ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟଲାରୀ ଗାଁର ବଡ଼ସାହିଠାରୁ କୁଛାଂପାଙ୍ଗା ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷ ତମାମ ଉକ୍ତ ରାସ୍ତା ପାଇଁ ସାହିବାସିନ୍ଦା ବହୁ ହଇରାଣ ଭୋଗୁଥିବାବେଳେ ବର୍ଷା ଦିନ ଆସିଲେ ରାସ୍ତାର ଅବସ୍ଥା ବିଲର କାଦୁଅ ଭଳି ପରିସ୍ଥିତି ହେଉଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ। ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବ୍ଲକ, ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ଜଣାଇଥିଲେ ମଧ୍ୟ ତାଙ୍କର ଅଭିଯୋଗ ଆଜି ପର୍ଯ୍ୟନ୍ତ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ଯୁବକ ବିଜୟ ମଲିକଙ୍କ ସମେତ ସଲମାନ ମଲିକ। ଉକ୍ତ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରୁ ଥିବାବେଳେ ଦୁଇ ଓ ତାଠାରୁ ଅଧିକା ଚକ ଥିବା ଗାଡିମୋଟର ସେହିରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ। ଶୀଘ୍ର ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


