ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ ପାତ୍ର ରୌପ୍ୟ ପଦକ ହାସଲ କରିଥିବା ଜଣା ପଡିଛି । ଅନୁଗୋଳ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବିଭାଗରେ ପାୟଲ ଗୋଲଡ ମେଡଲ ପାଇଥିବା ବେଳେ କଳ୍ପଜିତ ରୌପ୍ୟ ପଦକ ପାଇବାକୁ ସକ୍ଷମ ହୋଇଛନ୍ତି। ପାୟଲ ଓ କଳ୍ପଜିତ ଗଞ୍ଜାମ ଜିଲାରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇ ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି ।
ପାୟଲ ହେଉଛନ୍ତି ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକ ଓ ମମତା ନାହାକଙ୍କ ଝିଅ । ସେହିପରି କଳ୍ପଜିତ ହେଉଛନ୍ତି ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଓ ଦୁଷ୍ମନ୍ତ ପାତ୍ରଙ୍କ ପୁଅ । ପାୟଲ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ କଳ୍ପଜିତ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ଆସନ୍ତା ଅଗଷ୍ଟରେ ପାୟଲ ନ୍ୟାଶନାଲ ଖେଳିବାକୁ ଚେନ୍ନାଇ ଯିବେ ବୋଲି ଜଣା ପଡିଛି ।


