ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି। ବିବାହର ବର୍ଷକ ପରେ ତାଙ୍କ ଡାହାଣ ଗୋଡ଼ ଓ ବାମ ପାର୍ଶ୍ୱ ହାତରେ ହଠାତ୍‌ ଏକ ଛୋଟ ଘା’ ହେଲା । କିଛିଦିନ ପରେ ଘା’ ପାଚିବା ସହ ଫାଟିଯାଇ ସେଥିରେ କ୍ଷୁଦ୍ର ଛିଦ୍ର ହେବାକୁ ଲାଗିଲା। କିଛିଦିନ ପରେ ଗୋଡ଼ର ସମସ୍ତ ଆଙ୍ଗୁଠି ମିଶିଯିବା ଯୋଗୁ ତାହାକୁ ଅଲଗା କରିହେଲା ନାହିଁ। ଏହା ଦେଖି ସ୍ବାମୀ-ସ୍ତ୍ରୀ ଦୁହେଁ ପ୍ରଥମେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ପରେ କାକିରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସେମାନେ ଯାଇଥିଲେ। ସେଠାରେ ମଧ୍ୟ ରୋଗ ଚିହ୍ନଟ ହୋଇପାରି ନ ଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଜନୈକ ଡାକ୍ତର କହିଥିଲେ, ‘ଆମ ପକ୍ଷେ ରୋଗ ଚିହ୍ନଟ କରିବା ଅସମ୍ଭବ ା ତୁମେ ଦେଶୀ ଔଷଧ ସେବନ କର।’ ଡାକ୍ତରଙ୍କ ଏଭଳି ପରାମର୍ଶ ପରେ ଅଁଳା ଦୀର୍ଘ ୭ ବର୍ଷ ହେବ ଚେରମୂଳି ଚିକିତ୍ସା କରିଆସୁଥିଲେ ହେଁ କିଛି ଫଳ ମିଳିନାହିଁ। ୩ଟି ଝିଅଙ୍କୁ ଖେଳାଇବା ବ୍ୟତୀତ ଅନ୍ୟ କୌଣସି ଘରକାମ ସେ କରିପାରୁ ନାହାନ୍ତି। ଖରା ଦିନରେ ବ୍ୟଥା ବିଶେଷ ହେଉ ନ ଥିବା ବେଳେ ଶୀତ ଓ ବର୍ଷାଦିନରେ ଯନ୍ତ୍ରଣା ଅଧିକ ହେଉଛି। ଅଁଳାଙ୍କ ଏହି ରୋଗ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ଗାଁର କେତେକ ଲୋକ ତାଙ୍କୁ କୁଷ୍ଠ ହୋଇଥିବା ଟାହିଟାପରା କରିବା ଯୋଗୁ ଅଁଳା ନିଜ ପାଦ ଓ ହାତରେ କପଡ଼ା ଘୋଡାଇ ରଖୁଛନ୍ତି। ଗାଁରେ ପୋଡୁଚାଷ କରି ଜୀବିକା ନିର୍ବାହ କରୁଥିବା କଂସାରୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ମୁସ୍କିଲ ହେଉଥିବା କହିଛନ୍ତି। ସିଡିଏମ୍‌ଓ ଦଧିବାମନ ତ୍ରିପାଠୀଙ୍କ ଦୃଷ୍ଟିକୁ ଧରିତ୍ରୀ ଏହି ଘଟଣା ଆଣିବା ପରେ ସେ କହିଛନ୍ତି, ଉକ୍ତ ଗାଁକୁ ଡାକ୍ତରୀ ଦଳ ପଠାଇ ଅଁଳାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ମୃତ ୬ ଆହତ

ବିଷମକଟକ,୧୫।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମ ପଞ୍ଚାୟତର କାଚାପାଜୁ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରବିବାର ବିଳମ୍ବିତ…

କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୪୪,୧୧୦ ଟଙ୍କା

କଲ୍ୟାଣସିଂହପୁର,୧୪।୩ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁରସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣନା କରାଯାଇଛି। ତହସିଲଦାର ରଞ୍ଜନ କୁମାର ମନସେଠ ଉପସ୍ଥିତିରେ ମନ୍ଦିରର…

୨୯ରେ ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା

ରାୟଗଡ଼ା ,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି…

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri