ଅଟକାଇ ପାରିନି କରୋନା: କାଳିଆ ପାଖରେ ପହଞ୍ଚାଇଲେ ଫୁଲ, ତୁଳସୀ

ପୁରୀ ଅଫିସ,୧୬ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ବାଇଶିପାହାଚ ଡେଇଁପାରୁନି ଭକ୍ତ। ହେଲେ ଅନେକ ଶ୍ରଦ୍ଧାଳୁଙ୍କ ମନ ବୁଝୁନି। କାଳିଆ ସାଆନ୍ତଙ୍କୁ କିଏ ସ୍ବପ୍ନରେ ଦେଖୁଛନ୍ତି ତ ଆଉ କିଏ ଭାବ ଭକ୍ତିରେ ହଜି ଯାଉଛନ୍ତି। ଏମିତି ଉଦାହରଣ ଅନେକ ରହିଛି, ଯେଉଁଥିପାଇଁ ସକାଳେ ଶ୍ରୀମନ୍ଦିର ଆଖପାଖରେ ଘେରା ପକାଉଛନ୍ତି ଅନେକ ଭକ୍ତ। କରୋନା କଟକଣା ଥିଲେ ବି ଛୁଟି ଆସୁଛନ୍ତି ସିଂହଦ୍ୱାରକୁ। ଦୁଇହାତ ଟେକି ପତିତପାବନଙ୍କୁ ଦର୍ଶନ କରୁଛନ୍ତି। କାହାର ଆଖିରୁ ଲୁହଧାର ବି ଗଡ଼ିଯାଉଛି। ଏମିତି ଚିତ୍ର ପ୍ରତ୍ୟହ ସକାଳେ ସିଂହଦ୍ୱାରରେ ଦେଖିବାକୁ ମିଳୁଛି। ତେବେ ବୁଧବାର ସକାଳେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଏମିତି ଜଣେ ନିଆରା ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ସୁଦୂର ଢେଙ୍କାନାଳରୁ ବାଇକ୍‌ରେ କାଳିଆ ପାଇଁ ଆଣିଥିଲେ ତୁଳସୀ ଓ ଫୁଲ।
ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ରସିକ ରାଜ କୁହାଯାଏ। ତାଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ। ଶ୍ରୀମନ୍ଦିରରେ ହେଉ କି ପହଣ୍ଡିରେ ଅବା ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତୁଳସୀ ଓ ଦୟଣା ପ୍ରିୟ ଠାକୁର ସେ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ ଆଉ ମହାପ୍ରସାଦରେ ବି ତୁଳସୀ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। ଠାକୁରଙ୍କ ଛଡ଼ା ତୁଳସୀ ପାଇଗଲେ ଭକ୍ତ ମନ ପୂରିଉଠେ। ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା ଓ ତୁଳସୀରେ ଅନୁରାଗ। ମହାପ୍ରଭୁଙ୍କର ଏମିତି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ହେଲେ ଏବେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ଆସୁ ନ ଥିବାରୁ ଫୁଲ, ତୁଳସୀର ଅଭାବ ଦେଖାଦେଇଛି। ଏକଥା ଜାଣିବା ପରେ ଢେଙ୍କାନାଳରୁ ବୁଧବାର ଫୁଲ, ତୁଳସୀ ଆଣି ଶ୍ରୀକ୍ଷେତ୍ର ଆସିଥିଲେ ଚିଣ୍ଟୁବାବା। ଏକ ବାଇକ୍‌ରେ ହୁଣ୍ଡି ଲଦି ସେଥିରେ ଫୁଲ ଓ ତୁଳସୀ ଭର୍ତ୍ତି କରି ପହଞ୍ଚିଥିଲେ ପଶ୍ଚିମ ଦ୍ୱାରରେ। ସେବକମାନଙ୍କୁ ଦେବା ପରେ ଭାବ ଭକ୍ତିରେ ଚିଣ୍ଟୁବାବାଙ୍କ ଆଖିରୁ ଝରି ପଡ଼ିିଥିଲା ଦୁଇଟୋପା ଲୁହ। ଏ ସମ୍ପର୍କରେ ଚିଣ୍ଟୁବାବା କହିଛନ୍ତି, ସେ ଗତ କିଛିବର୍ଷ ହେଲା ମହାପ୍ରଭୁଙ୍କ ପାଇଁ ଫୁଲ, ତୁଳସୀ ଆଣି ଯୋଗାଇ ଦେଉଛନ୍ତି। କିନ୍ତୁ ଲକ୍‌ଡାଉନ ପରେ ତାଙ୍କର ଆସିବା ସମ୍ଭବ ହେଲା ନାହିଁ। ଗଣମାଧ୍ୟମରେ ମହାପ୍ରଭୁଙ୍କୁ ଫୁଲ, ତୁଳସୀ ନିଅଣ୍ଟ ପଡୁଥିବା ଜାଣିବା ପରେ ତାଙ୍କ ମନ ଅଥୟ ହେଲା। କିପରି ଫୁଲ, ତୁଳସୀ ନେଇ ଶ୍ରୀକ୍ଷେତ୍ର ଯିବେ ସେହି ଚିନ୍ତାରେ ରହିଥିଲେ। ଏକଘରିଆ ଗ୍ରାମବାସୀ ଏବଂ ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ସହଯୋଗରେ ସେ ଢେଙ୍କାନାଳ ଜିଲାପାଳଙ୍କଠାରୁ ଏକ ପାସ୍‌ ପାଇବା ପରେ ବୁଧବାର ବାଇକ୍‌ରେ ଫୁଲ, ତୁଳସୀ ଆଣି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ। ତେବେ ପାସ୍‌ ଗୋଟିଏ ଦିନ ପାଇଁ ବୈଧ ଥିବାରୁ ମନ ଉଣା କରିଛନ୍ତି ଚିଣ୍ଟୁବାବା। ପୁନଶ୍ଚ ଢେଙ୍କାନାଳ ଜିଲାପାଳଙ୍କୁ ଅନୁରୋଧ କରିବେ। ତାଙ୍କୁ ପାସ୍‌ ମିଳିଲେ ସେ ପୁଣି ଏହି ଲକ୍‌ଡାଉନ ସମୟରେ ଫୁଲ, ତୁଳସୀ ଆଣି ଆସିବେ ବୋଲି କହିଛନ୍ତି। ମହାପ୍ରଭୁଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏହି ଛୋଟିଆ ସେବା ପାଇଁ ମହାପ୍ରଭୁ ତାଙ୍କୁ ନିଶ୍ଚିତ ସହାୟ ହେବେ ବୋଲି ଚିଣ୍ଟୁବାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri