ଅଜନା ରୋଗ୍‌ରେ ଦିବ୍ୟାଙ୍ଗ ପାଲଟିଛନ୍‌ ଭାଇବହେନ୍‌

 

କୋମନା, ୧୪।୩ (ଡି.ଏନ୍‌.ଏ.)-
ରାଏଜ୍‌ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରକଁର ଇ ମହତ୍‌ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା କୋମନା ବ୍ଲକ ନୂଆଗଁା ପଁଚେତ୍‌ କାଲିମାଟି ଗଁାରେ।
ସୂଚନା ଅନ୍‌ସାରେ କାଲିମାଟି ଗଁାର ରଘୁନାଥ ହାତୀ(୬୦)। ପରିବାର କହେଲେ ମାଏକିନା ଲାଲଦେଈ(୫୫), ତିନ୍‌ ପୁଓ ପୀତାମ୍ବର, କ୍ଷୀରସିନ୍ଧୁ, ଚିତ୍ତରଞ୍ଜନ ଆର ଦୁଇ ଝି’ ଗୋଲାପୀ(୩୨), ଭାଗ୍ୟବତୀ(୧୫)କୁଁ ନେଇ ସଁସାର। ରଘୁନାଥ ଦୁଖ୍‌ସୁଖ କରି ସବୁ ଝି’ପୁଓକୁଁ ଥାନୀଅ ସ୍କୁଲରେ ପାଠ୍‌ ପଢ଼ଉଥିଲେ। ହେଲେ ୨୦୦୫-୦୬ ସାଲେ ହଠାତ୍‌ ବଡ଼ପୁଓ ପୀତାମ୍ବର ଆର ବଡ଼ ଝି’ ଗୋଲାପୀକଁର ଦିହିପା ଖରାପ ହେଲା। ଦୁଇ ଝି’ପୁଓକେ ରଘୁନାଥ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଡାକ୍‌ତର ଦିନାକେତେ ଚିକିଛା କଲା ଉତାରୁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। କଟକ ବଡ଼ ଡାକ୍‌ତରଖାନାରେ ରଘୁନାଥ ଝି’ପୁଓକେ ରଖି ୨୩ ଦିନ ଧରି ଚିକିଛା କରେଇଥିଲେ। ହେଲେ ତାକର ଦିହିପାରେ କିଛି ଫରକ୍‌ ନାଇଁ ପଡ଼ଲା। ଇଆଡ଼େ ଟଁକା ପଏସା ଅଭାବୁ ରଘୁନାଥ ଝି’ପୁଓକେ ଧରି ଘରକେ ଫିରି ଆଏଲେ। ସେଦିନ୍‌ଠାନୁ ଦୁଇ ଝି’ପୁଓ ଚିକିଛା ଅଭାବୁ ଘରେ ଭିନ୍ନକ୍ଷମ ଜୀବନ୍‌ ବିତଉଛନ୍‌। ଇଆଡ଼େ ଉନିଅଁା ଦୁଇ ପୁଓକଁରନେ ବି ଏନ୍‌ତା ସବୁ ଲକ୍ଷନ ଦେଖା ଦେଉଥିବାରକେ ନେଇ ରଘୁନାଥ ଭାଂଗି ପଡ଼ିଛନ୍‌। ପୀତାମ୍ବର ଆର ଗୋଲାପୀକଁର ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ପଡ଼ୁଥିଲାବେଲେ ରଘୁନାଥ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖି ସାହାଯ୍‌ ଆଶ୍‌ରେ ରହିଛନ୍‌। ଇଆଡ଼େ ମା’ବାପ୍‌ ଦୁଇ ଭିନ୍ନକ୍ଷମ ଝି’ପୁଓର ସେବାଯତନ ଲାଗି କାହିଁ ଯାଇଆସି ନାଇଁପାରବାର। ଏନ୍‌ତା କି ରଘୁନାଥ ନିଜର ୩ ଏକର ଜମିକେ ଚାଷ କରି ନାଇଁପାରବାର। ଦୁଇ ଦିବ୍ୟାଙ୍ଗ ଭାଇବହେନ୍‌ ମାସିକ ୫ଶହ ଟଁକା ଲେଖେଁ ଭତା ପାଉଥିଲାବେଲେ ବାକି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ୨୦୧୪ ସାଲେ ରଘୁନାଥ ୭୫ ହଜାର ଟଁକାର ଗୁଟେ ଇନ୍ଦିରା ଆବାସ ଘର ପାଇଥିଲେ। ହେଲେ ଟଁକା ପଏସା ଅଭାବୁ ଏହେଦେ ବି ଘରଟା ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ଉପେ ଶୂଇନ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ଝି’ପୁଓକେ ଚିକିଛା ସାହାଯ୍‌ ସଂଗେ ସବୁ ପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ବିଡିଓ ଶ୍ୟାମଳ କୁମାର ରୟକୁଁ ପଚ୍‌ରାଲାରୁ ମୁଇଁ ୬ ମାସ ଭିତରେ ଦୁଇ ଥର କାଳିମାଟି ଗଁାକେ ଯାଇଛେଁ। ଇ ଭାଇବହେନ୍‌ର ସମସିଆ ପଚାରି ବୁଝିଛେଁ। ସେମାନକୁ ସରକାରୀ ସୁବିଧା ସୁଯୋଗ ଦେବାର ଦିଗେ ପଦକ୍ଷେପ ନିଆଯାଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri