ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ ଠକେଇର ଶିକାର ହୋଇଥିବା ଯୁବକ ରାୟଗଡ ଗୁଣପୁରର ମନୋଜ କୁମାର ଭକ୍ତ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ଅନଲାଇନ ମାଧ୍ୟମରେ ଠକିନେଇଥିବାରୁ ଠକେଇର ଶିକାର ବ୍ୟକ୍ତି ଜଣଙ୍କ ଗୁରୁବାର ସହିଦନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।

ମନୋଜଙ୍କ ଅଭିଯୋଗ ଅନୁସାରେ ଫରେଷ୍ଟ ଗାର୍ଡ ଚାକିରୀ ପାଇଁ ଆବେଦନ କରିଥିଲି । ମୋର ଜଣେ ସହପାଠୀଙ୍କଠାରୁ ନମ୍ବର ନେଇ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ମୋତେ ଫୋନ କରିଥିଲେ । ଆଉ ଫରେଷ୍ଟ ଡିପାର୍ଟମେଣ୍ଟରେ ସମସ୍ତେ ପରିଚିତ ବୋଲି ଅଭିଯୁକ୍ତ ଜଣଙ୍କ ମନୋଜଙ୍କୁ କହିଥିଲେ । ଏପରିକି ଅଭିଯୁକ୍ତ ନିଜକୁ ସହିଦନଗର ଥାନା ଅଧିକାରୀଙ୍କ ପୁଅ ବୋଲି କହିବା ସହ ପରୀକ୍ଷା ଆଟେଣ୍ଡ କର ବାକି ଚାକିରୀ ଦେବା କଥା ମୋ ଉପରେ ଛାଡି ଦେବାକୁ ମନୋଜଙ୍କୁ କହିଥିଲେ ।

ବାସ ଏତିକିରେ ବିଶ୍ୱାସ କରି ମନୋଜ ଅଭିଯୁକ୍ତଙ୍କୁ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୫୦ ହଜାର ଟଙ୍କା ପଠାଇ ଦେଇଥିଲେ । କିଛି ଦିନ ପରେ ଫରେଷ୍ଟ ଗାର୍ଡ ଫଳାଫଳ ଆସିବା ପରେ ମନୋଜଙ୍କ ଲିଷ୍ଟରେ ନାମ ନଥିବାରୁ ସେ ଠକେଇର ଶିକାର ହେବା ଜାଣିବାକୁ ପାଇ ଅଭିଯୁକ୍ତଙ୍କୁ ଟଙ୍କା ଫେରାଇଦେବାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଟଙ୍କା ଫେରାଇବା ବଦଳରେ ଓଲଟା ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri