ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ। ଜୈନା ସ୍କ୍ରେଡ ନାମକ ଜଣେ ଯୁବତୀଙ୍କ ବ୍ରେନ ସର୍ଜରୀର ଦୃଶ୍ୟ ଡାକ୍ତରମାନେ କେବଳ ଭିଡିଓ ନୁହେଁ ବରଂ ଫେସ୍‌ବୁକରେ ଲାଇଭ କରିଥିଲେ। ଏହି ଭିଡିଓରେ ଜୈନା ଡାକ୍ତରଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଜୈନାଙ୍କ ବ୍ରେନର ରକ୍ତବାହୀ ନଳୀରେ ଥିବା ସମସ୍ୟାକୁ ଠିକ୍‌ କରିବା ପାଇଁ ଏହି ସର୍ଜରୀ କରାଯାଇଥିଲା। ତେବେ ସର୍ଜରୀ ସମୟରେ ମସ୍ତିଷ୍କରେ କୌଣସି ଅସୁବିଧା ନ ଉପୁଜିବା ପାଇଁ ଡାକ୍ତର ଜୈନାଙ୍କ ସହ କଥାବାର୍ତ୍ତା କରିଥିଲେ। କାରଣ ସର୍ଜରୀ ସମୟରେ ଯଦି କିଛି ବି ଭୁଲ ହୋଇଯାଇଥାନ୍ତା, ତେବେ ଯୁବତୀ ଜଣଙ୍କ ଜୀବନ ସାରା ଆଉ କଥା କହି ପାରି ନ ଥାନ୍ତେ। ଅନ୍ୟପଟେ ଏନେଇ ଜଣେ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଭଳି ଅପରେଶନ୍‌ ସମୟରେ ରୋଗୀଙ୍କ ସହ ଲଗାତର ଡାକ୍ତର କଥା କରିବା ଉଚିତ, ଯେପରି ରୋଗୀଙ୍କ ସହ କୌଣସି ଭୁଲ ନ ହୁଏ। ତେବେ ଏହି ଭିଡିଓକୁ ଦେଖି ଅନ୍ୟମାନଙ୍କୁ ବି ସର୍ଜରୀରେ ସାହାଯ୍ୟ ମିଳିପାରିବ ବୋଲି ଜୈନା କହିଛନ୍ତି। ଏହି ଲାଇଭ ସର୍ଜରୀକୁ ୨୩୦୦ରୁ ଊର୍ଦ୍ଧ୍ୱ ଲୋକ ଫେସବୁକ୍‌ରେ ଦେଖିସାରିଥିବା ବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ...

ମହାକାଶଚାରୀ ଯାତ୍ରୀମାନେ କିପରି ଧୁଅନ୍ତି ନିଜର କେଶ: ଜାରି ହେଲା ଭିଡ଼ିଓ

ଛୋଟବେଳେ ପିଲାଙ୍କୁ ବଡ଼ ହେଲେ କ’ଣ ହେବ ପଚାରିଲେ ଏହାର ପ୍ରତି ଉତ୍ତରରେ ଅଧିକାଂଶ ପିଲା ମହାକାଶଚାରୀ ହେବେ ବୋଲି ଉତ୍ତର ଦେଇଥାନ୍ତି। ସେହିପରି ସ୍ପେସ୍‌ରେ...

ପ୍ରତିଦିନ ୨୫୦ ଗରିବଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଅଳଙ୍କାର ବ୍ୟବସାୟୀ

କୋଏମ୍ବାଟୁର,୨।୩: ସମାଜର ଗରିବଙ୍କ ପାଇଁ କାମ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। ଏଭଳି କାର୍ଯ୍ୟ କରି ତାମିଲନାଡୁର ଜଣେ ପୂର୍ବତନ ଅଳଙ୍କାର ବ୍ୟବସାୟୀ ଏବେ ସୋସିଆଲ୍‌...

କାଉକୁ ପାଖରେ ଶୁଆଇ କୁକୁର କରୁଛି ଏମିତି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ସିନ୍ଧ୍‌, ୧୮ା୯: ପାକିସ୍ତାନର ସିନ୍ଧ୍‌ରେ ଜଣେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଘୋଟ୍‌କି ନିବାସୀ ନମ୍ରିତା ଚନ୍ଦାନୀ ହଷ୍ଟେଲ୍‌ରେ ରହି ମେଡିକାଲ ପଢୁଥିଲେ। ମଙ୍ଗଳବାର ହଷ୍ଟେଲ୍‌...

ଖାଦ୍ୟ ଅନ୍ବେଷଣରେ ଗ୍ରାମକୁ ପଶି ଆସିଲା ହାତୀ: ଆଉ ତାପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ଉତ୍ତରାଖଣ୍ଡ ହାଲଡୱାନିର ହରିପୁର ଭଣ୍ଡେଭ ଗ୍ରାମରେ ପଶି ଉତ୍ପାତ କରିଥିବା ଭିଡିଓ...

ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ...

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା...

Advertisement
Archives

Model This Week