ଅଜନା ରୋଗ୍‌ରେ ପୀଡ଼ିତ ଭାଇବହେନ୍‌: ଚିକିଛା ସାହାଯ୍‌ ଲାଗି ଗୁହାରି କଲେ ମା’ବାପ୍‌

ଖପ୍ରାଖୋଲ, ୨୩ା୮ (ଡି.ଏନ୍‌.ଏ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାର ସମାରୁ ଭୋଇକଁର ଝି’ ପଦ୍ମିନୀ(୩୦) ଆର ପୁଓ ପୁସ୍ତମ(୨୫) ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ପାଖାପାଖି ୧୫ ବଛର ହେଲା ଦୁଇ ଭାଇ ବହେନ୍‌ ଚାଲବୁଲ କି କଥା କହି ନାଇଁ ପାରବାର। ଯେନ୍‌ଥିରଲାଗି ଭାଇ ଭହେନ୍‌କୁ ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁରେ ମା’ବାପ୍‌ର ସାହାଯ୍‌ ଦରକାର ପଡ଼ୁଛେ। ଗଲା ୧୫ ବଛର ହେଲା ସମାରୁ ଝି’ପୁଓକେ ଭିନେ ଭିନେ ଡାକ୍‌ତରଖାନା ନେଇ ଚିକିଛା କରଉଛନ୍‌। ହେଲେ ଆଏଜ୍‌ତକ ଦୁଇ ଭାଇ ବହେନ୍‌କେ କାଏଁ ରୋଗ୍‌ ହେଇଛେ ଜନା ନାଇଁ ପଡ଼ବାର। ଛୋଟ ବେଲୁ ଭାଇ ବହେନ୍‌ ନିରୁଜ୍‌ ଥିଲେ, ଘରେ ଚାଷ୍‌ବାସରେ ବି ସହଯୋଗ କରୁଥିଲେ। ଦରକାର ପଡ଼ଲେ ଉନିଅଁା ଲୁକ୍‌କର କାମ୍‌ବୁତା କରି ଦୁଇ ପଏସା କମଉଥିଲେ। ଏନ୍‌ତା କି ମା’ବାପ୍‌ ସଂଗେ ଦାଦନ୍‌ ଯାଇ କାମ୍‌ କରୁଥିଲେ। ହେଲେ ଆଏଜ୍‌କେ ପାଖାପାଖି ୧୫ ବଛର ତଲୁ ଦୁଇ ଭାଇ ବହେନ୍‌କର ଦିହିପା ଦୁରବଲ ହେବାର ସଂଗେ ତାକର ଗୋଡ଼ହାତ୍‌ ଠିକ୍‌ରେ କାମ୍‌ ନାଇଁ କଲା। ଦିନୁଦିନ୍‌କେ ଦୁଇଝନ କଥା କହେବାର ଶକ୍‌ତି ବି ହରେଇ ଦେଲେ। ଏହେଦେ ରୋଗ୍‌ ପରଭାବରେ ଦୁଇ ଭାଇ ଭହେନ୍‌ ମାନ୍‌ସିକ, ଶାରୀରିକ୍‌ ସ୍ତରରେ ଦୁରବଲ ହେବାର ସଂଗେ ଭିନ୍ନକ୍ଷମ ପାଲଟିଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଝି’ପୁଓର ସେବା ଯତନ୍‌ କରବାରେ ଦିନ୍‌ ଯାଉଛେ। ଇଆଡ଼େ ପଦ୍ମିନୀକେ ସରକାରୀ ଯୋଜନାରେ ଚାଉଲ ଆର ଭତା ମିଲୁଥିଲବେଲେ ପୁସ୍ତମ ଏଭ୍‌ତକ ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ଗରିବ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଝି’ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଆପଣକଁରନୁ ଇ ସୂଚନା ପାଇଲି। ଭାଇ ବହେନ୍‌ର ଦିହିପା ବାବ୍‌ଦେ ସ୍ବାସ୍ଥ୍ୟ ବିଭାଗ ସଂଗେ ଆଲୋଚନା କରମି ଆର ଯେନ୍‌ଟା ହେବା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା। ଯେତେ ଜଲ୍‌ଦି ହେବା ପୁସ୍ତମକେ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri