ଅସୀମ କାର୍ଯ୍ୟକାଳ

Dillip Cherian

ଗୋଟିଏ ସମୟରେ ସେବା ନିବୃତ୍ତ ଅନ୍ୟ କିଛି ବିଷୟକୁ ସୂଚିତ କରୁଥିଲା। ଏବେ ଏହା କାର୍ଯ୍ୟକାଳ ବୃଦ୍ଧି କିମ୍ବା ପୁନଃ ନିଯୁକ୍ତିର ଦିନ ହୋଇଗଲାଣି । କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବେ ଭାରତୀୟ କାର୍ଯ୍ୟକାଳ ବୃଦ୍ଧି କରାଯାଉଥିବା ଅଧିକାରୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୨୦୨୫ରେ ସେ ଅବସର ନେଇଥାଆନ୍ତେ ଏବଂ ଏହାପରେ ତାଙ୍କର କାର୍ଯ୍ୟକାଳ ସମ୍ପ୍ରସାରଣ ହେବାର ନ ଥିଲା। କିନ୍ତୁ ଏବେ ସେହି ପଦବୀରେ ସେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିବେ କିମ୍ବା ତା’ପର ଯାଏ ରହିପାରନ୍ତି। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) କାଗଜପତ୍ର କାମ ଶେଷ କରିଥିବା ଜଣାପଡ଼ିଛି। ଅବସର ତୁଳନାରେ କାର୍ଯ୍ୟକାଳ ବୃଦ୍ଧି ପରମ୍ପରା ଏବେ ଏକ ନିୟମିତ ଧାରା ହୋଇଗଲାଣି। କ୍ୟାବିନେଟ ସଚିବ ଏକ ବାର୍ଷିକ ନବୀକରଣ ଯୋଜନାରେ ହିଁ ବଞ୍ଚୁଛନ୍ତି। ଦୁଃଖର ବିଷୟ, ର’ର ରବି ସିହ୍ନା ଭାଗ୍ୟବାନ୍‌ ନୁହନ୍ତି। ତାଙ୍କର କାର୍ଯ୍ୟକାଳ ବଢ଼ିଲା ନାହିଁ। ର’ର ପରାଗ ଜୈନ ସେହି ପଦବୀରେ ରହିଲେ। ସେହିପରି ସବୁ ରାଜ୍ୟରେ ଏହା ଏକ ପରମ୍ପରା ହୋଇଗଲାଣି। ପଶ୍ଚିମବଙ୍ଗରେ ମୁଖ୍ୟ ସଚିବମାନେ ଅବସର ନେବା କ୍ୱଚିତ ଦେଖାଯାଏ। ସେମାନେ କେବଳ ଅଧିକ ପଦବୀ ଦଖଲ କରିଥାନ୍ତି। ଅନ୍ୟମାନଙ୍କ ଭାଗ୍ୟରେ ଏ ସୁଯୋଗ ଜୁଟେ ନାହିଁ। ସେମାନଙ୍କ ପାଳିକୁ ଅପେକ୍ଷା କରିଥିବା ବହୁ ଦକ୍ଷ ଅଧିକାରୀ ନିୟମ ଅନୁସାରେ ସବୁ ଆବଶ୍ୟକତା ପୂରଣ କରିଥିଲେ ମଧ୍ୟ ସେମାନେ ଏଯାବତ ଏହି ପଦବୀ ପାଇବାରେ ବିଫଳ ହେଲେ। ତାଙ୍କଠାରୁ ମାସେ ଜୁନିୟର ଥିବା ଅନେକ ଅଧିକାରୀ ଭାଗ୍ୟବାନ୍‌ ନ ଥିଲେ। ଏହି ସମୟରେ କାର୍ଯ୍ୟକାଳ ବୃଦ୍ଧି ସୁଯୋଗ ପାଇଥିବା ବାବୁଙ୍କ ଗୋଷ୍ଠୀ ଆଗକୁ ମାଡ଼ିଚାଲିଛନ୍ତି। ଅବସର କେବଳ କମ୍‌ ଗୁରୁତ୍ୱ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ।
କୋଚିଂ ସେଣ୍ଟର ଅଡ଼ୁଆ
ଦୃଷ୍ଟି ଆଇଏଏସ୍‌ର ପ୍ରତିଷ୍ଠାତା ଡ. ବିକାଶ ଦିବ୍ୟକୀର୍ତ୍ତି ବିଶ୍ୱର ସବୁଠୁ କଠିନ ସିଭିଲ ସର୍ଭିସ ପରୀକ୍ଷାରେ ଅନେକ ଆଶାୟୀଙ୍କୁ କୃତକାର୍ଯ୍ୟ ହେବା ପାଇଁ ପ୍ରଶିକ୍ଷଣ ଦେଇଛନ୍ତି। ତେବେ ଏବକାର ନୀତିନିୟମ ସମ୍ପର୍କରେ ବୁଝିବା ତାଙ୍କ ପାଇଁ କଠିନ ହୋଇଛି। ଏକ ଭିଡିଓରେ, ନ୍ୟାୟପାଳିକାକୁ ଅପମାନ କଲା ଭଳି ଟିପଣୀ ଦେଇଥିବାରୁ ଆଜମେରର ଏକ କୋର୍ଟ ତାଙ୍କ ବିରୋଧରେ ମାନହାନି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି। ଶ୍ରେଣୀ କକ୍ଷରେ ପଢ଼ାଇବା ଭଳି ବିଚାରପତି ଓ ବାବୁମାନଙ୍କୁ ତୁଳନା କରି ସେ ଏକ ଦୀର୍ଘ ଭାଷଣ ଦେଇଥିଲେ। ସମ୍ଭବତଃ ତାଙ୍କ ସ୍ବର କଡ଼ା ନ ଥିଲେ ମଧ୍ୟ ନ୍ୟାୟିକ ପଦକ୍ଷେପ ପାଇଁ ଏହା ବିସ୍ଫୋରକ ବୋଲି ଗ୍ରହଣ କରାଗଲା। ଅଧିକାଂଶ ଜାଣନ୍ତି, ଦୃଷ୍ଟି ଏକ ସିଭିଲ ସର୍ଭିସ ଉତ୍ପାଦନ କେନ୍ଦ୍ର । ଏହାର ପ୍ରତିଷ୍ଠାତା କେବଳ ଜଣେ ଶିକ୍ଷକ ନୁହନ୍ତି, ବରଂ ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ସେ ହେଉଛନ୍ତି ଜଣେ ଖ୍ୟାତନାମା ଦାର୍ଶନିକ। ତାଙ୍କ ଭଳି ଅନେକ କୋଚିଂ ଗୁରୁ ବେସରକାରୀ ଅନୁଷ୍ଠାନ ଗଢୁଛନ୍ତି। ସେମାନେ ନୂତନ ଦୃଷ୍ଟିକୋଣ ସାମ୍ନାକୁ ଆଣିବା ସହ ପଦପଦବୀର ମର୍ଯ୍ୟାଦାକୁ ହୃଦୟଙ୍ଗମ କରିଥାନ୍ତି । କିନ୍ତୁ ବେଳେବେଳ ସୀମା ଟପିଯାଇଥାନ୍ତି, ଯାହା ଏହି ଘଟଣାରୁ ଜଣାପଡ଼ିଛି। ଦିବ୍ୟକୀର୍ତ୍ତିଙ୍କର ସାଂସ୍କୃତିକ ଜ୍ଞାନ ଅତି ଗଭୀର। ତାଙ୍କ ଲେଖା ଶୈଳୀ ସରକାରୀ ଚିଠିକୁ ଆଗକୁ ବଢ଼ାଇଥାଏ। ପରପିଢ଼ିର ଜିଲାପାଳଙ୍କୁ ସିଧାସଳଖ ପ୍ରଭାବିତ କରୁଥିବାବେଳେ, ନିଜେ କ’ଣ ତାହା ଅନୁଧ୍ୟାନ କରିବା ଲାଭଦାୟକ। ଅମଲାତାନ୍ତ୍ରିକ ଖାଦ୍ୟ ଚକ୍ରରେ, ଏପରି କି ଅନ୍ୟଙ୍କୁ ଖୁଆଉଥିବା ବ୍ୟକ୍ତିମାନେ ସେମାନଙ୍କ ଖାଦ୍ୟ ସମ୍ପର୍କରେ ଚିନ୍ତା କରିବା ଉଚିତ। ଅର୍ଥାତ୍‌ ଅନ୍ୟଙ୍କୁ ସାହାଯ୍ୟ କରିବା ସହ ନିଜ ସୁରକ୍ଷା ଦେଖିବା କଥା। ତେବେ ଶ୍ରେଣୀ କକ୍ଷରେ ଉପହାସ ଛଳରେ ଯାହା କୁହାଯାଇଛି ତାହା କୋର୍ଟରୁମ୍‌ରେ ବିପଜ୍ଜନକ ଭାବେ ପ୍ରତିଧ୍ୱନିତ ହୋଇପାରେ।
ଏଲ୍‌ଟିସିରେ ଏକକ ପରିବାର
ଜୀବନରେ ଏମିତି କିଛି ବିଷୟ ଅଛି, ଯାହା ଭାରତୀୟ ପାରିବାରିକ ସମ୍ପର୍କଠାରୁ ମଧ୍ୟ ଜଟିଳ ଏବଂ ସେଗୁଡ଼ିକ ସହ ସମ୍ଭବତଃ ସରକାରୀ ନିୟମଗୁଡ଼ିକ ଜଡ଼ିତ ରହିବାକୁ ଚେଷ୍ଟା କରୁଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ଏବେ ଲିଭ୍‌ ଟ୍ରାଭେଲ କନ୍‌ସେସନ( ଏଲ୍‌ଟିସି) ତାହାର ମାର୍ଗଦର୍ଶିକାକୁ ନବୀକରଣ କରିଛି। ଏଲ୍‌ଟିସି ପାଇଁ କାହାକୁ ପରିବାର ଭାବେ ଗଣାଯିବ, ତାହା ୪ ଜୁଲାଇରେ ଏକ ନୂଆ ଚିଠିରେ ସୂଚିତ କରିଛି ଡିଓପିଟି। ଚିଠିରେ ଗୋଟିଏରୁ ଅଧିକ ସ୍ତ୍ରୀ ରହିବେ ନାହିଁ ବୋଲି କୁହାଯାଇଛି। ତେବେ ଏଲ୍‌ଟିସି ବେନିଫିଟ୍‌ରୁ ଯେଉଁମାନେ ବାଦ ପଡ଼ିଛନ୍ତି ସେମାନେ ହେଉଛନ୍ତି ଶାଶୁ-ଶ୍ୱଶୁର, ଅଲଗା ହୋଇଥିବା ଝିଅର ନାତିନାତୁଣୀ ଏବଂ ଏପରି କି ଜେଜେମା’ ଜେଜେ। ଏହି ଚିଠି ଏକ ସୀମିତ ତଥା କ୍ଷୁଦ୍ର ପାରିବାରିକ ସୀମାରେ ଆବଦ୍ଧ ହୋଇଯାଇଛି। ବାସ୍ତବରେ ଏହି ଚିଠିରେ କିଛି ନୂତନତ୍ୱ ନାହିଁ । ଏହାକୁ କେବଳ ଦୋହରାଯାଇଛି। ଏହା ମଧ୍ୟ ଅଜାଣତରେ ବ୍ୟକ୍ତିଗତ ଆଇନ, ପରିବାର ବ୍ୟବସ୍ଥାର ଜଟିଳ ଜାଲ ମଧ୍ୟକୁ ପ୍ରବେଶ କରିବାକୁ ସୁଯୋଗ ସୃଷ୍ଟି କରିଛି। କେତେକ ଧର୍ମୀୟ ଆଇନ ଭାରତରେ ବହୁ ବିବାହକୁ ଅନୁମତି ଦିଏ। ଅଣୁ ବା ଏକକ ପରିବାର ଯାତ୍ରା କରନ୍ତୁ ବୋଲି ବ୍ୟବସ୍ଥା ଚାହେଁ। କଥା ଉଠୁଛି, ଏହା ଏକ ବଡ଼ ଆହ୍ବାନ । ଆମ ନିୟମଗୁଡ଼ିକ ବହୁ ସମୟରେ ଆଧୁନିକ ସମ୍ପର୍କଗୁଡ଼ିକ ଯଥା ଲିଭ-ଇନ ପାର୍ଟନର, ସିଙ୍ଗଲ ପ୍ୟାରେଣ୍ଟସ (ସ୍ବାମୀ କିମ୍ବା ସ୍ତ୍ରୀ ବିନା ଜଣେ ପିଲାମାନଙ୍କ ଯତ୍ନ ନେବା), ବ୍ଲେଣ୍ଡେଡ ଫ୍ୟାମିଲି (ପୂର୍ବ ସମ୍ପର୍କର ପିଲା ବା ପିଲାମାନଙ୍କୁ ଆଣି ଦୁଇଜଣ ଏକାଠି ରହିବା)ର ବାସ୍ତବତା ସହ ତାଳଦେଇ ଯାଇପାରି ନାହିଁ। ତେବେ ସିସିଏସ୍‌ (ଏଲ୍‌ଟିସି) ରୁଲ୍ସ,୧୯୮୮ର ଧାରା ୪ରେ ଏସବୁ ସ୍ପଷ୍ଟ କରାଯାଇନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri