ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ ଭାବେ ରହିଛି। ଘଟଣା ହେଲା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଓ ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଗୋଟିଏ ଦିନରେ ରିଲିଜ୍‌ ହେବାର ଥିଲା। ଅର୍ଥାତ୍‌ ଡିସେମ୍ବର ୨୫ରେ ଉଭୟ ଫିଲ୍ମ ରିଲିଜ୍‌ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହାକୁ ନେଇ ଆମିର ରିଲଜ୍‌ ଡେଟ୍‌ ଘୁଞ୍ଚାଇ ଦେବାକୁ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ। ଆଉ ଅକ୍ଷୟ ଏହା କରିଥିବାରୁ ଏବେ ଆମିର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବେ ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ୨୨ ଜାନୁୟାରୀ ୨୦୨୧ରେ ରିଲିଜ୍‌ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏହାପରେ କିନ୍ତୁ ଅଡୁଆରେ ପଡି ଯାଇଛନ୍ତି ଅକ୍ଷୟ। କାହିଁକିନା ଅକ୍ଷୟଙ୍କ ଆଉ ଏକ ଫିଲ୍ମ ‘ବେଲ ବଟମ’ ୨୨ ଜାନୁୟାରୀ ୨୦୨୧ରେ ରିଲିଜ୍‌ ହେବ ବୋଲି ପୂର୍ବରୁ କହିସାରିଛନ୍ତି। ଏବେ ଏହାକୁ ଦେଖି ସୋସିଆଲ ମିଡିଆରେ ଅକ୍ଷୟଙ୍କୁ ପରିହାସ କରାଯାଉଛି। କିଏ କିଏ କହୁଛନ୍ତି ଅକ୍ଷୟ ଯେଉଁ ପରିମାଣରେ ଫିଲ୍ମ କରୁଛନ୍ତି ଏମିତି ଦିନ ତ ଖୁବ୍‌ଶୀଘ୍ର ଆସିବ ବୋଲି ଜଣାଥିଲା। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ହୁଏତ ‘ବେଲ ବଟମ’ ଏପ୍ରିଲ କିମ୍ବା ୧୫ ଅଗଷ୍ଟରେ ରିଲିଜ୍‌ ହୋଇପାରେ। ଏହାପରେ ଚଳିତ ବର୍ଷ ପରଦାକୁ ଆସିବ ଅକ୍ଷୟଙ୍କର ଆଉ ୩ଟି ଫିଲ୍ମ। ପୃଥ୍ବିରାଜ, ସୂର୍ଯ୍ୟବଂଶୀ ଓ ଲକ୍ଷ୍ମୀ ବମ୍‌ ଏହା ପରଦାରେ ପୁଣିଥରେ ଅକ୍ଷୟଙ୍କୁ ଦର୍ଶକଙ୍କ ଆହୁରି ନିକଟତର କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri