Posted inଜାତୀୟ

ଧନଖରଙ୍କ ଇସ୍ତଫା ମୋଦିଙ୍କୁ ବଡ଼ ବାର୍ତ୍ତା; ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୨୨।୭: ମୌସୁମୀ ଅଧିବେଶନର ଆରମ୍ଭ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍‌ ଇସ୍ତଫାଠାରୁ ଆରମ୍ଭ ହୋଇଛି। ସେ ସୋମବାର ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ସରକାର ସହ ଭାଜପାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। କାରଣ ସେ ଏଭଳି ସମୟରେ ପଦ ଛାଡ଼ିଛନ୍ତି ଯେତେବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବା ଦିଗରେ ଆଗକୁ ବଢ଼ୁଛି।
ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ଭାଜପା ପାଖରେ ୨ କାମ ଆସିଛି। ପ୍ରଥମଟି ହେଉଛି ନୂଆ ଅଧ୍ୟକ୍ଷ ନିର୍ବାଚନ ଏବଂ ଦ୍ୱିତୀୟଟି ଉପରାଷ୍ଟ୍ରପତି ଚୟନ ଯେଉଁଥିରେ ଏନ୍‌ଡିଏ ସରକାରରେ ସାମିଲ ଅନ୍ୟ ଦଳମାନଙ୍କୁ ସାଙ୍ଗରେ ନେଇ ଚାଲିବା ଗୁରୁତ୍ୱପୂର୍ଣ୍ଣ ହେବ।
ଉପରାଷ୍ଟ୍ରପତି ପଦ ପାଇଁ ଭାଜପା ଏଭଳି ପ୍ରାର୍ଥୀ ଖୋଜୁଛି ଯାହାର ସମ୍ବିଧାନିକ ଦାୟିତ୍ୱ ତୁଲାଇବାର ଅନୁଭବ ଏବଂ କ୍ଷମତା ଥିବ। ୨୦୨୯ ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଭଳି ବଡ଼ ବିଲ୍‌ ଅଣାଯିବାର ସମ୍ଭାବନା ରହିଛି। ଏମିତିରେ ରାଜ୍ୟ ସଭା ଅଧ୍ୟକ୍ଷ ଭୂମିକା ସରକାର ଏବଂ ଭାଜପାର ଭବିଷ୍ୟତର ନୀତି ବିରୋଧରେ ପ୍ରମୁଖ ରହିବ।
ପାର୍ଟି ଅଧ୍ୟକ୍ଷ ପଦ ପାଇଁ ଦଳ ଏଭଳି ପ୍ରାର୍ଥୀ ଖୋଜୁଛି, ଯିଏ ୨୦୨୯ ଲୋକ ସଭା ନିର୍ବାଚନର ଦିଗ ନିଶ୍ଚିତ କରିବାରେ ସହାୟକ ହେବେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଉପଲବ୍ଧିକୁ ଆଗକୁ ବଢ଼ାଇବେ।
ଏଭଳି ସ୍ଥିତିରେ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ସରକାର ଆଧିକାରୀକ ଭାବେ କିଛି କହିନାହାନ୍ତି। ଏଥିରେ କିଛି ନୂଆ ମୁହଁକୁ ସାମିଲ କରାଯାଇପାରେ। ସେହିଭଳି କିଛି ମନ୍ତ୍ରୀଙ୍କୁ ନୂଆ ପଦବୀ ଦିଆଯାଇପାରେ। ଏଣୁ ସରକାର ଏବଂ ଦଳ ଉଭୟରେ ବଡ଼ ପରିବର୍ତ୍ତନ ହେବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନିକଟରେ ଆରଏସଏସ୍‌ ମୁଖ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ୭୫ ବର୍ଷ ବୟସକୁ ନେଇ ବଡ଼ ବୟାନ ଦେଇଥିଲେ। ବିରୋଧୀ ଦାବି କରୁଛନ୍ତି ଯେ ଏହା ମୋଦିଙ୍କ ପାଇଁ ବଡ଼ ବାର୍ତ୍ତା। କାରଣ ଧନଖର ମେ’ରେ ୭୪ ବର୍ଷର ହୋଇଥିଲେ।
ଏବେ ଉପରାଷ୍ଟ୍ରପତି ପଦ ଲାଗି ଶୀଘ୍ର ନିର୍ବାଚନ କରାଇବାକୁ ହେବ। ଏହାପରେ ସେ ଆଗାମୀ ୫ ବର୍ଷ ଯାଏ ଏହି ପଦବୀରେ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri