍ପର୍କରେ କହିଥିଲା। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ମୃତ ଦିଲୀପ ରହୁଥିବା ରୁମ୍‌ ଗେଟ୍‌ର ଏକ କଣରୁ ପୋଲିସ ଛୁରିକୁ ଜବତ କରିଛି। ଏହାସହ ଛୁରିରେ ଲାଗିଥିବା ରକ୍ତକୁ ଫରେନ୍‌ସିକ୍‌ ଲ୍ୟାବକୁ ପଠାଇ ଦେଇଛି। ଅଭିଯୁକ୍ତଙ୍କ ବୟସକୁ ନେଇ ପୋଲିସ ଚିନ୍ତାରେ ପଡିଛି। ଅଭିଯୁକ୍ତ ତାଙ୍କ ବୟସ ୧୭ ବୋଲି କହୁଥିବା ବେଳେ ପୋଲିସ ଏହାକୁ ବିଶ୍ୱାସ କରୁନି। ପୋଲିସ ଅଭିଯୁକ୍ତଙ୍କ ବୟସ ଜାଣିବା ପାଇଁ ତାଙ୍କର ଆଧାର କାର୍ଡ କିମ୍ବା ଅନ୍ୟ କିଛି ପ୍ରମାଣ ପତ୍ର ଦେଖାଇବା ପାଇଁ ପରିବାର ଲୋକଙ୍କୁ କହିଛି। ମଙ୍ଗଳବାର ତାହା ଜଣାପଡିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଯଦି ସେ ନାବାଳକ ହୋଇଥାନ୍ତି ତେବେ ବାଳ ସୁଧାର ଗୃହକୁ ପଠାଯିବ ବୋଲି ପୋଲିସ କହିଛି।
ପୋଲିସ ଜେରା ସମୟରେ ଅଭିଯୁକ୍ତ ଦିଲୀପଙ୍କୁ କିଭଳି ହତ୍ୟାକଲେ ତାହା ବିସ୍ତୃତଭାବେ ପ୍ରକାଶ କରିଛନ୍ତି। ଦିଲୀପଙ୍କୁ ମାରିବାକୁ ଯୋଜନା ନ ଥିଲା। ସାବିତ୍ରୀ ପାଇଁ ମାଲିକଙ୍କ ନିକଟରୁ ୧୦ ହଜାର ଟଙ୍କା ଅଗ୍ରିମ ଆକାରରେ ଆଣିଥିବା ଜାଣିବାକୁ ପାଇଥିଲେ। ଶନିବାର ରାତି ୧୦ଟାରେ ଦିଲୀପ ଦୋକାନ ବନ୍ଦ କରି ରୁମ୍‌କୁ ଯାଇଥିଲେ। ଦିଲୀପ ଆଣିଥିବା ଟଙ୍କାରେ ମଦ କିଣି ପିଇବା ପାଇଁ କହିଥିଲେ। ହେଲେ ଦିଲୀପ ଏଥିରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ନିକଟରେ ଥିବା ଏକ ଛୁରିରେ ଦିଲୀପଙ୍କ ବେକକୁ ଭୁସି ଦେଇଥିଲେ। ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। କିଛି ବାଟ ନ ପାଇ ପ୍ରକାଶ ଅଧଘଣ୍ଟା ବାହାରକୁ ପଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିଲୀପ ରୁମ୍‌ରେ ଛଟପଟ ହେଉଥିଲେ। ଅଧ ଘଣ୍ଟା ପରେ ପ୍ରକାଶ ରୁମ୍‌କୁ ଆସିବା ପରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଜାଣି ତାଙ୍କ ମୁଣ୍ଡ ଚକ୍କର ଖାଇଥିଲା। ହଠାତ୍‌ ଏକ ଝୋଟ ଅଖା ଆଣି ଦିଲୀପଙ୍କ ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ ବାନ୍ଧିଥିଲେ। ସେଥିରେ ରକ୍ତ ବନ୍ଦ ହୋଇ ନ ଥିଲା। ପୁଣି ଏକ ପ୍ଲାଷ୍ଟିକ୍‌ ଅଖାଆଣି ପୂରାଇଥିଲେ। ସେଥିରେ ରକ୍ତ ବନ୍ଦ ନ ହେବାରୁ ଏକ କାଟୁନରେ ଗୁଡାଇ ବାନ୍ଧିଥିଲେ। ଏହାପରେ ସେ ମୁତଦେହକୁ ଲୁଚାଇବା ପାଇଁ ଯୋଜନା କରିଥିଲା। ସେ ମୃତଦେହକୁ ଛାତ ଉପରକୁ ନେବାକୁ ଭାବିଥିଲା। ହେଲେ ରୁମ୍‌ରୁ ମୃତଦେହ ଶିଡିକୁ ଟେକି ନେବାକୁ ସେ ନାକେଦମ ହୋଇଯାଇଥିଲେ। ଏପରି କି ଘୋଷାଡି ଘୋଷାଡି ନେଇଥିଲେ। ଅଧା ଶିଡିରେ ରହି ରହି ନେଇଥିଲେ। ଯାହାଫଳରେ ସିଡି ଘରେ ରକ୍ତର ଛିଟା ପଡିଥିଲା। ଶେଷରେ ଛାତ ଉପରକୁ ନେଇ ହର୍ଟିକଲ୍‌ଚର(ଉଦ୍ୟାନ) ବିଭାଗ ଅଫିସ ପରିସରରେ ଥିବା ବଣୁଆ ସ୍ଥାନକୁ ଫିଙ୍ଗି ରାତି ପ୍ରାୟ ଗୋଟାଏ ସମୟରେ ଫେରାର ହୋଇଯାଇଥିଲେ ବୋଲି ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri