ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର ବିକ୍ରି ୩୫% ଖସିଛି। ଏହି କମ୍ପାନୀ ୯,୮୫୭ ୟୁନିଟ ଯାନ ବିକ୍ରି କରିଛି। ହିନ୍ଦୁଜା ଗ୍ରୁପର ଉକ୍ତ ଫାର୍ମ ଗତ ବର୍ଷ ସମାନ ସମୟରେ ୧୫,୧୪୯ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ଟିଭିଏସ୍‌ର ବିକ୍ରି ୧୮.୮% କମିଛି। ୨୦୧୯ ଅକ୍ଟୋବରରେ କମ୍ପାନୀ ୩.୨୩ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି। ଏହା ଗତ ବର୍ଷ ସମାନ ସମୟରେ ୩.୯୮ ଲକ୍ଷ ୟୁନିଟ ରହିଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍‌ ଆଣ୍ଡ ଏମ୍‌)ର ଟ୍ରାକ୍ଟର ବିକ୍ରି ୪% କମି ୪୭,୩୭୬ ୟୁନିଟ ରହିଛି। ଗତ ବର୍ଷ ସମାନ ମାସରେ କମ୍ପାନୀ ଏହି ବର୍ଗରେ ୪୫,୪୩୩ ୟୁନିଟ ଯାନ ବିକି ଥିଲା। ମହିନ୍ଦ୍ରାର ମୋଟ ବିକ୍ରି ୧୧% ଖସି ୫୧,୮୯୬ ୟୁନିଟ ରହିଛି। ଗତ ବର୍ଷ ଏହା ୫୮,୪୧୬ ୟୁନିଟ ରହିଥିଲା। ଏହାବାଦ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି ୫% କମ୍‌ ରହିଛି। କମ୍ପାନୀ ୧୨,୬୧୦ ୟୁନିଟ ଯାନ ବିକ୍ରି କରିଛି। ଏହା ଗତ ବର୍ଷ ୧୩,୨୪୫ ୟୁନିଟ ରହିଥିଲା। ଭଲଭୋ ଗ୍ରୁପ ଏବଂ ଏଚର ମୋଟର୍ସର ଯୌଥ କମ୍ପାନୀ ଭିଇ କମର୍ସିଆଲ ଭେଇକିଲର ବିକ୍ରି ୩୭% ଖସି ୩,୭୫୫ ୟୁନିଟ ଯାନ ରହିଛି। ଗତ ବର୍ଷ ଏହି ସମୟରେ କମ୍ପାନୀ ୫,୯୮୦ ୟୁନିଟ ଯାନ ବିକ୍ରି କରିଥିବା କହିଛି। ଏହାବାଦ ବଜାଜ ଅଟୋ ଲିମିଟେଡର ବିକ୍ରି ୯% କମି ୪.୬୩ ଲକ୍ଷ ୟୁନିଟ ରହିଛି। ସୁଜୁକି ମୋଟର ସାଇକେଲ ବିକ୍ର ୧୪ ବଢିଥିବା ବେଳେ ହୋଣ୍ଡା କାର୍‌ସ ବିକ୍ରି ୨୯% ଖସିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ମାରୁତି ସୁଜୁକି ବିକ୍ରି ୪.୫% ବୃଦ୍ଧି
ଚଳିତ ବର୍ଷ ଅକ୍ଟୋବରରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇ)ର ଯାନ ବିକ୍ରି ୪.୫% ବଢିଛି। ଏହି ସମୟରେ କମ୍ପାନୀ ମୋଟ ୧.୫୩ ଲକ୍ଷ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଥିବା ଶୁକ୍ରବାର ସୂଚନା ଦେଇଛି। ଗତ ବର୍ଷ ଏହି ସମୟରେ କମ୍ପାନୀର ବିକ୍ରି ୧.୪୬ ଲକ୍ଷ ୟୁନିଟ ଥିଲା। ଏହି ସମୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ର ଏବଂ ଟୟୋଟା ଭଳି କମ୍ପାନୀଗୁଡିକ ସେମାନଙ୍କର ପରଫରମାନ୍ସରେ ଉନ୍ନତି ଆଣି ପାରିଥିବା ସୂଚନା ରହିଛି। ଅକ୍ଟୋବରରେ ଏମ୍‌ଜି ମୋଟର୍ସ ୩,୫୩୬ ୟୁନିଟ ଏସ୍‌ୟୁଭି ବିକ୍ରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri