ଅଷ୍ଟ୍ରେଲିଆକୁ ଟକ୍କର ଦେଲା ଭାରତ


ଭୁବନେଶ୍ୱର, ୧।୧୨(ତପନ ସ୍ବାଇଁ) ହକି ୱାଲର୍‌ଡ ଲିଗ୍‌ ଫାଇନାଲ ଆରମ୍ଭରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଛି ଭାରତ। ଦ୍ରୁତ ଖେଳ ପାଇଁ ବିଶେଷ ପରିଚିତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ୧-୧ ଗୋଲରେ ଡ୍ର ରଖିଛି ମନପ୍ରୀତ ସିଂଙ୍କ ଦଳ। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆର ସମସ୍ତ ଉଦ୍ୟମକୁ ପଣ୍ଡ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି ଭାରତ। ଘରୋଇ ଦର୍ଶକଙ୍କ ଭରପୂର ସମର୍ଥନରେ ଉଲ୍ଲସିତ ଭାରତୀୟ ଦଳ ଏଠାରେ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ କରିଥିଲା। ଏକାଧିକ ପେନାଲ୍ଟି କର୍ନରକୁ ଯଦିଓ ଦଳ ମିସ୍‌ କରିଥିଲା ତେବେ ଦଳଗତ ପ୍ରଦର୍ଶନରେ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେବାରେ ସକ୍ଷମ ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ମ୍ୟାଚର ପ୍ରଥମ ମିନିଟରେ ଆକାଶଦୀପ ସିଂ ମାରିଥିବା ଶଟ୍‌କୁ ଚମତ୍କାର ଭାବେ ସେଭ୍‌ କରିଥିଲେ ଅଷ୍ଟ୍ରେଲିଆ ଗୋଲକିପର ଟ୍ରିଷ୍ଟାନ କ୍ଲେମନ୍ସ। ଚାମ୍ପିୟନ ଅଷ୍ଟ୍ରେଲିଆର ରକ୍ଷଣଭାଗ ଭେଦ କରି ଭାରତୀୟ ଖେଳାଳିମାନେ ୫ମ ମିନିଟରେ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ। ଲଳିତ ଉପାଧ୍ୟାୟ ପୁଶ୍‌୍‌୍‌ କରିଥିବାବେଳେ ରୂପିନ୍ଦର ପାଲ ସିଂଙ୍କ ଶଟ୍‌କୁ ଟ୍ରିଷ୍ଟାନ ଅଟକାଇବାରେ ସକ୍ଷମ ହୋଇଥିଲେ। ୧୧ତମ ମିନିଟରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ସେଭ୍‌ କରି ଦେଇଥିଲେ ଭାରତୀୟ ଯୁବ ଗୋଲକିପର ଆକାଶ ଚିକ୍‌ଟେ। ଆକ୍ରମଣ ଜାରିରଖି ଭାରତ ପ୍ରଥମ ଗୋଲଟି ସ୍କୋର କରିିଥିଲା। ୨୦ତମ ମିନିଟରେ ମନଦୀପ ସିଂ ଫିଲ୍ଡ ଗୋଲ ସହାୟତାରେ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ଭାରତର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ୨୧ତମ ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଜେରେମି ହେୱାଡର୍‌ସ ମ୍ୟାଚରେ ଉଷ୍ମତା ଭରିଥିଲେ। ଏହାର ଅଳ୍ପ କିିଛି ସେକେଣ୍ଡ ପରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ହେୱାର୍ଡ ବଲ୍‌କୁ ଅପେକ୍ଷା କରିବା ଭିିତରେ ଭାରତୀୟ ଡିଫେଣ୍ଡରମାନେ କ୍ଲିୟର କରିିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୧-୧ ସ୍ଥିତିରେ ରହିଥିଲା। ଭାରତର ଷ୍ଟାର୍ଟିଂ ଲାଇନ୍‌ଅପ୍‌ରେ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ କେବଳ ଦୀପସାନ ତିର୍କୀ ରହିଥିଲେ। ଅନ୍ୟ ଦୁଇ ଜଣ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ପରେ ବଦଳ ଖେଳାଳିଭାବେ ଆସିଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭାରତକୁ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ୩୧ତମ ମିନିଟରେ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ଡ୍ରାଗ୍‌ଫ୍ଲିକର ରୂପିନ୍ଦର ପାଲ ସିଂ। ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ୪୦ତମ ମିନିଟରେ ଅଷ୍ଟ୍ରେଲିଆକୁ କ୍ରମାଗତ ୩ଟି ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ମାତ୍ର ଦଳ ତାହାର ସଦୁପଯୋଗ କରିପାରି ନ ଥିଲା। ୪୨ତମ ମିନିଟରେ ଅଗ୍ରଣୀ ନେବାପାଇଁ ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ମିଳିଥିବା ପେନାଲ୍ଟି କର୍ନରକୁ ଖେଳାଳିମାନେ ଗୋଲରେ ପରିଣତ କରିପାରି ନ ଥିଲେ। ଶେଷ କିଛି କ୍ଷଣ ରୋମାଞ୍ଚକ ହୋଇଥିଲେ ହେଁ ଆଉ ଗୋଲ ହୋଇ ନ ଥିଲା। ଅଷ୍ଟ୍ରେଲିଆର ମାଥ୍ୟୁ ଡସନ ମ୍ୟାନ ଅଫ ଦି ମ୍ୟାଚ ଏବଂ ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri