ଅଗଷ୍ଟ ୧୫ରେ ପାକିସ୍ତାନରେ ବି ଗୁଞ୍ଜି ଉଠିଲା ସମବେତ ‘ଜୟ ହିନ୍ଦ୍‌’ ସ୍ବର

ଇସଲାମାବାଦ୍‌, ୧୫।୮: ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତା ଦିବସ ପାଳିତ ଅବସରରେ ପାକିସ୍ତାନରେ ମଧ୍ୟ ଗୁଞ୍ଜି ଉଠିଛି ସମବେତ ଜୟ ହିନ୍ଦ୍‌ ସ୍ବର। ପାକିସ୍ତାନର ବାଲୁଚିସ୍ତାନ ବାସିନ୍ଦା ଭାରତକୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ୧୯୪୮ ମାର୍ଚ୍ଚ ୨୭ରେ ପାକିସ୍ତାନ ବାଲୁଚିସ୍ତାନକୁ ବଳପୂର୍ବକ ଅଧିକୃତ କରିଥିଲା। ସେବେଠାରୁ ଏଠାକାର ବାସିନ୍ଦା ପାକିସ୍ତାନରୁ ଅଲଗା ହେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ବାଲୁଚିସ୍ଥାନର ଗ୍ବାଦର ବନ୍ଦର ଇରାନ୍‌, ଭାରତ ଏବଂ ଆଫଗାନିସ୍ତାନ ମଝିରେ ରହିଛି। ପାକିସ୍ତାନ ନ ଯାଇ ସିଧା ଭାରତରୁ ଏହା ମଧ୍ୟ ଦେଇ ଆଫଗାନିସ୍ତାନରେ ପହଞ୍ଚିହେବ। ୧୯୪୭ ଅଗଷ୍ଟ ୧୧ରେ ବ୍ରିଟିଶ୍‌ କବଳରୁ ବାଲୁଚିସ୍ତାନକୁ ମୁକ୍ତି ମିଳିଥିଲା। ତେବେ ପାକିସ୍ତାନ ଏହି ଅଞ୍ଚଳକୁ ନିଜର ଅଂଶ ଭାବେ ଗ୍ରହଣ କରିଛି। ଏହି ଅଞ୍ଚଳ ଦୀର୍ଘ ସମୟ ଧରି ପାକିସ୍ତାନ ସରକାରଙ୍କ ଉପେକ୍ଷାର ଶିକାର ହେଉଥିବା କୁହାଯାଉଛି। ଏଠାକାର ବାସିନ୍ଦା ସ୍ବାଧୀନତା ପାଇଁ ପାକିସ୍ତାନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି...

ଆବେଙ୍କ ହତ୍ୟାକାରୀ ଗିରଫ, କହିଲେ କେଉଁ କାରଣରୁ ମାରିଥିଲେ ଗୁଳି

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ତାଙ୍କୁ ପଛପଟୁ ଗୁଳି କରାଯାଇଥିଲା।...

ସୋମବାର ଶପଥ ନେବେ ପ୍ରଚଣ୍ଡ

କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ...

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।...

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ...

ମେକ୍ସିକୋ ଜେଲରେ ଆଖିବୁଜା ଗୁଳିମାଡ଼: ୧୪ ମୃତ

ଜୁଆରେଜ(ମେକ୍ସିକୋ),୨।୧: ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି।...

ପେଶାଓ୍ବର ପରେ ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ୍‌,୧।୨: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି। ବର୍ତ୍ତମାନ...

୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ...

Advertisement
Archives

Model This Week